March 8, 2026

ପୂର୍ବତନ ମହିଳା ୱାର୍ଡ଼ ମେମ୍ବରଙ୍କ ସ୍ୱାଭାବିକ ମୃତ୍ୟୁ

IMG_20230520_142757
Share

ପୂର୍ବତନ ମହିଳା ୱାର୍ଡ଼ ମେମ୍ବରଙ୍କ ସ୍ୱାଭାବିକ ମୃତ୍ୟୁ

ଆସ୍କା, (ଉପାନ୍ତ ଓଡିଶା): ଗତକାଲି ସକାଳ ପ୍ରହରରେ ଆସ୍କା ବ୍ଲକ ଅନ୍ତର୍ଗତ ବଙ୍ଗରଦା ପଂଚାୟତର ଆମ୍ବପୁଆ ଗ୍ରାମରେ ପୂର୍ବତନ ମହିଳା ୱାର୍ଡମେମ୍ବର ଶ୍ରୀମତୀ ଯାଜ୍ଞସେନୀ ରାଉତଙ୍କର ଅକାଳ ବିୟୋଗ ଘଟିଛି. ଶ୍ରୀମତୀ ରାଉତ ଦୀର୍ଘଦିନ ଧରି କେନସର ଭଳି ମାରାତ୍ମକ ରୋଗରେ ପୀଡିତ ଥିଲେ. ସେ ଜଣେ ପରୋପକାରୀ ଏବଂ ମିଷ୍ଟଭାସି ମହିଳା ଥିଲେ ଏବଂ ତାଙ୍କରି ସହଯୋଗରେ ଗତ ନିର୍ବାଚନରେ ନିଜ ୱାର୍ଡ ର ମହିଳାଙ୍କ ବିକାଶ ଏବଂ ସ୍ୱାର୍ଥକୁ ଆଖିଆଗରେ ରଖି ବିଭିନ୍ନ ପ୍ରକାରର ଜନହିତକର କାର୍ଯ୍ୟ କରିଥିଲେ. ତାଙ୍କ ମୃତ୍ୟୁରେ ଗ୍ରାମବାସୀ ତଥା ଅଞ୍ଚଳବାସୀ ଶୋକପ୍ରକାଶ କରି ତାଙ୍କ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି. ମୃତ୍ୟୁ ବେଳକୁ ତାଙ୍କରି ଏକମାତ୍ର ପୁଅ ଏବଂ ଝିଅ ପାଖରେ ରହି ମାଆ ଙ୍କୁ ଶେଷ ବିଦାୟ ଦେଇଥିଲେ. ଏବଂ ଗ୍ରାମବାସୀ ତଥା ବନ୍ଧୁବାନ୍ଧବ ମାନେ ଉପସ୍ଥିତ ରହି ବିଦାୟ ଶୋଭାଯାତ୍ରାରେ ସହଯୋଗ କରିଥିଲେ. ବଡଭାଇ ମିଟୁ ପ୍ରଧାନ ଅନ୍ତିମ ସଂସ୍କାର ନିମନ୍ତେ ସମସ୍ତ ଆବଶ୍ୟକତା ରେ ପୂର୍ଣ୍ଣ ସହଯୋଗ କରିଥିଲେ. ସୂଚନା ଥାଉକି ଶ୍ରୀମତୀ ରାଉତ ଙ୍କ ସ୍ୱାମୀ କିଛି ବର୍ଷ ପୂର୍ବରୁ ଦେହାନ୍ତ ହୋଇସାରିଛି. ଏଣୁ ଦୁଇ ପିଲା ଏବେ ଅନାଥ ହୋଇଯାଇଥିବାରୁ ସରକାରଙ୍କ ତରଫରୁ କିଛି ସାହାର୍ଯ୍ୟ ଏବଂ ସହଯୋଗ ମିଳିଲେ ଦୁଇ ପିଲା ଭବିଷ୍ୟତରେ ନୂଆ ଆଲୋକ ପାଇବେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି.

 

ଆସ୍କା ରୁ ପବିତ୍ର ମୋହନ ବରାଳ ଙ୍କ ରିପୋର୍ଟ ଉପାନ୍ତ ଓଡିଶା