March 10, 2026

ଖଡିଆଳ ଡିଗ୍ରୀ ମହିଳା କଲେଜ୍ ର ୧୦ମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ, ଛାତ୍ରୀଙ୍କୁ ଇତିହାସ ପଢିବାକୁ ଆହ୍ବାନ ଦେଶ ରାଜ୍ୟ ଏବଂ ଜିଲ୍ଲା ଇତିହାସ ଜାଣିବାକୁ ଆଗ୍ରହ ପ୍ରକାଶ..

IMG-20260220-WA0042
Share

*ଖଡିଆଳ ଡିଗ୍ରୀ ମହିଳା କଲେଜ୍ ର ୧୦ମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ, ଛାତ୍ରୀଙ୍କୁ ଇତିହାସ ପଢିବାକୁ ଆହ୍ବାନ ଦେଶ ରାଜ୍ୟ ଏବଂ ଜିଲ୍ଲା ଇତିହାସ ଜାଣିବାକୁ ଆଗ୍ରହ ପ୍ରକାଶ କରିଛନ୍ତି* ତା:୨୦.୦୨. ନୂଆପଡ଼ା ଜିଲ୍ଲା ଖଡିଆଳ ଡିଗ୍ରୀ ମହିଳା କଲେଜ୍ ର ୧୦ମ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଅଛି। ଏହି ଉତ୍ସବ ରେ ଜିଲ୍ଲାପାଳ ମଧୁସୂଦନ ଦାସ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଛାତ୍ରୀଙ୍କୁ ଇତିହାସ ପଢିବାକୁ ଆହ୍ବାନ ସହ ଛାତ୍ରୀ ଜୀବନରେ ଗବେଷଣାତ୍ମକ ଶିକ୍ଷା ଗ୍ରହଣ ସହ ଦେଶ, ରାଜ୍ୟ ଏବଂ ଜିଲ୍ଲା ଇତିହାସ ଜାଣିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଯୋଗିମଠ ଋଷିପିଠ ଉପରେ ଜାଣିବା ପାଇଁ ଆହ୍ବାନ କରିଥିଲେ। ସଭାରେ କଲେଜ୍ ପରିଚାଳନା ଅଧ୍ୟକ୍ଷ ବିନୋଦ ବିହାରୀ ପାଢୀ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟବକ୍ତା ରୂପେ ଟିଟିଲାଗଡ କଲେଜ୍ ପୂର୍ବତନ ଅଧକ୍ଷ ଡଃ.ଚୟାକାନ୍ତ ଷଡଙ୍ଗୀ ଯୋଗ ଦେଇଥିଲେ। ଛାତ୍ର ଏବଂ ଗୁରୁ ଙ୍କ ସମ୍ପର୍କ ଅତି ନିବିଡ଼ ହେବା କଥା କହିଥିଲେ। କଲେଜ୍ ପ୍ରତିଷ୍ଠାତା ଅଧ୍ୟକ୍ଷ ଡ଼ଃ. ଫଣିନ୍ଦମ୍ ଦେଓ , ପ୍ରତିଷ୍ଠାତା ସମ୍ପାଦକ ଡଃ. ପଦ୍ମ ଲୋଚନ ବର୍ମା ଏବଂ ଖାଡ଼ିଆଲା ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ନନ୍ଦ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ। କଲେଜ୍ ଅଧ୍ୟକ୍ଷା ଲିଜା ଆଚାର୍ଯ୍ୟ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଅଧ୍ୟାପିକା ପ୍ରିୟଙ୍କା ମୁଣ୍ଡ ସ୍ବାଗତ ଅଭିଭାଷଣ ଦେଇଥିଲେ। ଏହି ଉପଲକ୍ଷେ ଖଡିଆଳ ଡିଗ୍ରୀ ମହିଳା କଲେଜ୍ ମୁଖବନ୍ଧ ପ୍ରାଚୀର ପତ୍ରିକା ଉନ୍ମୋଚନ କରି ପ୍ରାଚୀର ପତ୍ରିକା ଏକ ସୁସ୍ଥ ପରମ୍ପରା ବୋଲି ଜିଲ୍ଲାପାଳ ମଧୁସୂଦନ ଦାଶ କହିଥିଲେ। ଏହି ଉତ୍ସବ ଉପଲକ୍ଷେ କଲେଜ୍ ପକ୍ଷ ରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ରେ କୃତି ଛାତ୍ରୀଙ୍କୁ ସମ୍ମାନିତ କରିଥିଲେ । ଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅଧ୍ୟାପିକା ମହେଶ୍ୱାତା ପଣ୍ଡା ଧନ୍ୟବାଦ ଦେଇଥିବା ବେଳେ ପୁଷ୍ପାଞ୍ଜଳୀ ପ୍ରାଧାନୀ, ପଙ୍କଜିନି ବିଶି, ସ୍ୱରୂପ ରାଣୀ କୁମାର, ସସ୍ମିତା ବିଶି, ଦୁର୍ଯ୍ୟୋଧନ ଭୋଇ, ଦେଓ କୁମାର ସତନମି, ଘନଶ୍ୟାମ ସାଗରିଆ, ଲକ୍ଷ୍ମୀ ନାରାୟଣ ପଣ୍ଡା, ସଂଜୟ ଦର୍ଜି, ରେବତୀ ନାଏକ, ନୀଳାମ୍ବର ଶବର ପଲ୍ଲବୀ ମହାନନ୍ଦ ପ୍ରମୁଖ ସହଯୋଗ କରିଥିବା ବେଳେ ଡ଼. ମେଜର ରାମ ଚନ୍ଦ୍ର ମିଶ୍ର, ନିମାଇଁ ଚରଣ ତାଣ୍ଡି, ଡୋଳା ମୋହନ ସିଂ ବାବୁ ପ୍ରମୁଖ ଯୋଗ ଦେଇଥିଲେ। କଲେଜ୍ ଛାତ୍ରୀ, ସାମ୍ବାଦିକ ଏବଂ ଅଭିଭାବକ ମାନେ ଯୋଗ ଦେଇଥିଲେ।