April 30, 2026

ଶାଳଣିଆ ବଜାର ର ବ୍ୟବସାୟୀ ଙ୍କ ପରଲୋକ।

IMG-20230919-WA0000
Share

ଶାଳଣିଆ ବଜାର ର ବ୍ୟବସାୟୀ ଙ୍କ ପରଲୋକ।

ହାଟଡିହି ବ୍ଲକ ଅନ୍ତର୍ଗତ ଡଅଁର ପଞ୍ଚାୟତ ଚଷାଖଣ୍ଡ ଗ୍ରାମର ଗୋପାଳ ପଣ୍ଡାଙ୍କ ପୁତ୍ର ଏବଂ ରତ୍ନାକର ପଣ୍ଡା ଙ୍କ ସାନ ଭାଇ ଦିବାକର ପଣ୍ଡା (କାଠିଆ ପଣ୍ଡା) ଙ୍କର (୫୪) ବର୍ଷ ବୟସରେ ପରଲୋକ ଘଟିଛି। ସେ ଜଣେ ମିଳାପି ଏବଂ ପର ଉପକାରୀ ବ୍ୟକ୍ତି ଥିଲେ। ସେ ଠାକୁର ପୂଜାର୍ଚ୍ଚନା ଉପରେ ତାଙ୍କର ବହୁତ ସମୟ ବିତାଉଥିଲେ। ତାଙ୍କର ଶାଳଣିଆ ବଜାର ରେ ଇଲୋଟ୍ରେନିକ୍ସ ସାମଗ୍ରୀ ମରାମତି କରନ୍ତି। ଏବଂ ତାଙ୍କୁ ସମସ୍ତ ଆଖ ପାଖ ରେ ଜଣା ସୁଣା ଫିଟର ବୋଲି ଜାଣନ୍ତି। ହଠାତ୍ ଦୁଇ ମାସ ପୂର୍ବରୁ ତାଙ୍କର ଦେହ ଖରାପ ହେବା କଥା ଜଣା ପଡିଲା। ଚିକିତ୍ସା ପରେ ଜଣା ପଡିଥିଲା ସେ କର୍କଟ ରୋଗରେ ଆକ୍ରାନ୍ତ ବୋଲି ସେ କଟକ ର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଧିନ ଅବସ୍ଥାରେ ପରଲୋକ ଘଟିଛି। ଶାଳଣିଆ ବଜାରରେ ଶୋକର ଛାୟା ଖେଳିଯାଇଛି। ବଜାରରେ ଘଣ୍ଟା ପିଟା ହୋଇ ତାଙ୍କ ପାଇଁ ୫ଟା ରୁ ୬ଟା ପର୍ଯ୍ୟନ୍ତ ନିରବ ପ୍ରାର୍ଥନା କରାଯାଇଥିଲା। ତାଙ୍କର ମୃତ୍ୟୁ ସଯ୍ୟା ନିକଟରେ ଶିକ୍ଷକ ମୃତ୍ୟୁଞ୍ଜୟ ପଲେଇ, ଅଭିରାମ ରାଉଳ, ମନମୋହନ ନାୟକ, ଅନିରୁଦ୍ଧ ବେହେରା,ରତ୍ନାକର ପଣ୍ଡା ପରିବାର ବର୍ଗ ଓ ମାନ୍ୟଗନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ପୁରୀ ର ସ୍ଵର୍ଗଦ୍ଵାର ରେ ଶେଷ କୃତ୍ୟ ସଂପନ୍ନ କରାଗଲା।
ସୋମେଶ ପରିଡ଼ା ଙ୍କ ରିପୋର୍ଟ ହାଟଡିହି ରୁ

You may have missed