March 8, 2026

ନବୀନଙ୍କ ବିଭିନ୍ନ ଯୋଜନା ଭେଳିକି ବୋଲି କହିଲେ କୃଷ୍ଣପ୍ରସାଦ ବ୍ଲକ ର ସରପଞ୍ଚମାନେ …

plllllll
Share

ହଁ ଆଜ୍ଞା ପ୍ରତି ପଞ୍ଚାୟତ ଭଳି ଆଜି ପୁରୀଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଗମ୍ଭାରୀ ଗ୍ରାମପଞ୍ଚାୟତ ରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଚାଲିଥିବା ବେଳେ ଏହି ସଭାରେ ନବୀନ ଙ୍କ ଏହି ଯୋଜନା ସବୁ ଲୋକ ଦେଖାଣିଆ ବୋଲି ଗର୍ଜିଥିଲେ କୃଷ୍ଣପ୍ରସାଦ ବ୍ଲକର ସରପଞ୍ଚମାନେ l ଏସବୁ ମିଛ ପ୍ରହେଳିକା ବୋଲି କହିଥିଲେ ସ୍ଥାନୀୟ ସରପଞ୍ଚ l ଏହି କାର୍ଯ୍ୟକ୍ରମ ରେ କୃଷ୍ଣପ୍ରସାଦ ବ୍ଲକ ଉପାଧକ୍ଷା ଶକୁନ୍ତଳା ଗଡୁ, ପଣଶପଦା ଗ୍ରାମପଞ୍ଚାୟତ ସରପଞ୍ଚ ମିତାଲି ପ୍ରିୟଦର୍ଶିନୀ, ପିରିଜିପୁର ସରପଞ୍ଚ ମଳୟ କୁମାର ଜେନା, ସାତପଡ଼ା ଗ୍ରାମପଞ୍ଚାୟତ ର ସରପଞ୍ଚ ରଶ୍ମିତା ସାମନ୍ତରାୟ, ମାଣିକା ସରପଞ୍ଚ ଜିଲଫରୁନ ବିବି, ଗୋପୀନାଥପୁର ଗ୍ରାମପଞ୍ଚାୟତ ସରପଞ୍ଚ ସରୋଜ ଲେଙ୍କା, ଅରଖକୁଦା ସରପଞ୍ଚ ସୁମିତ୍ରା ବେହେରା, ଗମ୍ଭାରୀ ଗ୍ରାମପଞ୍ଚାୟତ ସରପଞ୍ଚ ସୁଶାନ୍ତ ପରିଡା, ପିରିଜିପୁର ସମିତିସଭ୍ୟ ସଂଗ୍ରାମ ଜାଲି, ଗୋପୀନାଥପୁର ସମିତିସଭ୍ୟ ଧୀରେନ୍ଦ୍ର ବେହେରା, ଗମ୍ଭାରୀ ଗ୍ରାମପଞ୍ଚାୟତ ସମିତିସଭ୍ୟ ଜାନକୀ ଜେନା, ପି ଇ ଓ ରବୀନ୍ଦ୍ର କୁମାର ସାହୁ ଓ ଜେ ଆର ଏସ ମିଥୁନ ବେହେରା ପ୍ରମୁଖ ମଞ୍ଚାସିନ ହୋଇ ବିଭିନ୍ନ ବର୍ଗରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ସମ୍ମାନିତ କରିବା ସହିତ ନବୀନଙ୍କ ଏହି ଯୋଜନା ସବୁ ମିଛ ପ୍ରହେଳିକା ବୋଲି ଗଣମାଧ୍ୟମକୁ ସୂଚନା ଦେଇଥିଲେ l
(ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ)