ମାଆ ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ଶୁଭ ଖୁଣ୍ଟି ସ୍ଥାପନ

ସାନଖେମୁଣ୍ଡି ୧୯/୦୪/୨୬ :- ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଚୂଡ଼ଙ୍ଗପୁର ପଞ୍ଚାୟତ ଅନ୍ତର୍ଗତ ପଳାସପୁର ଗ୍ରାମରେ ମାଆ ବୁଢ଼ୀ ଠାକୁରାଣୀ ଯାତ୍ରା ୨୦୨୬ ପାଇଁ ଶୁଭ ଖୁଣ୍ଟି ସ୍ଥାପନ କରାଯାଇଅଛି। ଏହି ପବିତ୍ର କାର୍ଯ୍ୟକ୍ରମରେ କର୍ତ୍ତା ପ୍ରମୋଦ ପାଣିଗ୍ରାହୀ ଓ ପରୋହିତ ସିଦ୍ଧାନ୍ତ ତ୍ରିପାଠୀଙ୍କ ନେତୃତ୍ୱରେ ସମସ୍ତ ନିୟମ ନୀତି ଅନୁସାରେ ପୂଜାର୍ଚ୍ଚନା ସମ୍ପନ୍ନ ହୋଇଥିଲା। ଏହି ଅବସରରେ ସଭାପତି ଜଗନ୍ନାଥ ପାଣିଗ୍ରାହୀ, ସମ୍ପାଦକ ସଞ୍ଜୟ ରେଡ୍ଡୀ, ପଦ୍ମନାଭ ଗୌଡ଼ ଓ କୋଷାଧକ୍ଷ ନୀଳମାଧବ ସାହୁଙ୍କ ସମେତ ଉପଦେଷ୍ଟା ସରପଞ୍ଚ ଜାଗିଲି ସେଠି, ଶୁକଦେବ ରେଡ୍ଡୀ, ଶିବ ବେହେରା, ବାଳକୃଷ୍ଣ ଚୌଧୁରୀ, ନୃସିଂହ ମାଦଳା, ମନୋଜ ମାଦଳା, ସୁନୀଲ ସିଂ, ହୀନ ସାହୁ, ନକୁଳ ଦାସ, ବୁଲୁ ଗୌଡ଼, ଅଶୋକ କୁମାର ସାହୁ, ଗୋପୀ ପାତ୍ର, ପିଙ୍କୁ ଗୌଡ଼, ବାବୁ ଗୌଡ଼, ଶିବ ଗୌଡ଼ ଓ ପିଲୁ ତ୍ରିପାଠୀଙ୍କ ସମେତ ସମସ୍ତ ଗ୍ରାମବାସୀ ଯୋଗଦେଇଥିଲେ। ପଳାସପୁର ମାଆ ବୁଢ଼ୀ ଠାକୁରାଣୀ ଯାତ୍ରା ୨୦୨୬ ପାଇଁ ଗ୍ରାମବାସୀ ଆସନ୍ତା ୩୦ ଏପ୍ରିଲ ୨୦୨୬ ତାରିଖରେ ଅସ୍ଥାୟୀ ମଣ୍ଡପକୁ ମାଆଙ୍କ ଆଗମନ ହେବାକୁ ଥିବା ବେଳେ, ୦୬ ମଇ ୨୦୨୬ ରେ ବିରାଟ ପଟୁଆର ସହିତ ମାଆଙ୍କ ନଗର ପରିକ୍ରମା ଅନୁଷ୍ଠିତ ହେବ। ପରବର୍ତ୍ତୀଭାବେ ୦୭ ମଇ ଠାରୁ ୧୦ ମଇ ୨୦୨୬ ପର୍ଯ୍ୟନ୍ତ ପୌରାଣିକ ଓ କାଳ୍ପନିକ ନାଟକ ଆୟୋଜିତ ହେବ। ଶେଷରେ ୧୦ ମଇ ୨୦୨୬ ତାରିଖରେ ମାଆଙ୍କ ମନ୍ଦିରକୁ ପ୍ରତ୍ୟାଗମନ କରାଯିବ। ଏହି ଯାତ୍ରାକୁ ନେଇ ସମଗ୍ର ଅଞ୍ଚଳରେ ଧାର୍ମିକ ଓ ଉତ୍ସବମୂଖର ପରିବେଶ ସୃଷ୍ଟି ହୋଇଛି। ଗ୍ରାମବାସୀମାନେ ଉତ୍ସାହର ସହିତ ଏହି ପର୍ବ ପାଳନ ପାଇଁ ପ୍ରସ୍ତୁତି ଜାରି ରଖିଛନ୍ତି।ସାନଖେମୁଣ୍ଡିରୁ ବିଜୟ କୁମାର ପ୍ରଧାନଙ୍କ ରିପୋର୍ଟ ନିଉସ ଉପାନ୍ତ ଖବର
