କାଦୋବାହାଲରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଶିଳାନ୍ୟାସ
*ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଡିଜିଟାଲ୍ ମାଧ୍ୟମରେ ଶିଳାନ୍ୟାସ, ସାଂସଦଙ୍କ ପ୍ରତିନିଧି ଭାବେ ଯୋଗଦେଲେ ଆଡଭୋକେଟ୍ ରାଜେଶ ପାଣ୍ଡେ*
*ବରଗଡ଼:* ତା ୬/୧୧ (ସୁରେନ୍ଦ୍ର କଠାର )
ଆଜି ବରଗଡ଼ ଲୋକସଭାର ମାନ୍ୟବର ସାଂସଦ ଶ୍ରୀଯୁକ୍ତ ପ୍ରଦୀପ ପୁରୋହିତଙ୍କ ପ୍ରତିନିଧି ଭାବେ ଆଡଭୋକେଟ୍ ଶ୍ରୀଯୁକ୍ତ ରାଜେଶ ପାଣ୍ଡେ (ରାଜା) କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ।
ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ, ଓଡ଼ିଶା ସରକାର ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ କରକମଳରେ ଡିଜିଟାଲ୍ ମାଧ୍ୟମରେ କାଦୋବାହାଲ ସ୍ଥିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଶିଳାନ୍ୟାସ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି।
ଏହି ଶିଳାନ୍ୟାସ ଆଗାମୀ ଦିନରେ ଅଞ୍ଚଳର ଶିକ୍ଷା ବ୍ୟବସ୍ଥାର ଉନ୍ନତି ଏବଂ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ହେବ ବୋଲି କୁହାଯାଇଛି।
ଶିକ୍ଷାର ବିକାଶ ହିଁ ସମାଜର ପ୍ରକୃତ ବିକାଶ।
