March 11, 2026

ମୁଳିସିଂହ ସହରହାଟ ରାସ୍ତାରେ ପାଣି, ଜଳନିଷ୍କାସନ ପାଇଁ କାର୍ଯ୍ୟକାରୀ ହେଉନି ଡ୍ରେନ ।

IMG-20250620-WA0022
Share

ତିର୍ତ୍ତୋଲ — ଅସରାଏ ବର୍ଷା ହେବାମାତ୍ରେ , ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ମୁଳିସିଂହ ପଞ୍ଚାୟତ ର ସହରହାଟ ରାସ୍ତାରେ ପାଣି ବୁଡ଼ିରହୁଚି। ନିକଟସ୍ଥ କନକ ପୁର, ତରଜଙ୍ଗl , ଗୋପାଳ ପୁର ଓ ବିରିତୋଳ ଆଦି ୫/୭ ଟି ପଞ୍ଚାୟତର ମୁଖ୍ୟବାଣିଜ୍ୟକେନ୍ଦ୍ର ଭାବରେ ଏହି ସହରହାଟ ବଜାର ଉପରେ ଲୋକମାନେ ନିର୍ଭରଶିଳ ହୋଇଥାଆନ୍ତି। ମାତ୍ର ଏହି ହାଟ ପଡ଼ିଆ ଟି କାଦୁଅ ପାଣିରେ ପଚର ପଚର ହେବାରୁ, ଏହାକୁ କଂକ୍ରିଟ ଢ଼ଳl ଇ ରେ ପରିଣତ କରାଯାଇ, ଜଳ ନିଷ୍କାସନ ପାଇଁ ଡ୍ରେନେଜ୍ ବ୍ୟବସ୍ଥା କରାଯାଇଥିଲା। ହେଲେ ପ୍ରସିଦ୍ଧ ଝଙ୍କଡ଼ ସାରଳା ପୀଠ ରୁ ବାବା ଗୋରେଖନାଥ ଙ୍କ ମଠକୁ ସଂଯୋଗ କରୁଥିବା ଏହି ରାସ୍ତା ଟି ସହରହାଟ ପାର୍ଶ୍ଵରେ ଖାଲୁଆ ହୋଇ ଯିବାରୁ ବର୍ଷାପାଣି ଡ୍ରେନେଜ୍ ରେ ନିଷ୍କାସିତ ହୋଇ ପାରୁନାହିଁ। ଇଲେଇ ଚାଚା ତେଜରାତି ଗୋଦାମ ସମ୍ମୁଖରେ ବର୍ଷା ଛାଡ଼ିଗଲେ ମଧ୍ୟ ସବୁଦିନେ ପାଣି ଜମି ରହିଥିବାରୁ, ହାଟ ଭିତରକୁ ଯାତାୟାତ କରିବା ପାଇଁ ଲୋକମାନଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ବିଶେଷ କରି ଶନିବାର ଓ ବୁଧବାର ଦିନ ରାସ୍ତା କଡ଼ରେ ବସୁଥିବା ସାପ୍ତାହିକ ହାଟ ର ବେପାରୀ ମାନେ ବେପାର ବଣିଜ କରିପାରୁ ନାହାନ୍ତି। ତେଣୁ ଏହି ସମସ୍ତ ଅସୁବିଧା ର ସ୍ଥାୟୀ ନିରାକରଣ ପାଇଁ ସହରହାଟ ନିମ୍ବମୂଳ ଗୋଲେଇଛକ ଠାରୁ ହରସିଂହ ପୁର ଛକ ପର୍ଯ୍ୟନ୍ତ ରାସ୍ତାକୁ କଂକ୍ରିଟ ରୋଡ ରେ ପରିଣତ କରିବା ସହିତ ଡ୍ରେନେଜ୍ ବ୍ୟବସ୍ଥାର ପୁନଃ ନିର୍ମାଣ କରିବା ପାଇଁ ସାଧାରଣରେ ଦାବୀ ହେଉଛି।

 

ଜଗତ୍ସିଂହପୁରର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଓଡିଶା