March 10, 2026

ଗଜପତି:- ଜିଲ୍ଲାସ୍ତରୀୟ ଜନଜାତି ଯୁବ ଉଦ୍ୟୋଗୀ ମାନଙ୍କୁ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ଅନ୍ତର୍ଗତ’ରେ ସହାୟତା ରାଶି ବଣ୍ଟନ କାର୍ଯ୍ୟକ୍ରମ ..

njjj
Share

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ଆଜି ଜିଲ୍ଲାସ୍ତରୀୟ ଜନଜାତି ଯୁବ ଉଦ୍ୟୋଗୀ ମାନଙ୍କୁ ସହାୟତା ରାଶି ଓ ଜନଜାତି ଜୀବିକା ପରିଷଦ ମାନଙ୍କୁ ମାନ୍ୟତା ପତ୍ର ପ୍ରଦାନ କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ଅନ୍ତର୍ଗତ’ରେ ଓଡ଼ିଶା ସରକାର’ଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଆନୁକୂଲ୍ୟ’ରେ ପାରଳାଖେମୁଣ୍ଡି ସ୍ଥିତ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷ’ରୁ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସର’ରେ ଆଇଟିଡିଏ: କାର୍ଯ୍ୟାଳୟ ଠାରୁ ଜନଜାତି ଶ୍ରେଣୀର ୪୦୦ ରୁ ଉର୍ଦ୍ଧ୍ବ ଲୋକ ନିଜର ପାରମ୍ପାରିକ ନାଚଗୀତ ରେ ଏକ ବିରାଟ ଶୋଭାଯାତ୍ରା ଆସି ସଭାସ୍ଥଳ ଠାରେ ପହଞ୍ଚିଥିଲେ ।
ପରେ ଅନୁଷ୍ଠିତ ସହାୟତା ରାଶି ବଣ୍ଟନ କାର୍ଯ୍ୟକ୍ରମ’ରେ ମୁଖ୍ୟଅତିଥି ଭାବେ ଗଜପତି ଜିଲ୍ଲାପାଳ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନ ଯୋଗଦେଇ ଜିଲ୍ଲା’ର ୭ ଟି ବ୍ଲକ’ର ୮୭ ଗୋଟି ପଞ୍ଚାୟତ’ର ୨୨୫ ଜଣ’ ଜନଜାତି ଯୁବ ଉଦ୍ୟୋଗୀ ମାନ ୫୦ ହଜାର ଟଙ୍କା ଲେଖାଏଁ ର ମୋଟ ୧ କୋଟି ୧୨ ଲକ୍ଷ ୫୦ ହଜାର ଟଙ୍କା’ର ସହାୟତା ରାଶି ଚେକ ଆକାରରେ ବଣ୍ଟନ କରିଥିଲେ।
ଏହି ସହାୟତା ରାଶି ସେମାନେ ଯେଉଁ ପାରମ୍ପାରିକ ବିଭିନ୍ନ ଜୀବିକା କରି ଆସୁଛନ୍ତି ଏବଂ ଯାହାକି ଏହି ପାରମ୍ପାରିକ ଜୀବିକା ସେମାନଙ୍କ ସଂସ୍କୃତି ଓ ପରମ୍ପରା ସହିତ ଜଡ଼ିତ ରହିଛି , ତାହାକୁ ଏହା ସଶକ୍ତ କରାଇ ଆଗକୁ ବଢାଇବା ସହ ଅଧିକ ଲାଭବାନ ହେବାରେ ବେଶ ସହାୟକ ହେବ ବୋଲି କହି ଏହି ପାଇଥିବା ସହାୟତା ରାଶି’ର ସଠିକ୍ ଉପଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ ।
ଅନ୍ୟପକ୍ଷରେ ଏହି କାର୍ଯ୍ୟକ୍ରମ’ରେ ୧୪୩ ଗୋଟି ଜନଜାତି ବିକାଶ ପରିଷଦ’କୁ ମାନ୍ୟତା ପତ୍ର ପ୍ରଦାନ କରା ଯାଇଥିଲା ।
ଅନ୍ୟମାନଙ୍କ ମଧ୍ୟରେ ଗଜପତି ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦ’ର ଅଧ୍ୟକ୍ଷା ଶ୍ରୀମତୀ ମୋରିଅମ ରଇତ , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିରେନ୍ଦ୍ର କୁମାର ଦାସ , ଆଇଟିଡିଏ: ପ୍ରକଳ୍ପ ପ୍ରଶାସକ ଶ୍ରୀ ଫାଲାଗୁନୀ ମାଝୀ , ପାରଳା ପୌରଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ଏବଂ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ “ସିସିଡ଼ି:”‘ର ମୁଖ୍ୟ ଶ୍ରୀ ଏ: ଜଗନ୍ନାଥ ରାଜୁ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇଥିଲେ ।
ଜନଜାତି ଯୁବ ଉଦ୍ୟୋଗୀ ମାନଙ୍କୁ ସହାୟତା ରାଶି ଚେକ ବଣ୍ଟନ ସଭା କାର୍ଯ୍ୟକ୍ରମ’ରେ ଆଇଟିଡିଏ: କାର୍ଯ୍ୟାଳୟ’ର ପ୍ରକଳ୍ପ ପରିଚାଳକ ଶ୍ରୀ ଶିବାଜୀ ପ୍ରଧାନ ସଂଯୋଜନା କରିଥିବା ବେଳେ ସମସ୍ତ କାର୍ଯ୍ୟକ୍ରମ’କୁ ଆଇଟିଡିଏ: କାର୍ଯ୍ୟାଳୟ’ର କୃଷି ବିଶେଷଜ୍ଞ ଶ୍ରୀ ସିମାଦ୍ରି ଭଗବାନ ଏବଂ ଏମ:ଜି:ଏନ:ଆର:ଜି:ଏସ: ଯୋଜନା’ର ଜିଲ୍ଲା ସଂଯୋଜକ ଶ୍ରୀ ଆଲୋକ କୁମାର ସାହୁ ଓ ଅନ୍ୟାନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ ।
(ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି(ଗଜପତି)