November 25, 2024

ବାଲିପଦର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମହିଳା ଆତ୍ମ ସୁରକ୍ଷା ତାଲିମ୍ ଶିବିର ଉଦଯାପିତ-

Share

 

ବୁଗୁଡା:-ତା:-୨୦-୦୧-୨୦୨୩

ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଳକ ଅନ୍ତର୍ଗତ ବାଲିପଦର ଆଞ୍ଚଳିକ ବିଜ୍ଞାନ କନିଷ୍ଠ ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କ ଆତ୍ମସୁରକ୍ଷା ପାଇଁ ୮ଦିନ ବ୍ୟାପି ୨ଜଣ ମାଷ୍ଟର ଟ୍ରେନର ତାଲିମ୍ ଦିଆଯାଇଛି। ତାଲିମ ପରେ ସାର୍ଟିଫିକେଟ୍ ମଧ୍ୟ ପ୍ରଦାନ କରାଯାଇଛି । ବାସ୍ତବ ଜୀବନ ରେ ଆସୁଥିବା ବିପଦ କୁ ସାହସ ର ସହ ସାମ୍ନା କରିବା ଓ ରାସ୍ତାଘାଟରେ ଯାତାୟାତ କରିବା ସମୟ ରେ ଯଦି କୌଣସି ଶତୃ ଆକ୍ରମଣ କରେ ତାହାଲେ ସେହି ଶତୃ କବଳରୁ ଛାତ୍ରୀ ମାନେ କିପରି ନିଜ ନିଜକୁ ରକ୍ଷା କରିପାରିବେ ସେନେଇ ତାଲିମ ପ୍ରଦାନ କରାଯାଇଥିଲା ।

ଏହି ତାଲିମ ନିଜେ ଶିଖିବା ସହ ଅନ୍ୟଙ୍କୁ ମଧ୍ୟ ଶିଖାଇବାର ସୁବିଧା ପାଇଛନ୍ତି ବାଲିପଦର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟରେ ଛାତ୍ରୀ ମାନେ । ବାଲିପଦର ରୁ ମାଷ୍ଟର ଟ୍ରେନର ପ୍ରିୟଙ୍କା ସ୍ୱାଇଁ ଓ କବିସୂର୍ଯ୍ୟନଗର ରୁ ସଙ୍ଗିତା ସ୍ୱାଇଁ ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟକୁ ଆସି ଛାତ୍ରୀମାନଙ୍କୁ ଏହି ତାଲିମ୍ ପ୍ରଦାନ କରିଥିଲେ । ଆଞ୍ଚଳିକବିଜ୍ଞାନ

ଉଚ୍ଚ ମାଧ୍ୟମିକ ଆଞ୍ଚଳିକ ବିଜ୍ଞାନ ଅଧ୍ୟକ୍ଷ ଡକ୍ଟର ବି. ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ପୌରହିତ୍ଯରେ ଅନୁଷ୍ଠିତ ଆଜିର ସଭାରେ ବରେଣ୍ୟ ଅତିଥି ଭାବେ ବାଲିପଦର ସରପଞ୍ଚ ରାଜଲକ୍ଷ୍ମୀ ପ୍ରଧାନ, ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା,ଫାଣ୍ତି ଅଧିକାରୀ ସମିର କୁମାର ବେହେରା,ପୂର୍ବତ୍ତନ ସରପଞ୍ଚ ବି. ସୁଜ୍ଞାନୀ କୁମାରୀ ପାତ୍ର, ଅଧ୍ୟାପକ କୈଳାଶ ଚନ୍ଦ୍ର ସେନାପତି, ସୁଶାନ୍ତ କୁମାର ପଣ୍ଡା,ସମାଜସେବୀ କୈଳାଶ ଚନ୍ଦ୍ର ପ୍ରଧାନ,ଅଧ୍ୟାପକ ଭାବଗ୍ରାହୀ ପଣ୍ଡା ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିବା ବେଳେ ଅତିଥି ମାନଙ୍କ ଦ୍ଵାରା ସମସ୍ତ ତାଲିମ ପ୍ରାପ୍ତ ଛାତ୍ରୀ ମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା। ଅଧ୍ୟାପିକା ସୁଜାତା କୁମାରୀ ପଟ୍ଟନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲା ବେଳେ ଅଧ୍ୟାପିକା ସ୍ମିତା ରାଣୀ ସାହୁ ଧନ୍ଯବାଦ ଅର୍ପଣ କରିଥିଲେ ।

  •          *********