ଜନକଲ୍ୟାଣ ସେବା ସମବାୟ ସମିତି ର ମୁଗମଣ୍ଡି ଉଦଘାଟନ….

IMG-20240620-WA0028
Share

ତିର୍ତୋଲ–ଝଙ୍କଡ଼ ଶାରଳାପୀଠ କନକପୁର ସ୍ଥିତ, ଜନକଲ୍ୟାଣ ସେବା ସମିତି କାର୍ଯ୍ୟାଳୟ ପରିସରରେ, ଗୁରୁବାର ଦିନ ପୂର୍ବାହ୍ନରେ, ଚଳିତ ବର୍ଷ ପାଇଁ ମୁଗମୁଣ୍ଡି ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ୱେଟ ଆଣ୍ଡ ମେଜର ମେସିନ୍ କୂ ପୂଜାର୍ଚ୍ଚନା କରାଯିବା ପରେ, ସମିତିର ସଭାପତି ଅଜୟ କୁମାର ରାଉଳ , ସଂପାଦକ ପରମାନନ୍ଦ ଦାସ, ସହ ସମ୍ପାଦକ ପ୍ରକାଶ ଚନ୍ଦ୍ର ଦାସ, ଡାଟା ଏଣ୍ଟ୍ରି ଅପରେଟର ଚିରଞ୍ଜିବି ରାଉଳ , ସୁଭ୍ରକାନ୍ତ ବେହେରା ଓ ରାଜେଶ ରଞ୍ଜନ ସାହୁ ପ୍ରମୁଖ ନିମନ୍ତ୍ରିତ ଅତିଥି ଓ ବିଶିଷ୍ଟ୍ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କୁ ମଞ୍ଚ ନିକଟକୁ ପାଛୋଟି ନେଇଥିଲେ। ତିର୍ତ୍ତୋଲ ସମବାୟ ବ୍ୟାଙ୍କର ଶାଖା ପରିଚାଲିକା ପ୍ରିୟଦର୍ଶିନୀ ପାଢ଼ୀ , ମୂଖ୍ୟଅତିଥି ଭାବେ ଯୋଗଦେଇ ଥିବା ବେଳେ, ସମ୍ମାନୀତ ଅତିଥି ଭାବରେ , ପୁର୍ବତନ ଶାଖା ମ୍ୟାନେଜର ଫକୀର ଚରଣ ସ୍ୱାଇଁ , ଭି ଏ ଡବ୍ଲୁ ଅନୁସୟା ପାତ୍ର , ପ୍ରମୋଦ କୁମାର ମହାନ୍ତି, ରଞ୍ଜନ କୁମାର ମହାନ୍ତି ଓ ଉପସଭାପତି ଲକ୍ଷ୍ମୀପ୍ରିୟା ସାହୁ ପ୍ରମୁଖ, ଜନକଲ୍ୟାଣ ସେବା ସମିତି ର ଯୁଗାନ୍ତକାରୀ ପଦକ୍ଷେପ ସମ୍ପର୍କରେ ନିଜ ନିଜର ତଥ୍ୟସମ୍ବଳିତ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନିର୍ଦ୍ଦେଶକ ବୋର୍ଡ ର ବରିଷ୍ଠ ସଦସ୍ୟ ସୟଦ ସାଏକ୍ ରସୁଲ , ଦୂର୍ଗାଦତ୍ତ ମହାନ୍ତି, ପର୍ଶୁରାମ ଭଟ୍ଟ , ବିଭୁଦତ୍ତ ମହାନ୍ତି, ଶିବେନ୍ଦ୍ର ଖୁଣ୍ଟିଆ , କୃଷକସାଥୀ ଚିତ୍ତରଞ୍ଜନ ମଲ୍ଲିକ ଓ ସଞ୍ଜୟ କୁମାର ମହାନ୍ତି ଙ୍କ ସମେତ ଚାଷୀ ସଞ୍ଜୀବ କୁମାର ଦାସ, କୈଳାଶ ଚନ୍ଦ୍ର ପାତ୍ର , ଫକୀର ଚରଣ ସ୍ଵାଇଁ , ନରେନ୍ଦ୍ର ସାହାଯ୍ ଓ ବିନୟକାନ୍ତ ସାହୁ ପ୍ରମୁଖ ଏହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା । ତେବେ ଚଳିତ ବର୍ଷ ୧୦୦୦ ରୁ ୧୫୦୦ କୁଇଣ୍ଟଲ୍ ମୁଗ ଚାଷୀ ମାନଙ୍କ ଠାରୁ ସଂଗ୍ରହ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲି ସମ୍ପାଦକ ପରମାନନ୍ଦ ଦାସ ସୂଚନା ପ୍ରଦାନ କରିଅଛନ୍ତି

(ତିର୍ତୋଲରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ସହିତ ଶରତ କୁମାର ଦାଶ ଙ୍କ ରିପୋର୍ଟ ନିୟୁଜ ଉପାନ୍ତ ଖବର…)