ପାନୀୟ ଜଳ ପ୍ରକଳ୍ପ ର କାର୍ଯ୍ୟ ଆରମ୍ଭ …
1- ଦୁଇ ବର୍ଷ ତଳୁ ମନ୍ଥର ହୋଇ ପଡ଼ିଥିବା ପାନୀୟ ଜଳ ପ୍ରକଳ୍ପ ର ଶୁଭାରମ୍ଭ, 2- ପ୍ରଶାସନ ଓ ପୋଲିସ ଉପସ୍ଥିତିରେ ହେଲା ଜଳ ପ୍ରକଳ୍ପ ଶୁଭାରମ୍ଭ,3- ଶୁଭାରମ୍ଭ କଲେ ସରପଂଚ ଶ୍ରୀନିବାସ ସ୍ୱାଇଁ,3- ହର ଘର ପାନୀୟ ଜଳ ଯୋଜନାରେ ଉପକୃତ ହେବେ ପଂଚାୟତ ବାସି,4- ପ୍ରକଳ୍ପ କାର୍ଯ୍ୟକୁ ବିରୋଧ କଲେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ କହିଲେ ତହସିଲଦାର।କୁଜଙ୍ଗ ବ୍ଲକ୍ ଅଧୀନ ଗୋପିଆକୁଦ ପଂଚାୟତରେ ଦୁଇବର୍ଷ ତଳେ ପାନୀୟ ଜଳ ସମସ୍ୟା ସମାଧାନ କରିବାକୁ ଭିତି ପ୍ରସ୍ତର ସ୍ଥାପନ କରାଯାଇଥିଲା। ଉକ୍ତ ବିକାଶ ମୂଳକ କାର୍ଯ୍ୟକୁ କେତେକ କୁ ଚକ୍ରୀ ବିରୋଧ କରିବା ଯୋଗୁ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ବନ୍ଦ ଥିଲା। ଆଜି ଉକ୍ତ ପ୍ରକଳ୍ପ ସ୍ଥାନରେ କୁଜଙ୍ଗ ତହସିଲଦାର ସ୍ୱରୂପ ନନ୍ଦନ ବେହେରା, ପୋଲିସ୍ ପ୍ରଶାସନ, ପାନୀୟ ଜଳ ପ୍ରକଳ୍ପ ସହକାରୀ ଯନ୍ତ୍ରୀ ମାନସୀ ବେହେରା, ଏଲ୍ ଆଣ୍ଡ ଟି କମ୍ପାନୀ କତୃପକ୍ଷ ଙ୍କ ଉପସ୍ଥିତିରେ ଗୋପିଆକୁଦ ସରପଞ୍ଚ ଶ୍ରୀନିବାସ ସ୍ୱାଇଁ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ଆଗେଇ ନେବାକୁ ନଡ଼ିଆ ବାଡ଼େଇ ଆରମ୍ଭ କରିଥିଲେ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ହାର ଘର ଜଳ ଜୋଜନ ଭଳି ବିକାଶ ମୂଳକ କାର୍ଯ୍ୟ ଦ୍ଵାର ପ୍ରତି ଘରକୁ ଟ୍ୟାପ୍ ଯୋଗେ ପାନୀୟ ଜଳ ଯୋଗାଣ ହେବାକୁ ଯାଉ ଥିବାରୁ ସାଧାରଣରେ ଖୁସିର ଲହରୀ ଖେଳିଯାଇଛି। (ପାରାଦୀପ ରୁ ଦେବାଶିଷ ପାଣି ଙ୍କ ରିପୋର୍ଟ ଉପାନ୍ତ ଖବର)
