ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶନାମାକୁ ଫୁ::::ବିନା ଲୋକପ୍ରତିନିଧିଙ୍କ ଉପସ୍ଥିତିରେ କୋଟପାଡ଼ ବ୍ଲକରେ ବାଳ ବୈଜ୍ଞାନିକ ଶିବିର ଆୟୋଜିତ

କୋଟପାଡ଼::::: କୋରାପୁଟ ଜିଲ୍ଲାପାଳ ହେଡକ୍ୱାଟର୍ସରେ ରହିବାର ଆଦେଶକୁ ମାନୁନଥିଵା କୋଟପାଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ସ୍ୱପ୍ନେଶ୍ୱର ନାୟକ ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶନାମାକୁ ଫୁ କରିଥିବା ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ମୁଖ୍ୟମନ୍ତ୍ରୀ କିଛିଦିନ ପୂର୍ବେ ସମସ୍ତ ସରକାରୀ କାର୍ଯ୍ୟକ୍ରମରେ ଲୋକପ୍ରତିନିଧିଙ୍କ ଯୋଗଦାନ ଓ ଅଂଶଗ୍ରହଣକୁ ଗୁରୁତ୍ୱ ଦେଇଥିବା ସହ ନିର୍ଦ୍ଦେଶନାମା ଜାରି କରିଥିବା ସ୍ଥଳେ କୋଟପାଡ଼ ସହର ଅନ୍ତର୍ଗତ ପିଏମଶ୍ରୀ ବିଦ୍ୟାଳୟ କୋଟପାଡ଼ଠାରେ ଅନୁଷ୍ଠିତ ବାଲବୈଜ୍ଞାନିକ ଶିବିର କାର୍ଯ୍ୟକ୍ରମରେ ଅତିଥି ତ ରଖିବା ଦୂରର କଥା କୈଣସି ଲୋକପ୍ରତିନିଧି କିମ୍ବା ଗଣ୍ୟମାନ୍ୟ ବ୍ୟକ୍ତି କିମ୍ବା ସମାଜର ଚତୁର୍ଥ ସ୍ତମ୍ଭ କୁହାଯାଉଥିବା କୈଣସି ସାମ୍ବାଦିକମାନଙ୍କୁ ମଧ୍ୟ ନିମନ୍ତ୍ରଣ ଦିଆନଯାଇ ନିଜ ଇଚ୍ଛା ମୁତାବକ କାର୍ଯ୍ୟକ୍ରମ ଆୟୋଜିତ କରିଥିବାରୁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଉପରେ ବିଭିନ୍ନ ମହଲରେ ବ୍ୟାପକ ଅସନ୍ତୋଷ ଦେଖିବାକୁ ମିଳିଛି। ଏଥିପୂର୍ବରୁ ବ୍ଳକସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦାୟିତ୍ଵ ନିର୍ବାହ କରି ସମସ୍ତ କାର୍ଯ୍ୟକ୍ରମ ତୁଲେଇବା କଥା କିନ୍ତୁ କୋଟପାଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ଉକ୍ତ ଦିବସରେ ନିଜେ ଛୁଟିରେ ରହି ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଦାୟିତ୍ୱ ଦେବାକୁ ସହଜରେ ବିଭିନ୍ନ ମହଲରେ ଗ୍ରହଣ କରିପାରୁନାହାନ୍ତି। ଏଥିସହ ଚଳିତ ବର୍ଷ ବିଜ୍ଞାନମେଳାରେ ନିଜ ଇଚ୍ଛା ମୁତାବକ କାର୍ଯ୍ୟକ୍ରମ ଆୟୋଜନ ସକାଶେ ଚିରାଚରିତ ପରମ୍ପରାକୁ ଭଙ୍ଗ କରି ଚାରିଜଣ ସିଆରସିସିମାନଙ୍କୁ ଦାୟିତ୍ଵ ପ୍ରଦାନ କରିଥିବାର ଅଭିଯୋଗ ହେଉଛି।ଏଥିସହ ଚଳିତ ବର୍ଷ ବାଳ ବୈଜ୍ଞାନିକ ଶିବିରରେ ଛାତ୍ରଛାତ୍ରୀମାନଙ୍କ ଖାଦ୍ୟ ପରିବେଷଣ ଠୁ ଆରମ୍ଭ କରି ସୁପରିଚାଳନା ଉପରେ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କୋଟପାଡ଼ ବ୍ଲକ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନରେ ସବୁ ସମୟରେ ନିଜ ପାରିଦର୍ଶିତା ପାଇଁ କୋରାପୁଟ ଜିଲ୍ଲାରେ ସବୁବେଳେ ଆଗରେ ରହିଥିବାବେଳେ କୋଟପାଡ଼ ବ୍ଲକର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ମନୋମୁଖୀ କାର୍ଯ୍ୟ ଓ ହିଟଲରୀ ଶାସନ ପାଇଁ ବ୍ଳକସ୍ତରୀୟ ସୁରଭି ହେଉକି ବାଲ ବୈଜ୍ଞାନିକ ଶିବିର ସବୁ ଜାଗାରେ ବ୍ୟାପକ ଅସନ୍ତୋଷର ନିଆଁ ଜଳୁଥିବାରୁ ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ଶିକ୍ଷା ପ୍ରଶାସନ ତରଫରୁ ନିରପେକ୍ଷ ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ବିଭିନ୍ନ ମହଲରେ ଦାବୀ ହେଉଛି। ତେବେ ଦେଖିବାକୁ ବାକି ରହିଲା ମୁଖ୍ୟମନ୍ତ୍ରୀ ତଥା ନିଜ ଉପରିସ୍ଥ ଅଧିକାରୀଙ୍କ ଆଦେଶକୁ ବାରମ୍ବାର ଅବମାନନା କରି ଆସୁଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ସ୍ୱପ୍ନେଶ୍ୱର ନାୟକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉଛି ନା ଘଣ୍ଟ ଘୋଡାଇ ଦିଆଯାଉଛି।
ଶ୍ରୀ ହରିଶ କୁମାର ପଟ୍ଟନାୟକଙ୍କ ରିପୋର୍ଟ
ଜିଲ୍ଲା ପ୍ରତିନିଧି
ଉପାନ୍ତଖବର
