March 10, 2026

ମୋ ଦମୟନ୍ତୀ କମିଟି ପକ୍ଷରୁ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଦାବୀ ପତ୍ର ପ୍ରଦାନ..

pda
Share

 

କୋରାପୁଟ ଜ଼ିଲ୍ଲା କୋଟପାଡ଼ ମୋ ଦମୟନ୍ତୀ କମିଟି ତରଫରୁ କୋଟପାଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ଠାରେ ନୂତନ ଭାବରେ ଯୋଗଦାନ କରିଥିବା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ପ୍ରମୋଦ କୁମାର ପାଢ଼ୀ ଙ୍କୁ ପୁଷ୍ପଗୁଚ୍ଛ ଓ ଉପଢକନ ସହିତ ସ୍ୱାଗତ କରିବା ସହିତ କୋଟପାଡ଼ ଦମୟନ୍ତୀ ସାଗରର ରୂପାନ୍ତରିତ ପୂର୍ବରୁ ଦଲାଲ ମାନଙ୍କ ପାଖରେ ଥିବା ଜମି ସରକାର ଖାତାକୁ ନିଆଯାଉ ବୋଲି ଦାବି ପ୍ରଦାନ କରିଥିଲେ, ସୂଚନା ଥାଉକି ପୂର୍ବରୁ ଦମୟନ୍ତୀ ସାଗରର ସର୍ବୋ ମୋଟ ୧୧୨ ଏକର ଥିବା ବେଳେ ବର୍ତମାନ ପରିପେକ୍ଷୀରେ ସେଟେଲମେଣ୍ଟ କରାଯାଇ ୮୨ ଏକର ହୋଇଥିବାବେଳେ ବାକି ୩0 ଏକର ଜମି ଜବରଦଖଲ ମାନଙ୍କ ଆୟତରେ ଥିବାରୁ, ସେ ୩0ଏକର ଜମିର ପୁନଃ ଉଦ୍ଧାର ସହ ମୁକ୍ତକରି ସରକାର ଙ୍କ ଅକ୍ତିଆରରେ ନିଆଯାଉ ବୋଲି ଆଜି ମୁଖ୍ୟ ମୁଦା ନେଇ ଆଜି ମୋ ଦମୟନ୍ତୀ କମିଟି କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଅନୁରୋଧ କରିଥିଲେ,ବିଶେଷ କରି ଯେପରି ଦିୱାନ ମୁଣ୍ଡା ଓ ଦମୟନ୍ତୀ ସାଗର ରୂପାନ୍ତରିତ ପାଇଁ ଆସିଥିବା ଅନୁଦାନ ସଠିକ ମାର୍ଗରେ ଖର୍ଚ୍ଚ କରାଯାଉ ବୋଲି ଲିଖିତ ଭାବରେ ପ୍ରଦାନ କରିଥିଲେ,କୋଟପାଡ଼ ମୁଖ୍ୟ ରାସ୍ତାରେ ମାଂସ ଦୋକାନ, ବିଭିନ୍ନ ପାର୍କର ଅବ୍ୟବସ୍ଥା, କୋଟପାଡ଼ ମୁଖ୍ୟ ରାସ୍ତା ଓ କୁସୁମି ଛକରେ ଗାଈ,ଗୋରୁ ବାସସ୍ଥଳୀ କରିବା ଓ ପ୍ରତେକଦିନ ଦୁର୍ଘଟଣା ହେଉଥିବାରୁ କାର୍ଯ୍ୟାନୁଷ୍ଠାନ ପାଇଁ କୁହାଯାଇଥିଲା, କୋଟପାଡ଼ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ପାଢ଼ୀ ଦମୟନ୍ତୀ ସାଗର କମିଟିର ସମସ୍ତ ଦାବୀ ଓ ଅଭିଯୋଗ ଉପରେ ଦେବା ସହ ଖୁବଶୀଘ୍ର କାର୍ଯ୍ୟକାରି କରାଯିବ ବୋଲି ପ୍ରତିଶୃତି ଦେଇଥିଲେ, ଆଜି ଏହି ଦାବୀ ଦେବା ସମୟରେ ମୋ ଦମୟନ୍ତୀ ସାଗର କମିଟି ଆବାହକ ଗଣେଶ ଚନ୍ଦ୍ର ପଣ୍ଡା, ସମ୍ପାଦକ ଗୌର ରଥ,ବିଧାୟିକା ପ୍ରତିନିଧି ସୁଧୀର ମହାନ୍ତି,ୱାର୍ଡ ମେମ୍ବର ରବି ନାୟକ, ଏମ ଡ଼ି ଯୁସୁଫ,ଉପଦେଷ୍ଟା ନରସିଂହ ବେହେରା, ବଂଶୀଧର (ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଖବର ଉପାନ୍ତ ଓଡିଶା )