ମୂଳିସିଂହ ଆଦର୍ଶ ସ୍କୁଲରେ,ଭାରତ ସ୍କାଉଟ ଓ ଗାଇଡ଼ କ୍ୟାମ୍ପୋରୀ !!
-ତିର୍ତ୍ତୋଲ ତା 20/1/2026 ଜଗତସିଂହପୁର ଜିଲ୍ଲା, ତିର୍ତ୍ତୋଲ ବ୍ଲକ, ମୂଳିସିଂହ ପଞ୍ଚାୟତ ଅଧିନ ହରସିଂପୁର ସ୍ଥିତ ଆଦର୍ଶ ସ୍କୁଲ ପରିସରରେ, ଅଷ୍ଟବିଂଶତମ ଜିଲ୍ଲାସ୍ତରୀୟ ଭାରତ ସ୍କାଉଟ ଗାଇଡ଼ କ୍ୟାମ୍ପୋରୀ (ତେଜସ,) 2025-26 ଗତ ମଙ୍ଗଳବାର ଦିନ ବିପୁଳ ଆନନ୍ଦଉଲ୍ଲାସ ମଧ୍ୟରେ ଶୁଭ ଉଦଘାଟିତ ହୋଇଯାଇଛି l ଜିଲ୍ଲା ଶିକ୍ଷାଅଧିକାରୀ ତଥା ବିଭାଗୀୟ ମୁଖ୍ୟ କମିଶନର କେଶବ ମେହେର ଙ୍କ ସଭାପତିତ୍ବ ରେ, ଏହି ଉପଲକ୍ଷେ ଆୟୋଜିତ ସଭାରେ ସୁଶ୍ରୀ ମନୀଷା ମିଶ୍ର ନିମନ୍ତ୍ରିତ ସମସ୍ତ ଅତିଥି ମାନଙ୍କୁ ମଞ୍ଚକୁ ସ୍ୱାଗତ କରିବା ସହିତ, ଅତିଥିଙ୍କ ପରିଚୟ ପ୍ରଦାନ ଓ ମଞ୍ଚସଂଚାଳନ କରିଥିଲେ l ପ୍ରାରମ୍ଭରେ ଶ୍ରୀଜଗନ୍ନାଥ ଓ ସ୍କାଉଟ ର ପ୍ରତିଷ୍ଠାତା ଙ୍କ ଫଟୋ ଚିତ୍ର ରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କରାଯାଇ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରାଯାଇଥିଲା l ଏଥିରେ ମୁଖ୍ୟଅତିଥି ସ୍ଥାନୀୟ ସରପଞ୍ଚ ମହମ୍ମଦ ସଫି ଆଜମ୍, ମୁଖ୍ୟବକ୍ତା ଅତିରିକ୍ତ ଜିଲ୍ଲା ଶିକ୍ଷାଅଧିକାରୀ ରାଜଶ୍ରୀ ସାହୁ ମୁଖ୍ୟବକ୍ତା ଭାବେ ଯୋଗଦେଇଥିବା ବେଳେ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଜୟନ୍ତ କୁମାର ରାୟ ବିବରଣୀ ପାଠ କରିଥିଲେ l ସମ୍ମାନିତଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷାଅଧିକାରୀ ଲକ୍ଷେହୀରା ଲାବଣ୍ୟବତୀ ବେହେରା,ମୂଳିସିଂହ ଆଦର୍ଶସ୍କୁଲ ର ଅଧ୍ୟକ୍ଷା ନିବେଦିତା ପଟ୍ଟନାୟକ ଓ ସ୍କାଉଟ ର ପ୍ରାକ୍ତନ ଜିଲ୍ଲା କମିଶନର ଶରତ ଚନ୍ଦ୍ର ବାରିକ ମଞ୍ଚମଣ୍ଡନ କରିଥିଲେ l ଜିଲ୍ଲାର କୋଣଅନୁକୋଣ ରୁ ପ୍ରାୟ ପାଞ୍ଚଶହ ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଙ୍କ ସମେତ ବିଭିନ୍ନ ବିଦ୍ୟାଳୟ ର ସ୍କାଉଟଗାଇଡ଼ କ୍ରୀଡା ଶିକ୍ଷକ ମାନେ ଏହି କାର୍ଯ୍ୟକ୍ରମ ରେ ସକ୍ରିୟ ଅଂଶଗ୍ରହଣ କରିଥିବାର ଦେଖିବାକୁ ମିଳିଥିଲା l ନିମନ୍ତ୍ରିତ ଅତିଥିମାନେ ଭାରତୀୟ ସ୍କାଉଟ ଗାଇଡ଼ ର ମହତ୍ତ୍ୱ, ବିଶେଷତ୍ୱ ବିଷୟରେ ତଥ୍ୟଭିତ୍ତିକ ବକ୍ତବ୍ୟ ପ୍ରଦାନ କରି ପିଲାମାନଙ୍କୁ ଉତ୍ସାହିତ ଓ ଆପ୍ୟାୟିତ କରିଥିଲେ l ତେବେ ଏହି ତିନିଦିନିଆଁ ପ୍ରଶିକ୍ଷଣ ଶିବିର ଆସନ୍ତା 22 ତାରିଖ ଗୁରୁବାର ଦିନ ଉଦଯାପିତ ହେବବୋଲି ଆୟୋଜକ ମାନେ ସୂଚନା ପ୍ରଦାନ କରିଥିଲେ l ବିଦ୍ୟାର୍ଥୀ ମାନଙ୍କ ଦ୍ୱାରା ନୃତ୍ୟସଙ୍ଗୀତ ର ଆସର ବେଶ ଉପଭୋଗ୍ୟ ହୋଇଥିଲା l ପରିଶେଷରେ ଶିକ୍ଷୟିତ୍ରୀ ସସ୍ମିତା ଶତପଥୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
