April 29, 2026

ମୋ ପରିବାରକୁ ନ୍ୟାୟ ଦେଉନି ପୁରୀ ପୋଲିସ ମୋ ପରିବାର ସହିତ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଦେବୁ

IMG-20251119-WA0044
Share

 

ହଁ ଆଜ୍ଞା ଏହା କୌଣସି ଯାତ୍ରାର ସଂଳାପ ନୁହେଁ ଏହା ହେଉଛି ପୁରୀ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଖରା ବର୍ଷା ଶୀତ କୁ ଖାତିର ଦିନ କଣ ରାତି କଣ ନଖାଇ ନପିଇ ଦୁଇଦିନ ହେବ ପରିବାର ସଦସ୍ୟଙ୍କ ସହିତ ନ୍ୟାୟ ପାଇବାପାଇଁ ଧାରଣାରେ ବସିଛନ୍ତି ଜଣେ ଅସହାୟ ମହିଳା l ନ୍ୟାୟ ନମିଳିଲେ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପରିବାର ସହିତ ଆତ୍ମାହୁତି ଦେବାପାଇଁ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି ଅସହାୟ ମହିଳା l ଆସନ୍ତୁ ପୁରା ଘଟଣା କୁ ଯିବା, ପୁରୀଜିଲ୍ଲା ବ୍ରହ୍ମଗିରି ବ୍ଲକ ଧରଣୀକୁଦି ଗ୍ରାମପଞ୍ଚାୟତ ର ଖେତାଣ୍ଡି ଗ୍ରାମର ସନ୍ତୋଷ କୁମାର ସାହୁଙ୍କ ଧର୍ମପତ୍ନୀ ସନ୍ଧ୍ୟାଞ୍ଜଳି ସାହୁଙ୍କ କହିବାନୁସାରେ ଅକ୍ଟୋବର ୨୨ ରାତି ୯ଟାରେ ଘରେ କେହି ନଥିବା ବେଳେ ସେହି ଗ୍ରାମର ସରପଞ୍ଚଙ୍କ ପ୍ରତିନିଧି ବଟକୃଷ୍ଣ ବିଶ୍ୱାଳ ଏବଂ ସ୍ମୃତିରଞ୍ଜନ ବିଶ୍ୱାଳ ତାଙ୍କୁ ଦୁର୍ବ୍ୟବହାର କରିବା ସହିତ ଅସଦାଚରଣ କରି ମାରିଥିଲେ l ମହିଳା ଜଣକ ନିଜ ପରିବାର ସଦସ୍ୟଙ୍କ ସହିତ ଆସି ବ୍ରହ୍ମଗିରି ଥାନାରେ କେଶ ଦାୟର କରିଥିଲେ l କେଶ ଦାୟର କରିବାପରେ ବ୍ରହ୍ମଗିରି ଥାନାଧିକାରୀଣୀ ପ୍ରଜ୍ଞା ମହାନ୍ତି ବଟକୃଷ୍ଣ ବିଶ୍ୱାଳ ଏବଂ ସ୍ମୁତିରଞ୍ଜନ ବିଶ୍ୱାଳଙ୍କୁ ଗିରଫ କରିବା ବଦଳରେ ସନ୍ଧ୍ୟାଞ୍ଜଳିଙ୍କ ସ୍ୱାମୀଙ୍କୁ ଗିରଫ କରି ଜେଲ ହାଜତକୁ ପଠାଇଦେଇଥିଲେ l ଏହାପରେ ସନ୍ଧ୍ୟାଞ୍ଜଳିଙ୍କ ପ୍ରତି ଅମାନୁଷିକ ଅତ୍ୟାଚାର ଆରମ୍ଭ କରିଦେଇଥିଲା ବଟକୃଷ୍ଣ ଏବଂ ତାର ଚାମଚାମାନେ ଏପରିକି ସନ୍ଧ୍ୟାଞ୍ଜଳିଙ୍କ ପାଞ୍ଚମାସର ପୁଅକୁ କଟୁରୀ ରେ ହାଣିଦେବାକୁ ଉଦ୍ୟମ କରିଥିଲା ବଟକୃଷ୍ଣ l ସ୍ୱାମୀ ଜେଲରେ ମହିଳାଙ୍କ ପ୍ରତି ଏଭଳି ବ୍ୟବହାର ଅସହ୍ୟ ହୋଇପଡ଼ିଥିଲା l ବାରମ୍ବାର ବ୍ରହ୍ମଗିରି ଥାନାକୁ ଦୌଡ଼ି ଦୌଡ଼ି କୌଣସି ସୁଫଳ ନମିଳିବାରୁ ସନ୍ଧ୍ୟାଞ୍ଜଳି ନିଜ ପରିବାର ସଦସ୍ୟା ଙ୍କ ସହିତ ନଭେମ୍ବର ୮ରେ ଏସପି ଙ୍କ କାର୍ଯ୍ୟାଳୟ କୁ ଆସିଥିଲେ l ଏସପିଙ୍କ କାର୍ଯ୍ୟାଳୟ ପକ୍ଷରୁ ସନ୍ଧ୍ୟାଞ୍ଜଳିଙ୍କ ପ୍ରତି ହେଉଥିବା ଅତ୍ୟାଚାର କୁ ବନ୍ଦ କରିବାପାଇଁ ଆସାମୀ ମାନଙ୍କୁ ଗିରଫ କରିବା ଏବଂ ମହିଳାଙ୍କ ସ୍ୱାମୀ ଜେଲରୁ ଆସିବା ପର୍ଯ୍ୟନ୍ତ ସନ୍ଧ୍ୟାଞ୍ଜଳି ଙ୍କ ଦୁଆରେ ପ୍ରତିଦିନ ପୋଲିସ ଜଗିରହିବାପାଇଁ ଏସଡିପିଓ ରବିନାରାୟଣ ଭଞ୍ଜ ନିର୍ଭର ପ୍ରତିଶୃତି ଦେବା ସହିତ ଏହି ସବୁ ସେବା ଯୋଗାଇଦେବା ପାଇଁ ବ୍ରହ୍ମଗିରି ଥାନାଧିକାରୀଣୀ ଙ୍କୁ ନିର୍ଦେଶ ଦେଇଥିଲେ l କିନ୍ତୁ ଏସବୁ ସେବା ଯୋଗାଇ ନଥିଲେ ବ୍ରହ୍ମଗିରି ଥାନାଧିକାରୀଣୀ ପ୍ରଜ୍ଞା ମହାନ୍ତି l ଦିନକୁଦିନ ବଟକୃଷ୍ଣ ବିଶ୍ୱାଳ ର ଅତ୍ୟାଚାର ଓ ପ୍ରାଦୁର୍ଭାବ ମହିଳାଙ୍କୁ ଅଣନିଶ୍ୱାସୀ କରିଦେଇଥିଲା l ଗତକାଲି ଠାରୁ ସନ୍ଧ୍ୟାଞ୍ଜଳି ନିଜ ପରିବାର ସଦସ୍ୟାମାନଙ୍କ ସହିତ ଏସପିଙ୍କ କାର୍ଯାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି l ଯଦି ଆସାମୀ ମାନଙ୍କୁ ଗିରଫ କରାନଯାଇ ଉଚିତ ନ୍ୟାୟ ନମିଳେ ନିଜ ଗାଁରେ ବାହୁବଳୀଙ୍କ ଅତ୍ୟାଚାର ସହିବା ଅପେକ୍ଷା ଏହି ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପରିବାର ର ସମସ୍ତ ସଦସ୍ୟ ସଦସ୍ୟା ପେଟ୍ରୋଲ ଢାଳିହୋଇ ଆତ୍ମାହୁତି ଦେବୁ ବୋଲି କହିଛନ୍ତି ସନ୍ଧ୍ୟାଞ୍ଜଳି l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed