October 5, 2024

ଗ୍ରାମାଞ୍ଚଳ ରେ ସରକାରୀ ଜମି (ଗୋଚର) ଚିହ୍ନଟ ପାଇଁ ଲୋକଙ୍କ ଦାବୀ l

Share

 

 

ବରଗଡ : (ଉପାନ୍ତ ଖବର) ସରକାରୀ ଜମି ଜବରଦଖଲକାରି ଉପରେ ସରକାର ଦୁଢ କାର୍ଯାନୁଷ୍ଠାନ ନେଇଛନ୍ତି ଏହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ନେଇଛନ୍ତି l ଏହା କିନ୍ତୁ ସହରାଞ୍ଚଲ ରେ ସୀମିତ ମଧ୍ୟ ହୋଇ ରହିଛି l ଗ୍ରାମାଞ୍ଚଳ ର ଲୋକ ମାନେ ହଜାର ହଜାର ଏକର ସରକାରୀ ଜମି ଜଙ୍ଗଲ ନଷ୍ଟ କରି ବିଭିନ୍ନ ପ୍ରକାର ଚାଷ କରୁଛନ୍ତି l ଜଙ୍ଗଲ ନଷ୍ଟ ହେବା ଫଳରେ ବର୍ଷା ବି ହେଉନି ମରୁଡି ହେଉଛି ଓ ଜଙ୍ଗଲୀ ପଶୁ ମାନେ ଗାଁ ମୁହାଁ ହେଉଛନ୍ତି ଫଳରେ ଅନେକ ନିରୀହ ଜୀବନ ଅକାଳରେ ଚାଲି ଯାଉଛି l ଅଥିପ୍ରତି ସରକାର ଦୃଷ୍ଟି ଦେଇ ଦୋଷୀ ଉପରେ କଠୋର କାର୍ଯାନୁଷ୍ଠାନ ପାଇଁ ଦାବୀ ହୋଇଛି l ଗ୍ରାମlଞ୍ଚଲ ରେ ଗାଈ, ଛେଳି,ପଶୁ, ପକ୍ଷୀ ଖାଇବା,ରହିବା ପାଇଁ ଜାଗା ନାହିଁ l ମଣିଷ ତ ଚାଷ କାରି ନିଜ ତଥା ପରିବାର ପ୍ରତିପୋଷଣ କରୁଛି କିନ୍ତୁ ନିରହ ପଶୁ ପକ୍ଷୀ ଦୁଃଖ ଶୁଣିବ କିଏ ? ସରକାର ସମସ୍ତଙ୍କ ପାଇଁ ସାମାନ ନିୟମ କରିବା କଥା l ସହାରାଞ୍ଚଲ ସରକାରୀ ଜମି ଦାଖଲ କଲେ ଭୁଲ ଓ ଗ୍ରାମାଞ୍ଚଳ ର ଦାଖଲକାରୀ କୁ କଣ କୁହାଯିବ ? ଅଥିପ୍ରତି ସରକାର ଟିକେ ସଜାଗ ରହି ଦୁଷ୍ଟି ଦିଅନ୍ତୁ l

 

ରିପୋର୍ଟ : ବରଗଡ ଜିଲ୍ଲା ପଦ୍ମପୁର ରୁ ଜୟନ୍ତ କୁମାର ସେଠ ଙ୍କ ରିପୋର୍ଟ (ଉପାନ୍ତ ଖବର)