April 30, 2026

ଏଥର ବୁଗୁଡ଼ା ଅଞ୍ଚଳରେ ଧୂମଧାମରେ ଗଣେଶ ପୂଜା ଅନୁଷ୍ଠିତ

IMG-20230919-WA0032
Share

 

ବୁଗୁଡା : ତା ୧୯/୦୯/୨୩ : ଏ ବର୍ଷ ବୁଗୁଡ଼ା ଅଞ୍ଚଳର ବିଭିନ୍ନ ସ୍ଥାନରେ ଅଗ୍ରପୂଜ୍ୟ ଶ୍ରୀ ଗଣେଶଙ୍କ ପୂଜା ଜାକଜମକରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର,ନିୟୁ ଏରା ପବ୍ଲିକ୍‌ ସ୍କଲ, ଶ୍ରୀ ବିରଞ୍ଚି ନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟ, ସାଇ ସରସ୍ବତୀ ଶିଶୁ ମନ୍ଦିର, ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ଓ ପିପୁଲ୍ସ ହାଇସ୍କୁଲ ସମେତ ବିଭିନ୍ନ ସ୍କୁଲ,

କଲେଜ ଓ ଅନୁଶିକ୍ଷଣ କେନ୍ଦ୍ରରେ ଉତ୍ସାହର ସହ

ବିଦ୍ୟାଦାତା ଶ୍ରୀ ଗଣେଶଙ୍କ ପୂଜା ଉତ୍ସବ ଅନୁଷ୍ଠିତ

ହୋଇଯାଇଛି । ଏଥ୍‌ସହ ବୁଗୁଡା ସହରାଞ୍ଚଳର ଗଣେଶ

ମାର୍କେଟ୍ କମ୍ପ୍ଲେକ୍ସ, ଅରବିନ୍ଦ ନଗର, ଶକ୍ତି ନଗର,

ଯାଦବ ସାହି, ବଡଦାଣ୍ଡ ସାହି, ଶାନ୍ତି

ନଗର, ପଥୁରିଆ ସାହି, ଖଦାଳ

ସାହି, ବେତାରସିଂ ରୋଡ ସାହି, ପ୍ରେମଚାନ୍ଦ ନଗର,

ବୀରଧନଞ୍ଜୟପୁର, କାଦପଡା, କାର୍ଜିସାହି, ବାଲିପିଣ୍ଡି

ବନ୍ଧ ସାହି ଏବଂ ଗ୍ରାମାଞ୍ଚଳର ବି.କରଡ଼ାବାଡ଼ି,

ବାଲିପଦର, ଗୋଲିଆ, ବାଦୁଆ, କରଚୁଲି,

ଚଢିଆପଲ୍ଲୀ, ମୋଟାବାଡ଼ି, ପଙ୍କଳବାଡି ସମେତ ବିଭିନ୍ନ

ସ୍ଥାନରେ ବିଘ୍ନରାଜଙ୍କ ପୂଜା ମହା ଆଡମ୍ବରରେ ଅନୁଷ୍ଠିତ

ହୋଇଯାଇଛି । ସନ୍ଧ୍ୟା ସମୟରେ ଝିପିଝିପି ବର୍ଷା ସତ୍ତ୍ବେ ପୂଜା ମେଢ ଗୁଡିକ ନିକଟରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା ।