ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥାକୁ ନେଇ ପରିଷଦକାର୍ଯ୍ୟାଳୟ ର ଦ୍ୱାରସ୍ତ ହେଲେ ମହାନ୍ତିସାହି ବାସିନ୍ଦା
ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥାକୁ ନେଇ ପରିଷଦକାର୍ଯ୍ୟାଳୟ ର ଦ୍ୱାରସ୍ତ ହେଲେ ମହାନ୍ତିସାହି ବାସିନ୍ଦା
କୋରାପୁଟ ଜ଼ିଲ୍ଲା କୋଟପାଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ କାମରେ ବହୁ ଅନିୟମିତତା କୁ ନେଇ ପରିଷଦ ର ଦ୍ୱାରସ୍ତ ହୋଇଛନ୍ତି ସାତ ନିମ୍ବର ୱାର୍ଡର ୱାର୍ଡବାସୀ. ଦୈନକ ବଜାର ପରିସର ରେ ଦୁର୍ଗନ୍ଧ ମୟ ପରିବେଶ. ମନ ଇଛା ବିନା ଟେଣ୍ଡେର ମାଧ୍ୟମରେ କାମ ଇତ୍ୟାଦି କୁ ନେଇ ନିର୍ବାହୀ ଅଧିକାରୀ ଏବଂ ପୌରାଧ୍ୟକ୍ଷ ଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଜଣାଯାଇଛି. ମୁକ୍ତା ଯୋଜନା ଏବଂ ସେନିଟେସନ ରେ ଲକ୍ଷ ଲକ୍ଷ ଟଙ୍କା ହଡ଼ପ ହେଉଅଛି ଏ ନେଇ ସହରର ଜନସାଧାରଣ ଡୁଡ଼ା ଅଧିକାରୀ କୋରାପୁଟ ଙ୍କ ଦ୍ୱାରସ୍ତ ହେବେ ବୋଲି ଉକ୍ତ ୱାର୍ଡ ବାସୀ ଗଣ ମାଧ୍ୟମକୁ ସୂଚନା ପ୍ରଦାନ କରିଥିବାରଜଣାଯାଇଛି. ସୋମବାର କାର୍ଯାଳୟ କୁ ଯାଇଥିବା ମାନ୍ୟଗଣ୍ୟ ବ୍ୟକ୍ତି ଙ୍କ ମଧ୍ୟରେ ଶ୍ରୀ ଵଂଶୀ ଦାସ. ବିଶ୍ୱ ତ୍ରିପାଠୀ. କାଳୀକୃଷ୍ଣ ହୋତା. ଶେଖର ଦାସ ରାଜେନ୍ଦ୍ର ହୋତା,ଗୋପ ରଥ ପୂର୍ବତନ ଉପାଧ୍ୟକ୍ଷ ଶ୍ରୀ ବାପୁନ ତ୍ରିପାଠୀ ବିଦ୍ୟା ହୋତା ଙ୍କ ସମେତ ତିରିସ ରୁ ଉର୍ଦ୍ଧ ୱାର୍ଡ ବାସୀ ଉପସ୍ଥିତ ଥିବାର ଜଣାଯାଇଛି. ନିର୍ବାହୀ ଅଧିକାରୀ ଶ୍ରୀ ରାଜେନ୍ଦ୍ର ଖରା ଏବଂ ପୌରାଧକ୍ଷ ଶ୍ରୀ ସଙ୍କର ରାଓ ଅତି ଶୀଘ୍ର ୱାର୍ଡର ସଫେଇ ସହ ସମସ୍ତ ସମସ୍ୟାକୁ ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇ ଥିବାର ଜଣା ଯାଇଛି I କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଖବର ଉପାନ୍ତ ଓଡିଶା I