March 10, 2026

ଦୁର୍ଘଟଣାରେ ମାଟ୍ରିକ ପରୀକ୍ଷାର୍ଥୀ ଆହତ..

IMG-20260220-WA0055
Share

 

ବେଗୁନିଆ(ଉପାନ୍ତ ଖବର ମାନସ ରଞ୍ଜନ କର) ତା ୨୦/୦୨ ବେଗୁନିଆ ମଣ୍ଡଳ ଅନ୍ତର୍ଗତ ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ଶେଖ୍ ରିହାନଉଦ୍ଦିନ୍ ଶୁକ୍ରବାର ଦିନ ପୂର୍ବାହ୍ନରେ ଟିଉସନ୍ ରୁ ଘରକୁ ସାଇକେଲରେ ଫେରୁଥିବା ବେଳେ ବେଗୁନିଆ ନୂଆସାହି ଜଗନ୍ନାଥ ମନ୍ଦିର ନିକଟରେ ୯ଘଟିକାରେ କୁକୁର ଆଘାତରେ ତଳେ ପଡ଼ିଯିବା ଯୋଗୁଁ ବାମ ଗୋଡ଼ ଟି ଆଘାତପ୍ରାପ୍ତ ହୋଇଛି। ପିଲାଟି ବେଗୁନିଆ ଜାଗ୍ରୀବାଡ ନିବାସୀ ଶେଖ୍ ସିରାଜୁଦ୍ଦିନ ଙ୍କ ପୁତ୍ର। ଚିକିତ୍ସା ନିମିତ୍ତ ତାକୁ ପ୍ରଥମେ ବେଗୁନିଆ ସରକାରୀ ହସ୍ପିଟାଲକୁ ନିଆଯାଇଥିଲା। ଡାକ୍ତରଙ୍କ ପରାମର୍ଶ କ୍ରମେ ରିହାଉଦ୍ଦିନ କୁ ଖୋର୍ଦ୍ଧା ଜିଲ୍ଲା ସରକାରୀ ଡାକ୍ତରଖାନାକୁ ଏବଂ ଖୋର୍ଦ୍ଧା ଚିକିତ୍ସା ଅଧିକାରୀଙ୍କ ପରାମର୍ଶରେ ଭୁବନେଶ୍ୱର ସ୍ଥିତ ନୀଳାଚଳ ହସ୍ପିଟାଲ କୁ ନିଆଯାଇଥିଲା। ବାମ ଗୋଡ଼ ର ଏକ ଶିରା କଟିଯାଇଥିବାରୁ ଗୋଡ଼ କୁ ସମ୍ପୂର୍ଣ୍ଣ ଭାବେ ପ୍ଳାଷ୍ଟର କରାଯାଇଛି। ଆସନ୍ତା ଶନିବାର ଦିନ ମାଟ୍ରିକ ପରୀକ୍ଷା କେନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ,ଡିଙ୍ଗର ରେ ଇଂରାଜୀ ପରୀକ୍ଷା ଦେଇ ସାରିବା ପରେ ପୂନର୍ବାର ନୀଳାଚଳ ହସ୍ପିଟାଲ କୁ ନିଆଯାଇ ଗୋଡ଼ ର ଅସ୍ତ୍ରୋପଚାର କରାଯିବ ବୋଲି ସଂପୃକ୍ତ ଛାତ୍ର ଙ୍କ ଘରକୁ ଯାଇ ତାର ପିତା ମାତାଙ୍କ ଠାରୁ ପ୍ରଧାନଶିକ୍ଷକ ପ୍ରମୋଦ କୁମାର ସ୍ବାଇଁ ଶୁଣିବାକୁ ପାଇଥିଲେ। ପ୍ରଧାନଶିକ୍ଷକ ଶ୍ରୀ ସ୍ୱାଇଁ ଙ୍କ ସମେତ ବିଦ୍ୟାଳୟ ପଞ୍ଚସଖା ଶିକ୍ଷା ସେତୁ ସଙ୍ଗଠନଅଧ୍ୟକ୍ଷ ମାୟାଧର ମାର୍ଥା, ଉପାଧ୍ୟକ୍ଷ ଭବାନୀଶଙ୍କର ଜୟସିଂହ, ପରିଚାଳନା କମିଟି ର ଅଧ୍ୟକ୍ଷା ପୁଷ୍ପଲତା ଜୟସିଂହ, ଉପାଧ୍ୟକ୍ଷ ସର୍ବେଶ୍ଵର ସାହୁ, ଶିକ୍ଷୟିତ୍ରୀ ସ୍ମୃତି ଶିଖା ବେହେରା, ମୋହିନୀକାନ୍ତ ଦାସ,ରିଶ୍ମା ରଶ୍ମୀ ପାଇକରାୟ, ସାଧନ କେନ୍ଦ୍ର ସଂଯୋଜକ ସରୋଜ ବେହେରା ଓ ରବିନ୍ଦ୍ର କୁମାର ବେହେରା ଏବଂ ବିରଞ୍ଚି ନାରାୟଣ ସାହୁ ପିଲାଟିର ଘରକୁ ଯାଇ ତାଙ୍କର ଆତ୍ମୀୟ ସ୍ୱଜନ ଙ୍କୁ ସମ୍ବେଦନା ଜଣାଇଥିଲେ।