ବିଭିନ୍ନ ହୋଟେଲରେ ଚଢ଼ାଉ ..

ଗୁଣପୁର -(ସୁରେନ୍ଦ୍ର ମହାନ୍ତି )ରାୟଗଡ଼ା ଜିଲ୍ଲା ଗୁଣପୁର ମ୍ୟୁନିସିପାିଟି ନିର୍ବାହୀ ଅଧିକାରୀ ସହ ଖାଦ୍ୟ ନିରାପତା ଅଧିକାରି ଙ୍କ ଚେତା ପଶିଚି । ମ୍ୟୁନସିପାଲିଟି ଅଞ୍ଚଳ ରେ ଥିବା ବିଭିନ୍ନ ହୋଟେଲ ରେ ନିର୍ବାହୀ ଅଧିକାରୀ ଙ୍କ ସହ ଖାଦ୍ୟ ନିରାପତ୍ତା ଅଧିକାରୀ ମିଳିତ ଭାବେ ଚଢାଉ କରାଯାଇଛି |ରାଜ୍ୟରେ ଡାଇରିଆ ରୋଗୀଙ୍କ ସଂଖ୍ୟା ବଢ଼ିଛି । ସରକାର ସମସ୍ତ ଜିଲ୍ଲାକୁ ସଜାଗ
ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାପରେ ତପ୍ତରତା ଦେଖାଇ ନାମକୁ ମାତ୍ର ଫାଇନ୍ ଆଦାୟ କରାଯାଉଥିବା ଲୋକଅଭିଯୋଗ
କରିଛନ୍ତି । ସହରର ବଡ଼ ବଡ଼ ହୋଟେଲ ଗୁଡ଼ିକ ଅସ୍ବାସ୍ଥ୍ୟକର ପରିବେଶରେ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି । ଏକ୍ସପାଏରୀ ସାମଗ୍ରୀ,
କଲର, ଫ୍ରିଜରେ ରଖ୍ ବାସିଖାଦ୍ୟ ବିକ୍ରି କରୁଛନ୍ତି। ତଥାପି କେବେ ଧରପଗଡ଼ ହେଉନାହିଁ । ଆଜି ମଧ୍ୟ ବଡ଼ହୋଟେଲକୁ ଛାଡ଼ି ଛୋଟ ଦୋକାନି ଉପରେ ଚଢ଼ଉ
ହୋଇଥିଲା। ଖାଦ୍ୟ ନିରାପତ୍ତା ଅଧିକାରୀଙ୍କ ତତ୍ପତା ପରେ ଆଜି ସହରର କେତେକ ବ୍ୟବସାୟୀ ହୋଟେଲ
ବନ୍ଦ କରି ଚାଲିଯାଇଥିଲେ । ଆଉ କେତେକ ହୋଟେଲ୍ରୁ ଜରିମାନା ଆଦାୟ କରାଯାଇଥିଲା। ନୂଆ ବସଷ୍ଟାଣ୍ଡ ଠାରେ ଥିବା ବିଭିନ୍ନ ହଟେଲ୍ ଗୁଡିକରେ ବାସି ଖାଦ୍ୟ ରଖାଯାଉଥିବା ସହ ନିମ୍ନମାନର କଲର ଦିଆ ଖାଦ୍ୟ କୁ ଦେଖିବାକୁ ମିଳିଥିଲା। ଏହାକୁ ଦେଖି ପୈାରପରିଷଦ ନିର୍ବାହି ଅଧିକାରି ସନ୍ତୋଷ କୁମାର ନାୟକ ଓ ଖାଦ୍ୟ ନିରାପତା ଅଧିକାରି ପଙ୍କୋଜିନି ଦେହୁରୀ ଖାଦ୍ୟ ଗୁଡିକୁ ପୈାରପରିଷଦ କର୍ମଚାରୀ ଦ୍ବାରା ଫୋପଡ଼ା ଯାଇଥିଲା।
