September 17, 2026

ଦିବ୍ଯାଙ୍ଗଜନ ଛାତ୍ରଛାତ୍ରୀଙ୍କ ଡାକ୍ତରୀ ନିର୍ଦ୍ଧାରଣ ଶିବିର

IMG-20230720-WA0044
Share

ଦିବ୍ଯାଙ୍ଗଜନ ଛାତ୍ରଛାତ୍ରୀଙ୍କ ଡାକ୍ତରୀ ନିର୍ଦ୍ଧାରଣ ଶିବିର
ବୁଗୁଡା : ତା ୨୦/୦୭/୨୩ : ସମଗ୍ର ଶିକ୍ଷା ଗଞ୍ଜାମ ଆନୁକୁଲ୍ୟରେ ସ୍ଥାନୀୟ ଶ୍ରୀ ବିରଞ୍ଚି ନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଦିବ୍ଯାଙ୍ଗଜନ ଛାତ୍ରଛାତ୍ରୀଙ୍କ ଡାକ୍ତରୀ ନିର୍ଦ୍ଧାରଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରକୁ ବୁଗୁଡ଼ା ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ ଉଦଘାଟନ କରିଥିବା ବେଳେ ଏଥିରେ ବିଇଓ ଚିନ୍ମୟ ମହାପାତ୍ର , ଏବିଇଓ ଅମିତା କୁମାରୀ ପାଢୀ ଓ ସିମାଞ୍ଚଳ ସେଠୀ , ସମଗ୍ର ଶିକ୍ଷା ଜିଲ୍ଲା ସଂଯୋଜକ ତପନ କୁମାର ସାହୁ , ସିଆରସିସି କିରଣ ବାଳା ତ୍ରିପାଠୀ ପ୍ରମୁଖ ଯୋଗ ଦେଇ ଦିବ୍ଯାଙ୍ଗଜନ ଛାତ୍ରଛାତ୍ରୀଙ୍କ ପିତାମାତାଙ୍କୁ ସେମାନଙ୍କ ପୁତ୍ର, କନ୍ଯାଙ୍କ ପ୍ରତି ଅବହେଳା ନକରି ସେମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ଦିଗରେ ଧ୍ୟାନ ଦେବା ସହ ସେମାନଙ୍କ ଶିକ୍ଷା ଗ୍ରହଣ ଏବଂ ସମସ୍ତ ସରକାରୀ ସୁବିଧା ହାସଲ ଦିଗରେ ଦାୟିତ୍ବ ନିର୍ବାହ କରିବା ଦରକାର ବୋଲି ପରାମର୍ଶ ଦେଇଥିଲେ । ଉକ୍ତ ଏକଦିବସୀୟ ଶିବିରରେ ପୋଲସରା ଓ ବୁଗୁଡ଼ା ବ୍ଲକର ଭିନ୍ନକ୍ଷମ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିବା ବେଳେ ଅଡିଓଲୋଜିଷ୍ଟ୍ ଗୁରୁଦେବ ଲେଙ୍କା ଓ ଫିଜିଓଗୋମିଷ୍ଟ୍ ସ୍ବାତୀ ସୁଚରିତା ଗିରି ସେମାନଙ୍କ ଚିକିତ୍ସାଗତ ପରୀକ୍ଷା ନିରୀକ୍ଷା କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପର୍ଯ୍ଯବେକ୍ଷକ ଭାବେ ବିଜୟ କୁମାର ବେହେରା ଓ ହେମନ୍ତ କୁମାର ନନ୍ଦ ଯୋଗ ଦେଇଥିଲେ । ଗୋଷ୍ଠୀ ସମ୍ବଳ ଶିକ୍ଷକ ସୁଶାନ୍ତ କୁମାର ଡାକୁଆ , ସୋନାଲିନ୍ ପଣ୍ଡା ଓ କମଳିନ୍ ମହାପାତ୍ର ପ୍ରମୁଖ ଉକ୍ତ ଶିବିରକୁ ପରିଚାଳନା କରିଥିବା ବେଳେ ସମସ୍ତ ଅନ୍ତର୍ନିବେଶୀ ସ୍ବେଚ୍ଛାସେବୀ ସହଯୋଗ କରିଥିଲେ ।

You may have missed