ଉମରକୋଟ ବନ୍ୟା ଆଶ୍ରୟ ସ୍ଥଳୀ ଠାରେ ବିପର୍ଯ୍ୟୟ ମୁକାବିଲା ପାଇଁ ମୋକ ଡ୍ରିଲ ଅନୁଷ୍ଠିତ……….

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ଉମରକୋଟ ବ୍ଲକ ରେ ଥିବା ତିନୋଟି ଓ ପୈାର ପରିଷଦରେ ଥିବା ଗୋଟିଏ ବାତ୍ୟା ଆଶ୍ରୟ ସ୍ଥଳୀରେ ମକଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରାକୃତିକ ବିପର୍ଯୟ ସମୟରେ ଲୋକଙ୍କୁ କିପରି ସହାୟତା କରାଯାଇ ପାରିବ ତାକୁ ନେଇ ଉମରକୋଟ ବ୍ଲକର ଚାରୋଟି ବାତ୍ୟା ଆଶ୍ରୟ ସ୍ଥଳୀରେ ମକଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଯେକୌଣସି ସମୟରେ ପ୍ରାକୃତିକ ବିପର୍ଯୟ ଆସିଲେ ତାହାର ମୁକାବିଲା କରି ଲୋକଙ୍କ ଧନ ଜୀବନ କୁ କିପରି ସୁରକ୍ଷା ଦିଆଯାଇ ପାରିବ ତାକୁ ଦୃଷ୍ଟିରେ ରଖି ଏହି ମକ ଡ୍ରିଲ କାର୍ଯ୍ୟକ୍ରମ ପ୍ରତିବର୍ଷ ଜୁନ ୧୯ ତାରିଖରେ କରାଯାଇଥାଏ। ଉମରକୋଟ ଡିଏନକେ ସ୍ଥିତ ବହୁମୁଖୀ ବନ୍ୟା ଆଶ୍ରୟ ସ୍ଥଳୀରେ ନବରଙ୍ଗପୁର ଉପଜିଲ୍ଲାପାଳ ପ୍ରକାଶ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମକ ଡ୍ରିଲ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଗୀତାଞ୍ଜଳି ବେହେରା, ଜିଲ୍ଲା ଜରୁରୀ କାଳୀନ ବିଭାଗର ଜିଲ୍ଲା ପ୍ରକଳ୍ପ ଅଧିକାରୀ ହିମାଂଶୁ ଶେଖର ପଟ୍ଟନାୟକ,ପୈାର ଅଧ୍ୟକ୍ଷା,ଉମରକୋଟ ତହସିଲଦାର ମେଘବାନ ବାଘ ପୈାର ପରିଷଦ କାର୍ଯ୍ୟନିର୍ବାହି ଅଧିକାରୀ ଆଲୋକ କୁମାର ଅନୁଗୁଳିଆ,ଅତିରିକ୍ତ ଶିକ୍ଷା ଅଧିକାରୀ ପୁରୁଷୋତ୍ତମ ମାଝୀ , ଓଡ୍ରାପ ଟିମ , ସମସ୍ତ କାଉନସିଲର, ପୈାର ପରିଷଦ ନିର୍ବାହୀ କନିଷ୍ଠ ସହକାରୀ ଡମ୍ବରୁଧର ମାଝୀ,ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳୀ ର ସମ୍ପାଦକ କୁନା ସାହୁ ଏବଂ ସମସ୍ତ ସଦସ୍ୟ ଅଙ୍ଗନୱାଡି ଆଶାକର୍ମୀ ଏସ ଏଚ ଜି ମହିଳା, ସମସ୍ତ ୱାର୍ଡ ର କାଉନସିଲର, ପୈାର ପରିଷଦର କର୍ମଚାରୀ ଓ ସମସ୍ତ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ। ମୂଖ୍ୟ ଅତିଥି ମାନେ ୧୯୯୯ ମସିହାରେ ଘଟିଥିବା ମହାବାତ୍ୟା ଓ ଫୋନି, ହୁଡହୁଡ ଓ ବାହାନଗା ଟ୍ରେନ ଦୁର୍ଘଟଣା କୁ କ୍ଷୟକ୍ଷତି ଘଟିଥିବା ଉଦାହରଣ ଦେଇଥିଲେ। ସରକାର କିପରି ତାର ମୁକାବିଲା କରିବାରେ ସଫଳ ହୋଇଛନ୍ତି ସେ ସମ୍ପର୍କରେ ସୂଚନା ଦେଇଥିଲେ। ପରେ ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ବିପର୍ଯ୍ୟୟ ସମୟରେ କିପରି ମୁକାବିଲା କରାଯାଇପାରିବ ତାର ଡେମ ଦେଖାଇଥିଲେ।
