ଆଜିର ଖବର…

୧-ଝାରସୁଗୁଡାରେ ଆରମ୍ଭ ହେଲା ୨୪ତମ ଏଣ୍ଟରପ୍ରାଇଜ୍ ଓଡ଼ିଶା:୨୩୦୦୦କୋଟିର ନିବେଶ ପ୍ରତିଶ୍ରୁତି,୧୫,୧୬୮ ନିଯୁକ୍ତି ସମ୍ଭାବନା।
୨-ଫେବୃୟାରୀ ୫ରୁ ବିଧାନସଭା ଅଧିବେଶନ,୮ରେ ଆସିବ କାମଚଳା ବଜେଟ।
୩-ASO ମାମଲା: ରାଜ୍ୟ ସରକାର,OPSC ଓ ଅନ୍ୟ ପ୍ରତିପକ୍ଷଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍।
୪-ଜବତ ଗାଡିଗୁଡିକୁ ରିଲିଜ ପାଇଁ ସ୍ବତନ୍ତ୍ର ପଲିସ ଆଣିବାକୁ ପରିବହନ କମିଶନରଙ୍କୁ ନିର୍ଦ୍ଦେଶ ଦେଲେ ଓଡ଼ିଶା ହାଇକୋର୍ଟ।
୫-ଗଞ୍ଜାମ: ମୁହାଁମୁହିଁ ପିଟି ହେଲା ବାଇକ୍ ଓ ସ୍କୁଟି , ଦୁର୍ଘଟଣାରେ ୫ ମୃତ ଓ ଜଣେ ଗୁରୁତର।
୬-ଖୋର୍ଦ୍ଧା,କେରଙ୍ଗ କଲେଜ: ବକେୟା ଦରମା ଦେବାକୁ ୫୦ ହଜାର ଟଙ୍କା ଲାଞ୍ଚ,ପ୍ରିନ୍ସପାଲ ମାଡାମ ଗିରଫ।
୭-ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପ୍ରସ୍ତୁତି ସମୀକ୍ଷା କଲେ ୫-‘ଟି’ ଅଧ୍ୟକ୍ଷ,ପ୍ରତିବର୍ଷ ପାଳନ କରାଯିବ ମାତୃଭାଷା ଦିବସ ସହ ଓଡିଆ ଭାଷା ସପ୍ତାହ।
୮-ଭୁବନେଶ୍ୱର:ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟରେ ଲାଗିବ IFP
୯-ଭୁବନେଶ୍ୱର:୮୦ ହଜାର ଚାଷୀଙ୍କ ଜମିରେ ଲାଗିବ ବୋରଓ୍ବେଲ,୯୫% ଆର୍ଥିକ ସହାୟତା ଯୋଗାଇ ଦେବେ ସରକାର।
୧୦-କଣ୍ଟାବାଞ୍ଜି,ଚଟୁଆ ନନା ବିଦ୍ୟାଳୟ: ଶିକ୍ଷକଙ୍କ ମାଡରେ ୬ ଛାତ୍ର ଗୁରୁତର।
୧୧-କଟକ:ଜୁନିଅର ଟିଚର ନିଯୁକ୍ତି ଅନିୟମିତତା ମାମଲା, ନିଯୁକ୍ତି ଉପରେ ହାଇକୋର୍ଟ ଲଗାଇଲେ ଅଙ୍କୁଶ।
୧୨-ଆଗାମୀ ୩ ଦିନ ରାଜ୍ୟରେ ଘନକୁହୁଡି । କୁହୁଡି ପାଇଁ ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ରାଜ୍ୟ ସରକାର।
୧୩-ବାର୍ଷିକ ଶିକ୍ଷାସ୍ତର ରିପୋର୍ଟରେ ଜଣାପଡିଲା ଗ୍ରାମାଂଚଳ ପିଲାଙ୍କ ପସନ୍ଦ: ସବୁଠୁ ଅଧିକ ପସନ୍ଦ, ପୁଲିସ, ଶିକ୍ଷକ, ଡାକ୍ତର, ସୈନିକ ଚାକିରି।
୧୪-କଳାହାଣ୍ଡି,ଅଧମୁଣ୍ଡା ହାଇସ୍କୁଲ:ଭିଜିଲାନ୍ସ ହାବୁଡରେ ପ୍ରଧାନ ଶିକ୍ଷକ, ସ୍କୁଲର ଉନ୍ନତିକରଣ ପାଇଁ ମାଗୁଥିଲେ ୫୦ହଜାର ଟଙ୍କା।
୧୫-ଓଡ଼ିଶାରୁ ଅଧିକ ୧୦ ଲକ୍ଷ ମେଟ୍ରିକ୍ ଟନ୍ ଉଷୁନା ଚାଉଳ ସଂଗ୍ରହ କରିବା ପାଇଁ କେନ୍ଦ୍ରର ମଞ୍ଜୁରୀ।
୧୬-୭୦ ହଜାର ଲୋକଙ୍କୁ ବିପର୍ଯ୍ୟୟ ପରିଚାଳନା ତାଲିମ ଦେବ ଏନଡିଆରଏଫ।
୧୭-୧୯ ଜଣ ଶିଶୁ ପାଇବେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର।
୧୮-କେନ୍ଦ୍ର ସରକାରଙ୍କ କଟକଣା ପରେ କୋଚିଂ ସେଂଟର ଉପରେ ଚଡ଼କ: କୋଚିଂ ସେଂଟର ମାଲିକ କହିଲେ, ବୟସ ନୁହେଁ, ନବମ ଶ୍ରେଣୀ ପରେ ପିଲାଙ୍କୁ ମିଳୁ କୋଚିଂ ପାଇଁ ଅନୁମତି।
୧୯-ଗୁରୁବାର ଠାରୁ ରାମମନ୍ଦିରରେ ଆରମ୍ଭ ହୋଇସାରିଛି ବିଧିବଦ୍ଧ କର୍ମକାଣ୍ଡ । ଅଯୋଧ୍ୟାରେ ପହଁଚି ସମସ୍ତ ପ୍ରସ୍ତୁତିର ସମିକ୍ଷା କଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।
୨୦-ଇତିହାସ ରଚିଲା ଜାପାନ, ଚନ୍ଦ୍ରରେ ଜାପାନୀ ମହାକାଶଯାନ SLIMର ସଫଳ ଅବତରଣ।