ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟଶିବିର ଅନୁଷ୍ଠିତ

କୋଲନରା :(ସଞ୍ଜୀବ କଣ୍ଡାଗରୀ ) ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇ ଯାଇଛି।ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା ମୁଖ୍ୟଚିକିତ୍ସାଲୟ ବିଶେଷଜ୍ଞ ଡାକ୍ତର ଉପସ୍ଥିତ ରହି ବିଦ୍ୟାଙ୍ଗ ହିତାଧିକାରୀଙ୍କ ବିଦ୍ୟାଙ୍ଗ ପ୍ରମାଣ ପତ୍ର ଯାଞ୍ଚ କରିଥିଲେ।ଅସ୍ଥିଶଲ୍ୟ ବିଭାଗ ରେ ୭୬ ଜଣ,ସିକ୍ଲିନ ୯ ଜଣ,ଦୃଷ୍ଟି ବଧିତ ୨୬ ଜଣ,ମାନସିକ ଅନଗ୍ରସର ୨୭ ଜଣ,ଶ୍ରବଣ ବଧିତ ୩୧ ଜଣ,ପରୀକ୍ଷା କରାଯାଇଥିଲା।ଶିଶୁ ବିଶେଷଜ୍ଞ ଡାକ୍ତରମମତା ଶତପଥୀ,ଚକ୍ଷୁ ବିଶେଷଜ୍ଞ ଡାକ୍ତର ଏମ୍ ଶୁରେଶ କୁମାର, କର୍ଣ୍ଣ, ନାସା, ଗଳା ବିଶେଷଜ୍ଞ ଡାକ୍ତର ସଂଘମିତ୍ରାପାତ୍ର,ଭେଷଜ ବିଶେଷଜ୍ଞ ଶୁରେଶ ଚନ୍ଦ୍ର ଦେ,ରେଡ଼ିଓ ଲୋଜିଷ୍ଟ ବିଶେଷଜ୍ଞ ଡାକ୍ତରଶୁପ୍ରଭା ପଣ୍ଡା,ଅସ୍ତିଶଲ୍ୟ ବିଶେଷଜ୍ଞ ଡାକ୍ତର ବ୍ରଜେଶ ମେହେର,ଫାର୍ମାସିଷ୍ଟ ଜଗନ୍ନାଥ ନାୟକ,କୋଲନରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଫାର୍ମାସିଷ୍ଟ ପ୍ରମୋଦ କୁମାର ସାହୁ,ଉପସ୍ଥିତ ରହି ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ।ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୀନା ପ୍ରଧାନ ଙ୍କ ତତ୍ତ୍ୱାବଧାନରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ବିଏଫଓ ଗଣେଶ୍ୱର ଭଟ୍ଟଓ ସେକ୍ସନ ଅଫିସର ଅରୁଣ କୁମାର ପାଢୀ,ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାତ କୁମାର ଶବର,ପିଏ ରାଜୁ ଶେଖର ପେଦିନା ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ।
