June 19, 2026

ଗୋପାଳପୁର ଗଣଦୁଷ୍କର୍ମ ଘଟଣା: ଦୁଷ୍କର୍ମକାରୀ ବ୍ୟବହାର କରିଥିଲେ କଣ୍ଡୋମ୍‌..

IMG-20250620-WA0012
Share

 

ବ୍ରହ୍ମପୁର: ଗୋପାଳପୁର ଗଣଦୁଷ୍କର୍ମ ଘଟଣାରେ ଦୁଷ୍କର୍ମକାରୀ ଆଇନ ହାତରୁ ଖସିଯିବା ପାଇଁ କରିଥିବା ଯୋଜନାବଦ୍ଧ ଉଦ୍ୟମ ପଦାକୁ ଆସିଛି। ଅତ୍ୟନ୍ତ ସମ୍ବେଦନଶୀଳ ଏହି ଅପରାଧର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା ଅଭିଯୁକ୍ତମାନେ ଦୁଷ୍କର୍ମ ସମୟରେ କଣ୍ଡୋମ୍‌ ବ୍ୟବହାର କରିଥିଲେ। ପ୍ରମାଣ ନଷ୍ଟ କରିବା ପାଇଁ ସେମାନେ ଏହାକୁ ବ୍ୟବହାର କରିଥାଇ ପାରନ୍ତି ବୋଲି ବ୍ରହ୍ମପୁର ଏମ୍‌କେସିଜି ଏଫ୍ଏମ୍‌ଟି ବିଭାଗର ମୁଖ୍ୟ ପ୍ରଫେସର ସୁଦୀପା ଦାଶ କହିଛନ୍ତି। ସାଧାରଣତଃ ଅଭ୍ୟାସଗତ ଅପରାଧୀମାନେ ଏଭଳି କଣ୍ଡୋମ୍‌ ରଖିଥାନ୍ତି ନଚେତ୍‌ ଯୋଜନାବଦ୍ଧ ଭାବେ କାହାକୁ ଟାର୍ଗେଟ୍‌ କରାଯାଇଥିଲେ ଅଭିଯୁକ୍ତମାନେ ପୂର୍ବ ପ୍ରସ୍ତୁତି କରି ସାଂଗରେ କଣ୍ଡୋମ୍‌ ଆଣିଥାନ୍ତି। ଅଭିଯୁକ୍ତମାନେ କଣ୍ଡୋମ୍‌ ବ୍ୟବହାର କରିଥିବା ଯୋଗୁଁ ଏହା ଯୋଜନାବଦ୍ଧ ହୋଇଥିବା ସନ୍ଦେହ କରାଯାଉଛି।

ଏହି ମାମଲାର କ୍ରାଇମ୍‌ବ୍ରାଞ୍ଚର ତଦନ୍ତ ଆଜି ତୃତୀୟ ଦିନରେ ପହଞ୍ଚିଛି।

 

ଆଇନ ହାତରୁ ଖସିବା ପାଇଁ ପୂର୍ବରୁ ଯୋଜନା କରିଥିଲେ ଅଭିଯୁକ୍ତ

ଟିଆଇ ପରେଡ୍‌ ପାଇଁ କୋର୍ଟଙ୍କ ଅନୁମତି

 

କ୍ରାଇମ୍‌ବ୍ରାଞ୍ଚର ଜଣେ ଅତିରିକ୍ତ ଏସ୍‌ପିଙ୍କ ସମେତ ୯ ଜଣିଆ ଟିମ୍ ଗୋପାଳପୁର ଥାନାରେ ପହଞ୍ଚି ଘଟଣାର ବିଭିନ୍ନ ଦିଗକୁ ନେଇ ତଦନ୍ତ କରିବା ସହ ଥାନାରୁ ଘଟଣା ସଂକ୍ରାନ୍ତ ବିଭିନ୍ନ କାଗଜପତ୍ର ସଂଗ୍ରହ କରାଯାଇଛି। ଆଜି କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ଅଭିଯୁକ୍ତଙ୍କୁ ଚିହ୍ନଟ କରିବାକୁ ଟିଆଇ ପରେଡ୍‌ ପାଇଁ ବ୍ରହ୍ମପୁରସ୍ଥିତ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ଙ୍କ ଠାରେ ଆବେଦନ କରାଯାଇଛି। କୋର୍ଟ ଟିଆଇ ପରେଡ୍‌ ପାଇଁ ଅନୁମତି ଦେଇଥିବା ସୂଚନା ମିଳିଛି। ଏଥିସହ ଆଜି କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ପୀଡ଼ିତାଙ୍କ ପୁରୁଷ ବନ୍ଧୁଙ୍କୁ ପଚରାଉଚରା କରିଛି। ଏହି ଘଟଣାରେ ଗୋପାଳପୁର ପୁଲିସ ପୂର୍ବରୁ ୬ଟି ମୋବାଇଲ୍‌ ଜବତ କରିଥିବା ବେଳେ ଆଜି ଆଉ ଗୋଟିଏ ମୋବାଇଲ୍‌ ଜବତ ହୋଇଛି। କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ଏକ ନୂଆ ମାମଲା ରୁଜୁ କରାଯାଇଛି। ଗତ ୧୫ ତାରିଖ ରାତିରେ ଗୋପାଳପୁର ବେଳାଭୂମିରେ ଏହି ଗଣଦୁଷ୍କର୍ମ ଘଟିଥିବା ବେଳେ ୧୬ ତାରିଖ ଦିନ ଲୋକଲୋଚନକୁ ଆସିଥିଲା। ଏହି ଘଟଣାରେ ପୁଲିସ ୧୦ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ସହ ପୀଡ଼ିତାଙ୍କ ଡାକ୍ତରୀମାଇନା ଏମ୍‌କେସିଜିର ଏଫ୍‌ଏମ୍‌ଟି ବିଭାଗରେ କରାଯାଇଥିଲା। ଡିଏନ୍‌ଏ ସଂପର୍କିତ କିଛି ନମୁନା ଭୁବନେଶ୍ବରସ୍ଥିତ ଏସ୍‌ଏଫ୍‌ଏସ୍‌ଏଏଲ୍‌କୁ ପଠାଯାଇଛି।

You may have missed