ଲକ୍ଷଲକ୍ଷ ଭକ୍ତଙ୍କ ସମାଗମ ରେ ମହାପ୍ରଭୁଙ୍କ ଭଉଁରୀ ଯାତ୍ରା ଅନୁଷ୍ଠିତ ..

ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭଉଁରୀ ଯାତ୍ରା ପବିତ୍ର ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇ ଏକୋଇଶି ଦିନ ଧରି ଚାଲିଥିଲାl ଆଜି ଶେଷଦିନରେ ମହାପ୍ରଭୁଙ୍କ ଭଉଁରୀ ଯାତ୍ରା l ଆଜିର ଭଉଁରୀ ଯାତ୍ରାରେ ସାରା ଓଡ଼ିଶାର କୀର୍ତନ ମଣ୍ଡଳୀ, ଓଡିଶୀ, ଦେବଦାସୀନୃତ୍ୟ ସହିତ ନାଗା, କାଳୀ, ଦେବୀ, ପର୍ଶୁରାମ, ରାମ, ଲକ୍ଷ୍ମଣ, ସୀତା, ହନୁମାନ, ରାଧାକୃଷ୍ଣ ଇତ୍ୟାଦି ଭେଷରେ ନୃତ୍ୟ କରିକରି ଯିବା ସହିତ ସାରା ରାଜ୍ୟରୁ ବିଭିନ୍ନ ନାଚଗୀତର ତାଳେତାଳେ ଲକ୍ଷଲକ୍ଷ ଭକ୍ତଙ୍କ ସମାଗମ ରେ ମହାପ୍ରଭୁ ଶ୍ରୀମନ୍ଦିର ରୁ ବାହାରି ପଞ୍ଚୁପାଣ୍ଡବଙ୍କ ସହିତ ନରେନ୍ଦ୍ର ପୁଷ୍କରିଣୀକୁ ଚାପ ଖେଳିବା ପାଇଁ ଦୋଳରେ ଝୁଲିଝୁଲି ନରେନ୍ଦ୍ର ପୁଷ୍କରିଣୀ ଆସିଥିଲେ l ସେଠାରେ ଜଳକ୍ରୀଡା କରି ମହାପ୍ରଭୁ ଚନ୍ଦନ ଯାତ୍ରାରେ ଡଙ୍ଗାରେ ଏକୋଇଶି ଘେରା ବୁଲିଥିଲେ l ଏହି ଏକୋଇଶି ଦିନ ଚନ୍ଦନଯାତ୍ରା ର ଶେଷଦିନ ଭଉଁରୀ ଯାତ୍ରାରେ ଲକ୍ଷଲକ୍ଷ ଭକ୍ତ ମହାପ୍ରଭୁଙ୍କ ଚନ୍ଦନଯାତ୍ରା ଦେଖିଥିଲେ l ଗତବର୍ଷ ବାଣ ବିସ୍ଫୋରଣ ଦୁର୍ଘଟଣା ପାଇଁ ଚଳିତବର୍ଷ ବାଣ ଫୁଟାଇବା ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଅଛି l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ