April 25, 2026

ତାଣ୍ଡବ ରଚୁଛି ବଣୁଆ ହାତୀ ହାତୀପଲ ଆକ୍ରମଣରେ ଜଣେ ମୃତ ଜଣେ ଗୁରୁତର 

IMG-20250620-WA0011
Share

 

 

ମୟୂରଭଞ୍ଜ – ହାତୀପଲ ରଚିଲେ ତାଣ୍ଡବ. ଆକ୍ରମଣରେ ଗଡିଲା ଏକ ମୁଣ୍ଡ ଜଣେ ଗୁରୁତର. ହେଲେ ହାତୀ ନିୟନ୍ତ୍ରଣରେ ବିଫଳ ସରକାର,ପ୍ରଶାସନ ଏବଂ ବନ ବିଭାଗ। କିନ୍ତୁ ନିରନ୍ତର ସମୟ ବ୍ୟବଧାନରେ ହାତୀ ଆକ୍ରମଣରେ ଯାଉଛି ଜୀବନ.ଅସହାୟ ଏବଂ ନିରୁପାୟ ବନ ବିଭାଗ.ସ୍ଥାନୀୟ ଅଞ୍ଚଳରେ ଛେଳି ଗୋରୁ ଭଳି ବୁଲୁଛି ହାତୀ.ଗୋଟେପଟେ ଘୋଉଡ଼ାଇବା ପାଇଁ ଉଦ୍ୟମ କଲେ ଅନ୍ୟପଟେ ପଶି ଆସୁଛି ହାତୀପଲ.ନାକେଦମ ବନ ବିଭାଗ। ଆଖିରୁ ନିଦ ହଜାଇ ଦେଇଛି ହାତୀପଲ. ଶାନ୍ତିରେ ରହିପାରୁଛନ୍ତି ଗାଁ ଲୋକ ନା ବନ ବିଭାଗ କର୍ମଚାରୀ ଓ ଅଧିକାରୀ.ମାତ୍ର ଲଗାତାର ସମୟ ବ୍ୟବଧାନରେ ହାତୀ ନେଉଛି ଜୀବନ. ଭାଙ୍ଗୁଛି ଘର. ମାଡ଼ିଦଳି ନଷ୍ଟ କରୁଛି ବ୍ୟାପକ ଫସଲ। ତେବେ ମୋରଡା ନିର୍ବାଚନ ମଣ୍ଡଳୀରେ ହାତୀ ଉପଦ୍ରବ କମିବାର ନାମ ନେଉ ନାହଁ. ପୂର୍ବରୁ ହାତୀ ଆକ୍ରମଣରେ ଏହି ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଅନେକ ଲୋକଙ୍କ ଜୀବନ ଯାଇଥିବା ବେଳେ ଅନେକ ଗୁରୁତର ଆହାତ ଦୟନୀୟ ଅବସ୍ଥାରେ ଜୀବନ ବିତାଉଛନ୍ତି.ତେବେ ଆଜି ଭୋର ସମୟରେ ରାସଗୋବିନ୍ଦପୁର ରେଞ୍ଜ ଅନ୍ତର୍ଗତ ନଳଗଜା ପଞ୍ଚାୟତ ଶୁଖିଲାଖାଳି ଗ୍ରାମର ବଡା ମୁର୍ମୁ ଘର ବାରଣ୍ଡାରେ ଶୋଇଥିବା ବେଳେ ୨୫ ଟିକିଆ ହାତୀପଲ ମଧ୍ୟରୁ ଦୁଇଟି ହାତୀ ବଡାଙ୍କୁ ଶୁଣ୍ଢରେ ଟାଣି ଆଣି କଚାଡି ଦେଇଥିଲା.ପାଟି ଶୁଣି ସ୍ଥାନୀୟ ଲୋକେ ଆସି ହାତୀପଲକୁ ଘୋଡାଇବାକୁ ଚେଷ୍ଟା କରିବାରୁ ହାତୀପଲ ପଳାଇଥିବା ଜଣାପଡିଛି. ପରେ ଉଦ୍ଧାର କରି ସ୍ଥାନୀୟ ରାସଗୋବିନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ. ପରେ ସେଠାରୁ ହାତୀପଲ ଆସି ଉକାଶୋଳ ଗ୍ରାମରେ ପ୍ରବେଶ କରି ଘରଭାଙ୍ଗି ଭିତରେ ଶୋଇଥିବା ଅବସ୍ଥାରେ ନାଗି ହାଁସଦାଙ୍କୁ ଘୋଷାଡି ଆଣି ଦଳି ଚକଟି ଦେଇଥିଲା. ଫଳରେ ବୃଦ୍ଧା ନାଗିଙ୍କ ଦେହରୁ ଗୋଡ ଅଲଗା ହୋଇଯିବା ସହିତ ଅନ୍ତବୁଜଳା ବାହାରି ଆସିଥିଲା. ଖବରପାଇ ରାସଗୋବିନ୍ଦପୁର ବନବିଭାଗ ପହଞ୍ଚି ନାଗିଙ୍କୁ ଉଦ୍ଧାର କରି ବାରିପଦା ପିଆରଏମ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲ ପଠାଇଥିଲେ. ସେଠାରେ ଡାକ୍ତର ନାଗିଙ୍କୁ ମୃତ ଘୋଷଣା କରିଥିଲେ. ତେବେ ଏ ଘଟଣା ସ୍ଥାନୀୟ ଅଞ୍ଚଳରେ ଭୟ ସୃଷ୍ଟି କରିବା ସହ ଆତଙ୍କ ଖେଳାଇ ଦେଇଛି।

ମୟୂରଭଞ୍ଜ ରୁ ବିଭୂତି ରାଉତ