March 13, 2026

ଆରୁମପେଟା ଜଙ୍ଗଲରୁ କୋଟିଏ ଟଙ୍କାର ଗଞ୍ଜେଇ ଜବତ..

IMG-20240620-WA0020
Share

 

ମୋହନା —ଗଜପତି ଜିଲ୍ଲା ଅଡବା ଥାନା କୁ ବଡ଼ ସଫଳତା ମିଳିଛି। ଆରୁମପେଟା ଜଙ୍ଗଲରୁ ୯ କ୍ଵିଣ୍ଟାଲ ଗଞ୍ଜେଇ ଜବତ କରିଛି ପୋଲିସ୍। ହେଲେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ମାଫିଆ ଫେରାର ହୋଇ ଯାଇଛି। ଜଙ୍ଗଲର ଗୋଟିଏ ଜାଗାରେ ବିପୁଳ ପରିମାଣ ର ଗଞ୍ଜେଇ ଗଚ୍ଛିତ ରଖା ଯାଇଥିବା ପୋଲିସ୍ ଖବର ପାଇଥିଲା । ମୋହନା ତହସିଲଦାର ଓ ପୋଲିସ୍ ର ମିଳିତ ଉଦ୍ୟମରେ ଜଙ୍ଗଲ ରେ ଚଢ଼ାଉ କରାଯାଇ ଗଞ୍ଜେଇ ଜବତ କରାଯାଇଥିଲା। ଯାହା କି ଓଜନ କରିବାରେ ଗଞ୍ଜେଇ ର ପରିମାଣ ୯ କ୍ଵିଣ୍ଟାଲ ରୁ ଅଧିକା ହୋଇଥିଲା। ଜବତ୍ ଗଞେଇ ର ଆନୁମାନିକ ବଜାର ଦର ୧ କୋଟି ରୁ ଅଧିକା ଟଙ୍କା ହେବ ବୋଲି ଅଡବା ଥାନା ଅଧିକାରୀ ସୁଚନା ଦେଇଛନ୍ତି। ଗଚ୍ଛିତ ରଖା ଯାଇଥିବା ଗଞ୍ଜେଇ ବାହାର ରାଜ୍ୟ ଉତ୍ତରପ୍ରଦେଶ କୁ ଚୋରା ଚାଲାଣ ପାଇଁ ପ୍ରସ୍ତୁତ ହୋଇଥିଲା।ହେଲେ ପୋଲିସ୍ ମାଫିଆ ଙ୍କ ସବୁ ଯୋଜନା କୁ ମାତ୍ ଦେଇ ଗଞ୍ଜେଇ ଜବତ କରିଛି। ଏହି ଚୋରା ଚାଲାଣ ରେ ସମ୍ପୃକ୍ତ ଥିବା କିଛି ଲୋକଙ୍କ ନାମରେ ମାମଲା ରୁଜୁ କରାଯାଇଥିବା ବେଳେ ନାମ ଗୁପ୍ତ ରଖା ଯାଇଥିବା ପୋଲିସ୍ ପକ୍ଷରୁ ସୂଚନା ଦିଆଯାଇଛି।