March 10, 2026

ଗଞ୍ଜାମ ବ୍ଲକ ରେ ଜନଶୁଣାଣୀ ଶିବିର…

blon
Share

 

 

ଗଞ୍ଜାମ ବ୍ଲକ ସଭା ଗୃହ ରେ ମଙ୍ଗଳବାର ବ୍ଲକ ସ୍ତରୀୟ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଓ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଯୋଜନା 2023 କାର୍ଯ୍ୟକ୍ରମ ର ସାମାଜିକ ସୁରକ୍ଷା ସମ୍ପର୍କରେ ଆଲୋଚନା ହୋଇଥିଲା l ଆୟୋଜିତ ଶିବିରରେ ବ୍ଲକ ଅଧକ୍ଷା ଶର୍ମିଷ୍ଠା ପ୍ରଧାନ ଅଧକ୍ଷତା କରିଥିବା ବେଳେ ବ୍ଲକ ଗୋଷ୍ଟି ଉନ୍ନୟନ ଅଧିକାରୀ ବସନ୍ତ କୁମାର ମଲିକ,କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ରବୀନ୍ଦ୍ର ନାଥ ମଲାଣ, ସହକାରୀ ଯନ୍ତ୍ରୀ ସୁଶୀଲ କୁମାର ପଣ୍ଡା, ଏପିଡ଼ି ଟେକ୍ନିକାଲ ମୁଖ୍ୟ 1ନୀଳକଣ୍ଠ ସୁନ୍ଦରାୟ ପ୍ରମୁଖ ମଞ୍ଚାସିନ ଥିଲେ l ଜିପିଓ ଶ୍ରୀକାନ୍ତ କୁମାର ଗୌଡ଼ 2023/24 ଆର୍ଥିକ ବର୍ଷ ବିବରଣୀ ପଠନ କରିଥିଲେ l ପଞ୍ଚାୟତ ଗୁଡିକରେ ବିଭିନ୍ନ ପ୍ରକଳ୍ପ ତଥା ଖେଳ ପଡିଆ,ପାନୀୟ ଜଳ, ବୃକ୍ଷ ରୋପଣ,ମୃତିକା ସରଂକ୍ଷଣ, ଆଦି ବିଭିନ୍ନ ଉର୍ଣ୍ଣୟନ ମୂଳକ କାର୍ଯ୍ୟ ର ବ୍ୟୟ ବରାଦ ଓ ଖାଦ୍ୟ ସୁରକ୍ଷା ସମ୍ପର୍କରେ ଆଲୋଚନା ହୋଇଥିଲା l ଗଞ୍ଜାମ ବ୍ଲକ 15 ପଞ୍ଚାୟତକୁ ବିଭିନ୍ନ ପ୍ରକଳ୍ପ ନିମନ୍ତେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା (ଏମଏନଆରଇଜିଏସ )ରୁ 5 କୋଟି 95 ଲକ୍ଷ 6 ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ସୂଚନା ଦେଇଥିଲେ l ବ୍ଲକରେ 3163 ପ୍ରକଳ୍ପ ଅନୁମୋଦନ ହୋଇଥିଲା ସେଥିରୁ 2293 ପ୍ରକଳ୍ପ ହାତକୁ ନିଆଯାଇଥିବା ବେଳେ ସେଥିରୁ 870 ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ ହୋଇଛି l 2023/24 ବର୍ଷରେ 17 ହଜାର 470ପରିବାର ଜବକାର୍ଡ ପାଇଁ ନିଜ ନାମ ପଞ୍ଜିକରଣ କରିଥିବା ବେଳେ ସମସ୍ତେ ତାହା ପାଇଛନ୍ତି ଏବଂ802 ପରିବାରକୁ 100 ଦିନର କାମ ଯୋଗାଇ ଦିଆଯାଇଥିବା ବ୍ଲକ ପ୍ରଶାସନ ପକ୍ଷରୁ କୁହାଯାଇଛି l ଏହି ବ୍ଲକରେ ଲାଇନ ଡିପାର୍ଟମେଣ୍ଟ ଠିକ ଭାବେ କାମ କରୁ ନଥିବା ହୁମ୍ମା ପଞ୍ଚାୟତ ସମିତି ସଭ୍ୟ ଧ୍ରୁବ ଚରଣ ପଲାଇ ଏବଂ ରାଜପୁର ପଞ୍ଚାୟତ ସରପଞ୍ଚ ଅଭିଯୋଗ ଆଣିଥିଲେ l ପ୍ରାୟ ପଞ୍ଚାୟତରେ ମୃତିକା ସରକ୍ଷଣ ବିଭାଗ କର୍ମକର୍ତା ଜନପ୍ରତିନିଧିଙ୍କୁ ଅବଗତ କରାଉ ନଥିବା ଅଭିଯୋଗ ହୋଇଥିଲା l ଏହି ଶୁଣାଣିକୁ ବ୍ଲକ ସମାଜ ମଙ୍ଗଳ ଅଧିକାରୀ ଲୋକନାଥ ରେଡ଼ି, ଆସିଷ୍ଟାଣ୍ଟ ମାମି ସାହୁ,ପୁଷ୍ପାଞ୍ଜଳି ପଣ୍ଡା,ଏପିଓ ବ୍ରଜ କିଶୋର ବେହେରା,ନରେଗା ଡିଓ ଶିବାନୀ ସେଠୀ ପ୍ରମୁଖ ପରିଚାଳନା କରିଥିବା ବେଲେ ନିର୍ବାହୀ ଯନ୍ତ୍ରୀ ଦିଗାମ୍ବର ନାୟକ, ସରପଞ୍ଚ ବନ୍ଦନା ରେଡ଼ିଙ୍କ ସମେତ ଅନ୍ୟାନ୍ୟ ସରପଞ୍ଚ ସମିତି ମେମ୍ବର ଓ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ l(ପ୍ରଦୀପ କୁମାର ପଣ୍ଡା)