ଖୋଲିଲା ” ମୋ ଅନୁଷ୍ଠାନ ସମାଜସେବା, ମାନବ ସେବା ହିଁ ମାଧବଙ୍କ ସେବା” ଗୃପ୍
ଖଇରା ( ଦେବାଶିଷ ଦାଶ )
ମାନବ ସେବା ହିଁ ମାଧବଙ୍କ ସେବା । ପ୍ରତ୍ୟେକ ବ୍ଯକ୍ତିଙ୍କ ହୃଦୟରେ ଏହି ଭାବନା ଜାଗ୍ରତ ହେବା ଦରକାର । ସମାଜରେ ବସବାସ କରୁଥିବା ଅତ୍ୟନ୍ତ ଗରିବ,ଅସହାୟ, ନିରାଶ୍ରୟ,ଦୀନଦୁଃଖୀ ମାନଙ୍କ ସେବାକୁ ମାଧବଙ୍କ ସେବା ମନେକରି ଆଗେଇ ଚାଲିଛି ମୋ ଅନୁଷ୍ଠାନ । ସେଥିପାଇଁ ତା ୧୮/୧୧/୨୦୨୫ ରିଖରେ ଏକ ହ୍ଵାଟ୍ସଆପ୍ ଗୃପ୍ ଖୋଲା ଯାଇଅଛି, ଯାହାର ନାମ ରଖାଯାଇଛି ” ମୋ ଅନୁଷ୍ଠାନ ସମାଜସେବା ଓ ମାନବ ସେବା ହିଁ ମାଧବଙ୍କ ସେବା ” । ଯାହାର ସଭାପତି ଭଉଣୀ କୁଞ୍ଜଲତା ମାହୁଁନ୍ତ । ସମାଜସେବା ପ୍ରତି ଯେଉଁମାନେ ସମର୍ପିତ,ସର୍ବଦା ସେବାକାର୍ଯ୍ଯ ପ୍ରତି ଯେଉଁ ମାନଙ୍କ ହୃଦୟ ବ୍ଯାକୁଳିତ,ପରଦୁଃଖରେ ଦୁଃଖୀ,ସାହାଯ୍ୟ ସହଯୋଗ ପ୍ରତି ଯେଉଁ ମାନଙ୍କର ଇଚ୍ଛା ଅଛି,ଯେଉଁ ମାନେ ମୋ ଅନୁଷ୍ଠାନ ସମାଜସେବା କାର୍ଯ୍ୟକୁ ଭଲ ପାଉଛନ୍ତି,ସାହାଯ୍ୟ ସହଯୋଗ ମଧ୍ୟ କରୁଛନ୍ତି ସେଇମାନଙ୍କୁ ପ୍ରାଧାନ୍ୟ ଦିଆଯାଇ ଗୃପରେ ଆଡ଼୍ କରାଯାଉଛି । ଏ ଗୃପ୍ ର ଉଦ୍ଦେଶ୍ୟ ସମସ୍ତଙ୍କୁ ସେବା ଯୋଗାଇବା । ଅନୁଷ୍ଠାନ ତା’ର ସକ୍ଷମ ଅନୁଯାୟୀ ଲୋକ ମାନଙ୍କୁ ସେବା ଯୋଗାଇ ଚାଲିଛି ।କେବଳ ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ନୁହନ୍ତି, ସହ-ସମ୍ପାଦିକା ବୀଣାପାଣି ଜେନା,ସଭାପତି ଭଉଣୀ କୁଞ୍ଜଲତା ମାହୁଁନ୍ତ,ସଭ୍ୟ ଜଗବନ୍ଧୁ ବାରିକ୍,ପରାମର୍ଶଦାତା ଜଗନ୍ନାଥ ମହାପାତ୍ର,ଶୁଭେଚ୍ଛୁ ରବୀନ୍ଦ୍ର ମହାରଣା ଓ ସଂଯୁକ୍ତା ପଲେଇ ପ୍ରମୁଖଙ୍କ ବହୁମୂଲ୍ୟ ସମୟ,ସାହାଯ୍ୟ ଓ ସହଯୋଗରେ ଅନୁଷ୍ଠାନ ଦଳିତ, ଅବହେଳିତ,ନିଷ୍ପେସିତ ଲୋକଙ୍କ ନିକଟରେ ପହଞ୍ଚି ସ୍ବହସ୍ତରେ ସେବା ଯୋଗାଇ ଦେଉଛି । ପ୍ରଚ୍ଛଦ ପଟରେ ଅନ୍ୟ ସମସ୍ତ ମେମ୍ବର ଓ ଶୁଭେଚ୍ଛୁ ମାନଙ୍କ ପୂର୍ଣ୍ଣ ସମର୍ଥନ ରହିଛି । କେବଳ କମ୍ବଳ,ବସ୍ତ୍ର,ମଶାରୀ,ଛତା ଇତ୍ୟାଦି ନୁହେଁ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ଅସହାୟ ମାନଙ୍କୁ ସହାୟ ହେଉଛି ମୋ ଅନୁଷ୍ଠାନ । କେବଳ ନିଜ ଅଞ୍ଚଳ କିମ୍ବା ଜିଲ୍ଲା ଭିତରେ ଏ ସେବା ସୀମିତ ନାହିଁ ଜିଲ୍ଲା ବାହାରେ ମଧ୍ୟ ସମାଜସେବା କାର୍ଯ୍ୟ ଜାରି ରଖିଛି ଅନୁଷ୍ଠାନ । ସୋସିଆଲ ମିଡ଼ିଆରୁ ସେବା କାର୍ଯ୍ୟ ଦେଖି ଧୀରେ ଧୀରେ ସମାଜସେବୀ ମାନେ ଅନୁଷ୍ଠାନ ସହିତ ଯୋଡ଼ି ହେଉଛନ୍ତି । ଉକ୍ତ ସେବା କାର୍ଯ୍ୟରେ ଖୁସି ହୋଇ ସହୃଦୟ ବ୍ଯକ୍ତି ମାନେ ମଧ୍ୟ ସହଯୋଗର ହାତ ବଢାଉଛନ୍ତି । ସମସ୍ତଙ୍କ ସହଯୋଗରେ ଅନୁଷ୍ଠାନ ସେବା କାର୍ଯ୍ୟକୁ ତ୍ବରାନ୍ବିତ କରିଚାଲିଛି । ସାରା ଓଡ଼ିଶାରୁ ବହୁ ଲୋକଙ୍କ ଶୁଭେଚ୍ଛା ଓ ଅଭିନନ୍ଦନ ବାର୍ତ୍ତା ଅନୁଷ୍ଠାନ ନିକଟକୁ ଛୁଟି ଆସୁଛି । ଯେଉଁ ମାନେ ଅନୁଷ୍ଠାନର ସେବା କାର୍ଯ୍ୟରେ ଖୁସି ହେଉଛନ୍ତି, ଭଲ ପାଉଛନ୍ତି, ସାହାଯ୍ୟ ସହଯୋଗ କରୁଛନ୍ତି ସେମାନଙ୍କୁ ମହାପ୍ରଭୁ ଭଲରେ ରଖନ୍ତୁ ଏତିକି ପ୍ରାର୍ଥନା ଶ୍ରୀଜଗନ୍ନାଥଙ୍କ ନିକଟରେ ମୋର । ଅଧିକରୁ ଅଧିକ ଲୋକଙ୍କ ସାହାଯ୍ୟ ସହଯୋଗ ପାଇଲେ ଆହୁରି ବୃଦ୍ଧି ହେବ ସେବା କାର୍ଯ୍ୟ ଏବଂ ଅନୁଷ୍ଠାନ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ପୂର୍ଣ୍ଣ ହେବ ବୋଲି ମୋ ଅନୁଷ୍ଠାନ ପରିବାର ବର୍ଗ ପ୍ରକାଶ କରିଛନ୍ତି । ସେବା କାର୍ଯ୍ୟ ପ୍ରତି ଅନୁଷ୍ଠାନର ପ୍ରତ୍ୟେକ ମେମ୍ବର ଓ କର୍ମକର୍ତ୍ତାଙ୍କ ଆଗ୍ରହ ଓ ଉଦ୍ୟମ ଅଛି ବୋଲି ମାନବ ସେବାକୁ ମାଧବଙ୍କ ସେବା ମନେକରି ଅନୁଷ୍ଠାନ ଆଜି ସେବାକୁ ସୁଦୂର ପ୍ରସାରି କରି ଚାଲିଛି ଏବଂ ଚାଲିଥିବ ମଧ୍ୟ ଏଥିରେ ସନ୍ଦେହ ନାହିଁ ।।
