April 25, 2026

ଭୁଲ୍ ଇଞ୍ଜେକ୍ସନ ପାଇଁ ଯୁବତୀ ଝିଅର ଜୀବନ ଗଲା 

IMG-20260420-WA0056
Share

 

ବେଲଗୁଣ୍ଠା : (ଉପାନ୍ତ ଖବର ) ସୁକାନ୍ତ କୁମାର ନାୟକ ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ସୋରଡ ଗ୍ରାମର ଗୌରୀ ସ୍ୱାଇଁ ଙ୍କ ଝିଅ ସାଲିନା ସ୍ୱାଇଁ (୧୯) ଙ୍କୁ ଗତ ରବିବାର ସନ୍ଧ୍ୟା ୬ ଟା ସମୟରେ ପେଟରେ ଯନ୍ତ୍ରଣା ହେବାରୁ ପରିବାର ଲୋକେ ତାଙ୍କୁ ତୁରନ୍ତ ଭଞ୍ଜନଗର ଚିକିତ୍ସାଳୟକୁ ନେଇଥିଲେ । ଚିକିତ୍ସା ପରେ ପେଟର ଯନ୍ତ୍ରଣା ସାମାନ୍ୟ କମିଥିଲା ଏବଂ ସବୁକିଛି ସ୍ୱାଭାବିକ୍ ଥିଲା ଖାଇବା ପିଇବା ଝାଡା ପରିଶ୍ରା ସବୁ କିଛି ସାମାନ୍ୟ ଥିଲା କିନ୍ତୁ ପୁଣି ରାତିରେ ଝିଅର ପେଟ ସାମାନ୍ୟ ଯନ୍ତ୍ରଣା ହୋଇପାରେ ପରିବାର ଲୋକେ ଡାକ୍ତରଙ୍କୁ ଡାକିଥିଲେ କିନ୍ତୁ ଡାକ୍ତର ବିରକ୍ତି ଭାବ ପ୍ରକାଶ କରିଥିଲେ ଏଣୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ଭୁଲ୍ ଇଞ୍ଜେକ୍ସନ ଦେବାରୁ ଝିଅର ମୃତ୍ୟୁ ହୋଇ ଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ମେଡ଼ିକାଲ ପରିସରରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାରୁ ପୋଲିସ ଆସି ଘଟଣାର ତଦନ୍ତ ଚଳାଇଥିବା ଜଣାପଡ଼ିଛି । ବାରମ୍ବାର ମେଡ଼ିକାଲ୍ ରେ ଏଭଳି ଭୁଲ ଚିକିତ୍ସା ପାଇଁ ଅନେକ ଲୋକଙ୍କ ଜୀବନ ଯାଇଥିବା ଅଭିଯୋଗ ଏବେ ସାଧାରଣରେ ଚିନ୍ତାର ବିଷୟ ପାଲଟିଛି ।