ରାୟଗଡା ଜିଲ୍ଳା ଆଇନ ସେବା ପ୍ରାଧିକରଣ ଦାରା ଆଇନ ସଚେତନତା କାର୍ଯ୍ୟକ୍ରମ |

ରାୟଗଡା -(ସୁରେନ୍ଦ୍ର ମହାନ୍ତି )ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ତଥା ଜିଲ୍ଳା ଦୌରା ଜଜ୍ ଶ୍ରୀ ସତ୍ୟନାରାୟଣ ଷଡଙ୍ଗୀ ଙ୍କ ପରାମର୍ଶ କ୍ରମେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଆନୁକୁଲ୍ୟରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ଙ୍କ ଅଧ୍ୟକ୍ଷତାରେ ଅଦ୍ୟ ତା ୧୭.୦୫.୨୦୨୫ ରିଖ ଶନିବାର ଅପରାହ୍ନ ୫.୦୦ ସମୟରେ ସ୍ଥାନୀୟ ରାୟଗଡା ମୁନିସିପାଲିଟି ପରିସରରେ ଥିବା ଶ୍ରୀରାମନଗର ରେ ଜାତୀୟ ଆଇନ ସେବା ପ୍ରାଧିକରଣର ଟୋଲଫ୍ରି ନମ୍ବର, ଅନଲାଇନ ଠିକଣା ଓ ରାଜ୍ୟ ଆଇନ ସେବା ପ୍ରାଧିକରଣ ଦ୍ୱାରା ପ୍ରଦାନ କରାଯାଉଥିବା ବିଭିନ୍ନ ସହାୟତା ଉପରେ ଏକ ଆଇନ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି I ଅନ୍ୟ ପ୍ରମୁଖ ଅତିଥି ମାନଙ୍କ ମଧ୍ୟରେ ରାୟଗଡା ବାର ଆସୋସିଏସନର ଆଇନଜୀବି ସାମୁଏଲ ତାଣ୍ଡି, ଦେବରାଜ ନାୟକ, ଶ୍ରୀରାମନଗର ର ସଭାପତି ଧନିରାମ ନାଏକ, ଉପସଭାପତି ବୃନ୍ଦାବନ ନାଏକ ଓ ଜନସାଧାରଣ ପ୍ରମୁଖ ଉପସ୍ଥିତ ଥିଲେ I ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ନିଜର ବକ୍ତବ୍ୟରେ ଜାତୀୟ ଆଇନ ସେବା ପ୍ରାଧିକରଣର ଟୋଲଫ୍ରି ନମ୍ବର, ଅନଲାଇନ ରେ କେମିତି ନିଜର ଅଭିଯୋଗ ଦାଖଲ କରିବା ତାହା ଜନସାଧାରଣ ଙ୍କୁ ଜଣାଇଥିଲେ ଓ ବିଭିନ୍ନ ଅସୁବିଧା ସମୟରେ ଏହାର ସୁବିଧା ନେବା ପାଇ କହିଥିଲେ I ସେହିପରି ଉପସ୍ଥିତ ଥିବା ସାମୁଏଲ ତାଣ୍ଡି ନିଜର ବକ୍ତବ୍ୟରେ ସରକାରଙ୍କ ତରଫରୁ ଉପଲବ୍ଧ ଥିବା ବିଭିନ୍ନ ଜନ କଲ୍ୟାଣକାରୀ କାର୍ଯ୍ୟକ୍ରମ ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ I କାର୍ଯ୍ୟକ୍ରମ ପରିଶେଷରେ ଏକ ଖୋଲା ଆଲୋଚନାରେ ଉପସ୍ଥିତ ଅତିଥିମାନେ ଅଂଶଗ୍ରହଣକାରୀ ମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ I ପରିଶେଷରେ ଦେବରାଜ ନାୟକ ଉପସ୍ଥିତ ଅତିଥିମାନଙ୍କୁ ଧନ୍ୟବାଦ ପ୍ରଦାନ କରିବା ସହିତ ନିଜର ବକ୍ତବ୍ୟରେ ବିଭିନ୍ନ ଅସୁବିଧା ସମୟରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ଦ୍ୱାରସ୍ଥ ହେବା ପାଇ ସମସ୍ତ ଜନସାଧାରଣ ମାନଙ୍କୁ ବୁଝାଇଥିଲେ I ସର୍ବୋପରି ଏହି କାର୍ଯ୍ୟକ୍ରମରେ ଶ୍ରୀରାମନଗର ର ସମସ୍ତ ଜନସାଧାରଣ ଓ ମାନ୍ୟବର ଅତିଥି ମାନଙ୍କର ଉପସ୍ଥିତି ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ଙ୍କ ର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମଟି ସଫଳତାର ସହିତ ଶେସ ହୋଇଛି I