ବୁଦୁଲି ହାଇସ୍କୁଲରେ ବାର୍ଷିକ ଉତ୍ସବ ସହ ଭାଷା, ସାହିତ୍ୟ ଓ ସୃଜନୀ କାର୍ଯ୍ୟକ୍ରମ ଅନୁଷ୍ଠିତ….

ଭଂଜନଗର,ଆଜି ଭଂଜନଗର ବ୍ଲକ ଅନ୍ତର୍ଗତ ବୁଦୁଲି ହାଇସ୍କୁଲରେ ବାର୍ଷିକ ଉତ୍ସବ ସହ ଓଡ଼ିଆ ଭାଷା, ସାହିତ୍ୟ ଓ ସୃଜନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀ ମତୀ ଇନ୍ଦିରା ପ୍ରଭା ନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀ ଯୁକ୍ତ ତ୍ରିଲୋଚନ ଯେନା ମୂଖ୍ୟ ଅତିଥି ରୂପେ, ଲାଲସିଂ କ୍ଲଷ୍ଟର ସିଆରସିସି ଶ୍ରୀ ଯୁକ୍ତ ଦ୍ଵିତୀକୃଷ୍ଣ ଲେଙ୍କା ମୂଖ୍ୟ ବକ୍ତା ରୂପେ ଏବଂ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶ୍ରୀ ଯୁକ୍ତ ଗୋପାଳ ସ୍ଵାଇଁ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ। ଅତିଥି ମାନେ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା ଏବଂ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀ ମତୀ ଇନ୍ଦିରା ପ୍ରଭା ନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ। ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଯଥା – ସୁଧାଂଶୁ ବାଳା ବିଷୋୟୀ, କାଳୀ ପ୍ରସାଦ ଆଚାର୍ଯ୍ୟ, ସୋନାଲିକା ପ୍ରଧାନ, ରବିନ୍ଦ୍ର କୁମାର ପଣ୍ଡା, ଆଶିଷ କୁମାର ମଲ୍ଲିକ, ରମିତା ସାହୁ, ରତ୍ନମାଳା ଶତପଥୀ, ସଂଯୁକ୍ତା ବିଷୋୟୀ, ସସ୍ମିତା ଶିୟ , ମନ୍ମଥ କୁମାର ବିଷୋୟୀ ଓ ସୁଶାନ୍ତ କୁମାର ସାହୁ ଆଜିର ଏହି ଭବ୍ୟ ସମାରୋହରେ ଉପସ୍ଥିତ ରହି ସମସ୍ତ ପ୍ରକାରର ସହଯୋଗ କରିଥିଲେ।
ଶିକ୍ଷାର୍ଥୀ ମାନଙ୍କ ମଧ୍ୟରେ ପାଠପଢ଼ା ପ୍ରତି ଆଗ୍ରହ, ଉତ୍ସାହ ସୃଷ୍ଟି କରିବା ଓ ପ୍ରତିଯୋଗୀ ମନୋଭାବ ସୃଷ୍ଟି କରିବା ପାଇଁ ପ୍ରତି ବର୍ଷ ବିଦ୍ୟାଳୟ ମାନଙ୍କରେ ବାର୍ଷିକ କ୍ରୀଡା ଉତ୍ସବ ଓ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥାଏ। ସଂପ୍ରତି ଚଳିତ ବର୍ଷ ଫେବୃଆରୀ ୨ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ” ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ” ପରିପ୍ରେକ୍ଷୀରେ ଓଡିଶାର ସମସ୍ତ ଉଚ୍ଚ ବିଦ୍ୟାଳୟ ମାନଙ୍କରେ ଜାନୁଆରୀ ୧୬ ତାରିଖ ଠାରୁ ୨୩ ତାରିଖ ପର୍ଯ୍ୟନ୍ତ ନବମ ଓ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀମାନଙ୍କ ପାଇଁ ଭାଷା, ସାହିତ୍ୟ ଓ ସୃଜନଶୀଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏହି ଉପଲକ୍ଷେ ବୁଦୁଲି ହାଇସ୍କୁଲରେ ଆକାଂକ୍ଷୀ ପାଠ୍ୟକ୍ରମ ଜରିଆରେ ଶିକ୍ଷାର୍ଥୀ ମାନଙ୍କୁ ସାହିତ୍ୟ ସୃଜନୀ, କୋଶଳୀ, କ୍ରୀଡାଙ୍ଗନ ଓ ଜିଜ୍ଞାସା ଭଳି ୪ ଗୋଟି କ୍ଲବ ରେ ବିଭକ୍ତ କରି ସେମାନଙ୍କର ଲୁକ୍କାୟିତ ପ୍ରତିଭା, ଅନ୍ତର୍ନିହୀତ ଗୁଣାବଳୀର ବିକାଶ, ଦକ୍ଷତା ଓ ନୂତନ ସମ୍ଭାବନା ଗୁଡ଼ିକ ର ଉନ୍ମୋଚନ, ଆବିଷ୍କାର ତଥା ପ୍ରତିପାଦନ ପାଇଁ ସୁଯୋଗ ସୃଷ୍ଟି କରାଯାଇଥିଲା। ଏହି ଅବସରରେ ଛାତ୍ରଛାତ୍ରୀ ମାନେ ” ମୋ କଥା, ମୋ କାହାଣୀ” ନାମକ ଏକ ଓଡ଼ିଆ ସାହିତ୍ୟ ପୁସ୍ତକ ଲେଖିଥିଲେ।
ଆଜିର ଏହି ପ୍ରତିକ୍ଷିତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଓ ବିଭିନ୍ନ ଶୈକ୍ଷିକ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ଓ ସିଲ୍ଡ୍ ଦେଇ ସମ୍ମାନିତ କରାଯାଇଥିଲା। ସେହିପରି ହାଉସ୍ ସିଷ୍ଟମ୍ ରେ ଶ୍ରେଷ୍ଠ ହାଉସ୍ ର ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା ଆଜିର ଏହି ପବିତ୍ର କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଭ୍ୟ, ପୁରାତନ ଛାତ୍ରଛାତ୍ରୀ ସଂସଦ, ଗ୍ରାମବାସୀ, ଶୁଭେଚ୍ଛୁ, ମଧ୍ୟାହ୍ନ ଭୋଜନ ପାଚିକା ଉପସ୍ଥିତ ରହି ସହଯୋଗ କରିଥିଲେ। ସମସ୍ତଙ୍କ ପାଇଁ ମଧ୍ୟାହ୍ନ ଭୋଜନର ଆୟୋଜନ କରାଯାଇଥିଲା। ପରିଶେଷରେ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଶ୍ରୀ କାଳୀପ୍ରସାଦ ଆଚାର୍ଯ୍ୟ ଧନ୍ୟବାଦ୍ ଅର୍ପଣ କରିବା ସହିତ ପ୍ରଧାନ ଶିକ୍ଷୟତ୍ରୀ ସଭାକାର୍ଯ୍ୟ ର ପରିସମାପ୍ତି ଘୋଷଣା କରିଥିଲେ।
(ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ ସାହୁ)