September 21, 2024

ଲୋକକଳା ସଂସ୍କୃତିର ନିଦର୍ଶନ ଲୋକ ମହୋତ୍ସବ ”ଚଇତି ”

Share

ରାମନାଗୁଡା, ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପଡିଆରେ ଲୋକ ମହୋତ୍ସବ ଚଇତି-୨୦୨୩ପାଳିତ ହୋଇଯାଇଛି।ସୋମବାର ସକାଳେ ସୁଲୁଡି ସ୍ଥିତ ମା ନାଦିଗାଣ୍ଡାମାଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ରାମନାଗୁଡା ସ୍ଥିତ ମାମଙ୍ଗଳା ନିକଟରେ ପୂଜାର୍ଚ୍ଚନା କରିବା ପରେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।ଏହି କଳସ ଶୋଭାଯାତ୍ରାରେ ବିଭିନ୍ନ ସାଂସ୍କୃତିକ ଦଳ ସହ ବ୍ଲକସ୍ତରର ସମସ୍ତ କର୍ମଚାରୀ ସାମିଲ ହୋଇଥିଲେ।ପରେ ବିରାଟ ପଟୁଆରରେ ପାରମ୍ପରିକ ବାଦ୍ୟ ଯନ୍ତ୍ର ମାଧ୍ୟମରେ ଶୋଭାଯାତ୍ରା ସହର ପରିକ୍ରମା କରି ଚଇତି ପଡିଆ ଅସ୍ଥାୟୀ ମଣ୍ଡପରେ ପହଞ୍ଚିଥିଲା।ମଣ୍ଡପ ଠାରେ ପୂଜାର୍ଚ୍ଚନା କରିବା ପରେ ଉପସ୍ଥିତ ଅତିଥିମାନେ ବିଭିନ୍ନ ବିଭାଗ ଦ୍ୱାରା ଖୋଲାଯାଇଥିବା ଷ୍ଟଲକୁ ଉଦଘାଟନ କରିବା କରିଥିଲେ।ପରେ ଚଇତିମଣ୍ଡପ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅନୁସୂଚିତ ଜାତି ଓ ଜନଜାତି ସଂଖ୍ୟା ଲଘୁ ତଥା ପଛୁଆ ବର୍ଗ ଏବଂ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା,ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ,ବିଜୁ ସ୍ୱାସ୍ଥ୍ୟ କ୍କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧୀର କୁମାର ଦାସ,ଜିଲ୍ଲା ଆଦିବାସୀ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧକ୍ଷା ଅନୁସୂୟା ମାଝୀ,ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ୱତୀ ମାଝୀ,ବ୍ଲକ ଅଧ୍ୟକ୍ଷ ରବି ଶଙ୍କର ଗମାଙ୍ଗ,ଉପାଧ୍ୟକ୍ଷା ଜାନକୀ ନିମାଲା,ବରିଷ୍ଠ ନାଗରିକ ତୀର୍ଥ ଯାତ୍ରୀ ଯୋଜନା ଉପଦେଷ୍ଟା ଦୁର୍ଗା ପ୍ରସାଦ ସାମନ୍ତରାୟ,ବରିଷ୍ଠ ବିଜେଡି ନେତା ଗଗନ ବିହାରୀ ଆଚାର୍ଯ୍ୟ,ଜିଲ୍ଲା ପରିଷଦ ସଭ୍ୟ ତାଙ୍ଗୁଡୁ ଶ୍ରୀଧର, ସୁରେଶ ଗମାଙ୍ଗ,ବିଡ଼ିଓ ପ୍ରଦ୍ୟୁମ୍ନ ମଣ୍ଡଳ,ତହସିଲଦାର ନିର୍ମଳ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।ଚଇତି ପଡିଆ ପରିସରରେ ଏଚଡିଏଫସି ବ୍ୟାଙ୍କ,ସିନି ସଂସ୍ଥା,କୃଷି ଓ କୃଷକ ସଶକ୍ତିକରଣ ବିଭାଗ,ମିଶନ ଶକ୍ତି,ଓଡ଼ିଶା ଜୀବିକା ମିଶନ,ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗ,ଉଦ୍ୟାନ ବିଭାଗ
,ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ,ସମନ୍ୱିତ ଶିଶୁ ବିକାଶ ବିଭାଗ ଯୋଜନାର ଷ୍ଟଲ ଗୁଡିକ ଖୋଲାଯାଇଥିଲା ଏହି ବିଭିନ୍ନ ବିଭାଗର ଷ୍ଟଲ ମାନଙ୍କର ମଧ୍ୟରୁ ରାଜ୍ୟ ସରକାରଙ୍କ ସିନି ପ୍ରକଳ୍ପର ଷ୍ଟଲରେ ଶିଶୁ ମୃତ୍ୟୁ ହାର ଏବଂ ମାତୃ ମୃତୁ ହାର ରୋକିବା ନିମନ୍ତେ ସଚେତନତା ସୃଷ୍ଟି କରିବା ସହ ପୃଷ୍ଟିସାର ଜନିତ ସାମଗ୍ରୀ ପ୍ରଦର୍ଶିତ ହୋଇଥିଲା ।ଏହି ଚଇତି କାର୍ଯ୍ୟକ୍ରମରେ ନିଜ କାର୍ଯ୍ୟ ସମ୍ପାଦନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପୁରୁଷ ବନ୍ଧ୍ୟାକରଣ କ୍ଷେତ୍ରରେ ରାଜ୍ଯସ୍ତରରେ ପ୍ରଥମ ସ୍ଥାନ ଅଧିକାର କରି ଶ୍ରେଷ୍ଠ ପୁରସ୍କୃତ ହୋଇଥିବା ଜନ ସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ସଂଘମିତ୍ରା ମହାପାତ୍ର, ପୁରୁଷ ସ୍ୱାସ୍ଥ୍ୟ କର୍ମୀ ସୁରେଶ ମହାକୁଡ଼, ଆଶା କର୍ମୀ ଅନୁସୂୟା ବିଡିକା, ସୁଲୁଡି ଅଙ୍ଗନବାଡ଼ି କର୍ମୀ ବିଜୟିନୀ ନିମାଲା,ଚାଷ କାର୍ଯ୍ୟ କ୍ଷେତ୍ରର ଉଲ୍ଲେଖନୀୟ ଅବଦାନ ପାଇଁ ପାରୀକ୍ଷିତି ପଞ୍ଚାୟତ ର ଖାମ୍ବାଗୁଡା ଟୁବୁଲୁ କରକରିଆ,ଅନାଥ ଛାତ୍ରଛାତ୍ରୀଙ୍କ ମାଗଣାରେ ନିଜସ୍ଵ ଅର୍ଥରେ ପାଠପଢା କ୍ଷେତ୍ରରେ କୁଜେନ୍ଦ୍ରୀର ବିଚିତ୍ରନନ୍ଦ ନାୟକ,ଓଡ଼ିଶା ସ୍ତରରେ ପୁରସ୍କୃତ ହୋଇଥିବା ଉକାମ୍ବା ପଞ୍ଚାୟତ ସ୍ଥିତ ରାଇଗୁଡା ଗ୍ରାମର ଫେସନ ଡିଜାଇନର ରତୁରାଜ ଶବର(ବିଦ୍ୟା)ଚଳିତ ମାଟ୍ରିକ ପରୀକ୍ଷାରେ ବ୍ଲକ ଟପର ହୋଇଥିବା ବସନ୍ତ ଟାକ୍ରିଙ୍କୁ ମାନପତ୍ର ପ୍ରଦାନ କରାଯାଇଥିବା ବେଳେ ,ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାଙ୍କ ପାଇଁ ସାଥୀ ଆପ ପ୍ରସ୍ତୁତ କରି ଆର୍ଦଶ ବିଦ୍ୟାଳୟ ପାୟଲ ପ୍ରଧାନଙ୍କ ବିଭିନ୍ନ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପୁରସ୍କୃତ କରାଯାଇଥିଲା।ପରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳଙ୍କ ତତ୍ତ୍ଵାବଧାନରେ ଚଇତି ମହୋତ୍ସବ ଆୟୋଜିତ ହୋଇଥିବା ବେଳେ ସହକାରୀ ଯନ୍ତ୍ରୀ ପ୍ରତାପ ମିଶ୍ରଙ୍କ ସମେତ ବ୍ଲକ ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ରିପୋର୍ଟ ସଞ୍ଜିବ କୁମାର ଦାଶ