March 11, 2026

କାଶୀନଗର ଠାରେ ଥିବା ୟୁନିଅନ ବ୍ୟାଙ୍କ ମଧ୍ୟରେ ବ୍ୟାଙ୍କ ମ୍ୟାନେଜେର ଶ୍ରୀ କେ. ଗୌରୀଶଙ୍କରଙ୍କ ଅଧ୍ୟକ୍ଷତାରେ ପେନସନ ଧାରୀ ମାନଙ୍କୁ ବ୍ୟାଙ୍କ ତରଫରୁ ଅନୁସଙ୍ଗିକ ସୁବିଧା ସୁଯୋଗ ପ୍ରଦାନ ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା.

IMG-20240919-WA0023
Share

କାଶୀନଗର ଠାରେ ଥିବା ୟୁନିଅନ ବ୍ୟାଙ୍କ ମଧ୍ୟରେ ବ୍ୟାଙ୍କ ମ୍ୟାନେଜେର ଶ୍ରୀ କେ. ଗୌରୀଶଙ୍କରଙ୍କ ଅଧ୍ୟକ୍ଷତାରେ ପେନସନ ଧାରୀ ମାନଙ୍କୁ ବ୍ୟାଙ୍କ ତରଫରୁ ଅନୁସଙ୍ଗିକ ସୁବିଧା ସୁଯୋଗ ପ୍ରଦାନ ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା. ଏହି ବୈଠକରେ ୟୁନିଅନ ବ୍ୟାଙ୍କରୁ ପେନସନ ନେଉଥିବା ବରିଷ୍ଠ ନାଗରିକଙ୍କ ସମେତ ସମାଜ ସେବୀ ହୃଷିକେଶ ଗୌଡ଼, ଅଵସର ପ୍ରାପ୍ତ ବ୍ୟାଙ୍କ ଅଧିକାରୀ ରବୀନ୍ଦ୍ର କୁମାର ମଲ୍ଲିକ, ବରିଷ୍ଠ ସାମ୍ବାଦିକ ଆନନ୍ଦ ଚନ୍ଦ୍ର ପତ୍ର ଯୋଗ ଦେଇ ପେନସନ ଭୋଗୀ ମାନଙ୍କ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିବା ପରେ ସେମାନଂକୁ ବ୍ୟାଙ୍କ ତରଫରୁ ସ୍ୱାସ୍ଥ୍ୟ, ସୁନା ଋଣ, ବ୍ୟାଙ୍କ ସେବା ଏମିତି ବିଭିନ୍ନ ପ୍ରକାର ସେବା ଯାହାକି ତାଙ୍କ ଆବଶ୍ୟକତାକୁ ପୂରଣ କରିପାରିବ ସେ ସବୁ ଯୋଗାଇ ଦିଆଯିବ ବୋଲି ବ୍ୟାଙ୍କ ମ୍ୟାନେଜେର ବକ୍ତବ୍ୟ ରଖି ଆଗାମୀ ଦିନରେ ବ୍ୟାଙ୍କର ଗ୍ରାହକ ସେବା ପାଇଁ ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି ମଧ୍ୟ କହିଥିଲେ. ବର୍ତମାନ ଏହି ବ୍ୟାଙ୍କରୁ ପ୍ରାୟ 92 ଜଣ ପେନସନ ରହିଥିବା ସୂଚନା ମିଳିଛି.

(ରାଧାନାଥ ଚୌଧୁରୀ )