November 25, 2024

ଉମରକୋଟ ବିଜେପି କାର୍ଯ୍ୟାଳୟ ଠାରେ ମିଶ୍ରଣ ପର୍ବ ଅନୁଷ୍ଠିତ

Share

 

ଆଜି ଉମରକୋଟ ବିଜେପି ପାର୍ଟି ଅଫିସ ଠାରେ ଏକ ମିଶ୍ରଣ ପର୍ବ ର ଆୟୋଜନ କରାଯାଇଥିଲା. ଏହି ମିଶ୍ରଣ ପର୍ବ ରେ ଝରୀଗାଁ ନିର୍ବାଚନ ମଣ୍ଡଳୀର ଅନେକ ବିଜୁ ଜନତା ଦଳର କର୍ମୀ ତାଙ୍କ କାର୍ଯ୍ୟ ଶୈଳୀ ରେ ଅତିଷ୍ଠ ହୋଇ, କେନ୍ଦ୍ର ରେ ଥିବା ମୋଦି ସରକାରଙ୍କ ଦେଶ ହିତକର କାର୍ଯ୍ୟଶୌଳୀ ରେ ଅନୁପ୍ରାଣିତ ହୋଇ ଭାରତୀୟ ଜନତା ପାର୍ଟି ରେ ଯୋଗ ଦେଇଥିଲେ.ସେମାନେ ସମସ୍ତେ ବିଜୁ ଜନତା ଦଳର ଆଗ ଧାଡିର କର୍ମୀ ଥିଲେ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି.ସେମାନେ ହେଲେ ଗୌତମ ମାଝୀ, ପ୍ରସନ ଗୌଡ଼,ବନସିଂ ଗୌଡ଼, ଯଦୁ ଗୌଡ଼, କୃଷ୍ଟ ପନକା,ଶିବ ଗଣ୍ଡ, ରଘୁନାଥ ଗଣ୍ଡ,ଚଇତୁ କଲାର, ଜଗନ୍ନାଥ ମାଳି,ନରହରି ମାଝୀ ଏବଂ କୃଷ୍ଣ ଚନ୍ଦ୍ର ଦାସ, ଏମାନେ ସମସ୍ତଙ୍କୁ ଭାରତୀୟ ଜନତା ପାର୍ଟି ତରଫରୁ ସମସ୍ତଙ୍କୁ ସନ୍ମମାନର ସହିତ ଦଳୀୟ ଉତ୍ତରୀୟ ପ୍ରଦାନ ପୂର୍ବକ ସମସ୍ତଙ୍କୁ ଗ୍ରହଣ କରାଯାଇଥିଲା. ଏହି ମିଶ୍ରଣ ପର୍ବର ମୁଖ୍ୟ ପୁରୋଧା ଗୋପାଳ ପୂଜାରୀ ଙ୍କ ତ୍ବତ୍ୱା ବଧାନରେ ପୁସ୍ତମ ଗଣ୍ଡ ଏବଂ ବୁଦୁରାମ ମାଳି ଦ୍ଵାୟିତ୍ୱ ବହନ କରିଥଲେ. ଏହି ମିଶ୍ରଣ ପର୍ବରେ ଯୋଗ ଦେଇଥିଲେ ମାନ୍ୟବର ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ବରିଷ୍ଟ ନେତା ତଥା ରାଜ୍ୟ ସମ୍ପାଦକ ରମେଶ ଚନ୍ଦ୍ର ସାହୁ ଏବଂ ନଗର ସାଧରଣ ସମ୍ପାଦକ ପ୍ରଭାତ କୁମାର ନାୟକ ସୀମାଞ୍ଚଳ ମଲ୍ଲିକ,ଲବ ଭାଇ ପ୍ରମୁଖ ବହୁ ଦଳୀୟ କାର୍ଯ୍ୟକର୍ତା ଯୋଗଦେଇଥିଲେ ।(ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)