୧୯ ଦିନ ବ୍ୟାପୀ ସ୍ୱଚ୍ଛତ୍ୱରୁ ଦିବ୍ୟତ୍ଵ କାର୍ଯ୍ୟକ୍ରମ ଉଦଯାପିତ

IMG-20231019-WA0032
Share

୧୯ ଦିନ ବ୍ୟାପୀ ସ୍ୱଚ୍ଛତ୍ୱରୁ ଦିବ୍ୟତ୍ଵ କାର୍ଯ୍ୟକ୍ରମ ଉଦଯାପିତ
ବୁଗୁଡ଼ା : ତା ୧୯/୧୦/୨୩ : ସ୍ଥାନୀୟ ସତ୍ୟ ସାଇ ସଂଗଠନ ପକ୍ଷରୁ ଗତ ଅକ୍ଟୋବର ୧ ତାରିଖ ଠାରୁ ଆରମ୍ଭ ହୋଇଥିବା ୧୯ ଦିବସ ବ୍ୟାପୀ ସ୍ୱଚ୍ଛତ୍ୱରୁ ଦିବ୍ୟତ୍ଵ କାର୍ଯ୍ୟକ୍ରମ ଉଦଯାପିତ ହୋଯାଇଛି।ସଂଗଠନର ଜାତୀୟ ସଭାପତି ତଥା ରାଜ୍ୟ ସଂଗଠନର ନିର୍ଦ୍ଦେଶ କ୍ରମେ ବୁଗୁଡ଼ା ସତ୍ୟ ସାଇ ସେବା ସମିତି ପକ୍ଷରୁ ନିକଟସ୍ଥ କୈଳାସ ନଗରସ୍ଥିତ କୁବେରେଶ୍ୱର ମନ୍ଦିରରୁ ଆରମ୍ଭ ହୋଇଥିବା ଏହି ସେବା ସାଇ କେନ୍ଦ୍ର ଠାରେ ଶେଷ ହୋଇଥିଲା । ସଂଗଠନର ପୁରୁଷ,ଯୁବକ,ମହିଳା,ଓ ବାଳ ବିକାଶ ପିଲାମାନେ ଏହି ଅଖଣ୍ଡ ସେବାରେ ଅଂଶ ଗ୍ରହଣ କରି ବୁଗୁଡ଼ା ଶନି ମନ୍ଦିର,ସୋମନାଥ ମନ୍ଦିର,ବଳଦେବ ମନ୍ଦିର,ବାଲୁଙ୍କେଶ୍ବର ମନ୍ଦିର,ଚୈତନ୍ୟ ମନ୍ଦିର,ରଘୁ ନାଥ ମନ୍ଦିର ,ବୁଢ଼ୀ ଠାକୁରାଣୀ ମନ୍ଦିର,ପାର୍କ,କଲ୍ୟାଣ ମଣ୍ଡପ,ଜର।ଶ୍ରମ ପ୍ରଭୃତି ସ୍ଥାନରେ ଶ୍ରମ ଦାନ କରି ଥିଲେ । ଏହା ସହିତ ୧୦ଟି ପ୍ରେମ ତରୁ ମଧ୍ୟ ରୋପଣ କରାଯାଇଥିଲା । ସେହିପରି ସମିତି ଅନ୍ତର୍ଗତ ବାଲିପଦର,ଅନ୍ତରପଡା, କରଡାବାଡି,ଆଦିପୁର ପ୍ରଭୃତି ଭଜନ ମଣ୍ଡଳୀ ଗୁଡିକରେ ମଧ୍ୟ ଏଭଳି କାର୍ଯ୍ୟକ୍ରମ ସମାହିତ ହୋଇଥିଲା।