May 10, 2026

ନରେନ୍ଦ୍ରକୋଣ ସ୍ଥିତ ଶ୍ରୀ ବୁଢୀମା ଠାକୁରାଣୀଙ୍କ ପ୍ରଥମ ବାର୍ଷିକ ଜନ୍ମୋତ୍ସବ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି ।

IMG-20250420-WA0003
Share

ନରେନ୍ଦ୍ରକୋଣ ସ୍ଥିତ ଶ୍ରୀ ବୁଢୀମା ଠାକୁରାଣୀଙ୍କ ପ୍ରଥମ ବାର୍ଷିକ ଜନ୍ମୋତ୍ସବ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି ।ମା ଙ୍କର ବିଳମ୍ବିତ ରାତ୍ରୀରେ ଅଧିବାସ ହେବା ପରେ ଆଜି କଳସ ଯାତ୍ରା ସୂର୍ଯ୍ୟ ପୂଜା ହେବାପରେ ତିନି ପ୍ରକାର ବେଶରେ ମା ଭକ୍ତ ମାନଙ୍କୁ ଦର୍ଶନ ଦେବେ ।ପ୍ରଥମେ ମା ଗୌରୀ ବେଶ,ତାପରେ ଭୁବନେଶ୍ଵରୀ ଏବଂ ଶେଷରେ ମା ବୁଢୀ ଠାକୁରାଣୀ ବେଶ ହେବେ ବୋଲି ମୁଖ୍ୟ ପୂଜକ ସୂଚନା ଦେବା ସହିତ ରାତିରେ ହଜାର ରୁ ଉର୍ଦ୍ଧ ଭକ୍ତ ମାଗଣା ପ୍ରସାଦ ସେବନ କରିଥିଲେ ।ଏହି କାର୍ଯ୍ୟକ୍ରମ କୁ ସଭାପତି ବାବୁଲି ପ୍ରଧାନଙ୍କ ଅଧକ୍ଷତା ରେ ସଂପାଦକ ପୂର୍ଣ୍ଣ ଚନ୍ଦ୍ର ସାହୁ,କୋଷାଧ୍ୟକ୍ଷ ବାବୁଲା ଦାସ, ସୋଦେସ ନଣ୍ଡାଙ୍କ ସହିତ ଅନୁଷ୍ଠାନ ର ସମସ୍ତ ସଦସ୍ୟ ସଦସ୍ୟାମାନେ ମିଶି ପରିଚାଳନା କରିବାରେ ସହଯୋଗ କରିଥିଲେ ।

ପୁରୀ ରୁ ରମେଶ ସାହୁଙ୍କ ରିପୋର୍ଟ