April 28, 2026

ବିଶ୍ୱାସ ର ବିକାଶ ଓ ବିଶ୍ୱ ଏକତାର ଆଧାର ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ

IMG-20251119-WA0050
Share

 

ପୁରୀର ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଈଶ୍ୱରୀୟ ରାଜଯୋଗ ସାଧନା କେନ୍ଦ୍ର ପକ୍ଷରୁ ଆୟୋଜିତ ଆଲୋଚନା ଚକ୍ର ” ବିଶ୍ୱ ଏକତାର ଆଧାର ଏକ ପରମାତ୍ମାଙ୍କ ପ୍ରତି ଏକାନ୍ତ ବିଶ୍ୱାସ ଓ ପ୍ରେମ ” ଖ୍ୟାତନାମା ମୋଟୀଭେସନାଲ ସ୍ପିକର ବ୍ରହ୍ମାକୁମାରୀ ଶିବାନୀ ଦିଦି ଓ ପ୍ରଖ୍ୟାତ ସ୍ନାୟୁଶଲ୍ୟ ପ୍ରଫେସର ଡାକ୍ତର ଅଶୋକ କୁମାର ମହାପାତ୍ର ଉଦଘାଟନ କରିଥିଲେ l ପୁରୀ ସମୁଦ୍ରକୂଳ ଷ୍ଟଲିଂ ହୋଟେଲ ନିକଟରେ ଥିବା ଓଁ ଶାନ୍ତି ଅଡିଟରିୟମରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ରାଜଯୋଗିନୀ ଶିବାନୀ ଦିଦି ନିଜର ବକ୍ତବ୍ୟରେ କହିଲେଯେ ଚୈତନ୍ୟ ସଭା ଆତ୍ମା ଯିଏ ଶରୀରର ପ୍ରାଣସଭା ତାକୁ ସଶକ୍ତ କରିବାପାଇଁ ସ୍ୱୟଂ ସର୍ବଶକ୍ତିବାନ ପରମାତ୍ମା ଜ୍ୟୋତି ନିରାକାରଙ୍କ ସହ ବୁଦ୍ଧିର ସଂଯୋଗ ସ୍ଥାପନ କରିଲେ ଆତ୍ମା ସଶକ୍ତ ହେବାସଙ୍ଗେ ସଭ୍ଦୋଗୁଣ ଗୁଡିକ ବିକଶିତ ହେବ l ନିଜ ଦୈନଦିନ ଜୀବନରେ ରାଜଯୋଗ ଧ୍ୟାନକୁ ଜୀବନ ଶୈଳୀର ଅଙ୍ଗରୁପେ ଗ୍ରହଣ କରିଲେ ଜୀବନ ସୁଖଶାନ୍ତିମୟ ହୋଇଉଠିବ ବୋଲି ମତବ୍ୟକ୍ତ କରିଥିଲେ l ପ୍ରଫେସର ଡାକ୍ତର ଅଶୋକ କୁମାର ମହାପାତ୍ର ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ର ଦର୍ଶନ ସମୟୋପଯୋଗୀ ସକାରାତ୍ମକ ପରିବର୍ତ୍ତନ ର ମାଇଲଷ୍ଟୋନ ରୂପେ କାର୍ଯ୍ୟକରୁଅଛି l ବ୍ରହ୍ମକୁମାରୀ ଭଉଣୀ ମାନଙ୍କର ଆଧ୍ୟାତ୍ମିକ ଜ୍ଞାନର ପରିବେଷଣ ଶକ୍ତି ନିଆରା ଯାହା ସନ୍ତୁଳିତ ଜୀବନଜାପନ ପାଇଁ ପ୍ରେରଣା ଦେଇଥାଏ l ନିରୁପମା ଓଁ ମାଉଣ୍ଟଆବୁ ମୁଖ୍ୟାଳୟର ରାଜଯୋଗ ଟିଚର ବ୍ରହ୍ମକୁମାର ଶକ୍ତିପ୍ରସାଦ ଓ ବ୍ରହ୍ମାନନ୍ଦ ଡାକ୍ତର ସତ୍ୟାନନ୍ଦ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ l ପ୍ରାରମ୍ଭରେ ଆଧ୍ୟାତ୍ମିକ ସଂଗୀତ ସହିତ ପଦ୍ମଶ୍ରୀ ପ୍ରଫେସର ଡାକ୍ତର ଅଶୋକ କୁମାର ମହାପାତ୍ରଙ୍କୁ ସମ୍ବୋର୍ଦ୍ଧିତ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ପ୍ରାୟ ହଜାରଧିକ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଯୋଗଦାନ କରିଥିଲେ l 

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ