June 19, 2026
ajiro khabar
Share

 

 

ଆଜି ସାରା ରାଜ୍ୟରେ ବର୍ଷା ହେବ। କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାରେ ଅତି ପ୍ରବଳ ବର୍ଷାକୁ ନେଇ ରେଡ ଆଲର୍ଟ ଜାରି

 

ରାଜ୍ୟରେ ଖୁବ୍‌ ଶୀଘ୍ର ନିଯୁକ୍ତି ପାଇବେ ୧୮୪୦ ଡାକ୍ତର, ୫୦୦୦ରୁ ଊର୍ଦ୍ଧ୍ଵ ପାରା ମେଡିକାଲ ଷ୍ଟାଫ। ମେଡ଼ିକାଲ କଲେଜରେ ପଦବୀ ପୂରଣ ହେବ

 

ଆସନ୍ତା ସେପ୍ଟମ୍ବରରୁ ରାଜ୍ୟରେ ହେବ ଭୋଟର ତାଲିକାର ସ୍ବତନ୍ତ୍ର ସଂଶୋଧନ ପ୍ରକ୍ରିୟା, ସୂଚନା ଦେଲେ ନିର୍ବାଚନ ଅଧିକାରୀ

 

ନଭେମ୍ବର ମାସରୁ ରାଜ୍ୟରେ ଆରମ୍ଭ ହେବ ପିଏମ୍‌ ଆବାସ ଗୃହ ବଣ୍ଟନ ପ୍ରକ୍ରିୟା

 

ରାଜ୍ୟରେ ଏସିଏଫ୍ ଓ ଫରେଷ୍ଟ ରେଞ୍ଜର ନିଯୁକ୍ତି ମାମଲାରେ ବ୍ଲଡ଼ ପ୍ରେସର ଥିବା ପ୍ରାର୍ଥୀଙ୍କୁ ବାସନ୍ଦ କରିବାକୁ ବେଆଇନ କହିଲେ ହାଇକୋର୍ଟ।

 

କେନ୍ଦୁଝରରେ ଷ୍ଟିଲ୍‌ ପ୍ଲାଣ୍ଟ କରିପାରନ୍ତି ଜେଏସଡବ୍ଲୁ, ପୋସ୍କୋ

 

ନଭେମ୍ବର ସୁଦ୍ଧା ଅନୁଗୁଳ ଆଲୁମିନିୟମ ପାର୍କରେ ବ୍ୟାଟେରି ମାନୁଫାକ୍‌ଚରିଂ ୟୁନିଟ ହେବ

 

ଗଜପତି ଜିଲାର ବଂଶଧାରା ଓ ମହେନ୍ଦ୍ରତନୟା ନଦୀ ଜଳରେ ଆନ୍ଧ୍ରର ଲକ୍ଷଲକ୍ଷ ଏକର ଚାଷଜମି ଉପକୃତ। କିନ୍ତୁ ଚୁକ୍ତି ମୁତାବକ ଜଳକର ଦେଉନି ଆନ୍ଧ୍ର

 

କୋଇଲା ବୋଝେଇ ଟ୍ରେନ୍‌ ଭଦ୍ରକରୁ ହାୱଡ଼ା ଯିବାବେଳେ ବାଟବଣା। ୭ ବଗିକୁ ଛାଡ଼ି ପଳାଇଲା।

 

ରାଜ୍ୟ ଗୁଇନ୍ଦା ବିଭାଗଙ୍କ ସନ୍ଦେହ। ମାଇନିଂ କମ୍ପାନି ସହ ରହିଛି ମାଓବାଦୀ ଲିଙ୍କ୍। ଟଙ୍କା ଦେଉଛନ୍ତି ବେନାମୀ ଖଣି ମାଲିକ।

 

ସରକାରୀ ଇଂଜିନିୟର ସୁରେନ୍ଦ୍ରଙ୍କ ଉପରେ ଭିଜିଲାନ୍ସ ଚଢାଉ। ଘର ଭିତରୁ ମିଳିଛି ନଗଦ ଟଙ୍କା, ୮ଟି ସ୍ଥାନରେ ଚଢ଼ାଉ।

 

ଭୁବନେଶ୍ୱର ତମାଣ୍ତୋ ଭଗବାନପୂରରେ ଓୟୋ ରୁମରେ ଛାତ୍ରଙ୍କ ମୃତ୍ୟୁ। ଅନଲାଇନ ଗେମରୁ ଅସ୍ତରଙ୍ଗର ଫାର୍ମାସୀ ଛାତ୍ର ଆତ୍ମହତ୍ୟା କରିବା ସୂଚନା

 

ପାରାଦୀପ ନୂଆଗଡ ଗାଁରେ ଝରକା ଗ୍ରୀଲ ଭାଙ୍ଗି ୫୦ରୁ ୬୦ ଭରି ସୁନା ଲୁଟି ନେଲେ ଚୋର, ତଦନ୍ତ କରୁଛି ପୋଲିସ।

 

କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ ଝଞ୍ଜାବତୀ ନଈରେ ଭାସିଯାଇ ୨୨ବର୍ଷୀୟା ବିବାହିତା ମହିଳା ମୃତ

 

ଝାରସୁଗୁଡ଼ାରେ ଟ୍ରେନରୁ ୨୦ ପାର୍ସିଆନ ବିଲେଇ ଚାଲାଣ ବେଳେ ଜବତ। ଦମ୍ପତ୍ତି ଅଟକ ଅଛନ୍ତି।

 

ଗଞ୍ଜାମ ଛତ୍ରପୁର କେଳୁଆପଲ୍ଲୀରେ ପିଏମ-କିଷାନ କରାଇଦେବା ନାଁରେ ୧୨ ଲକ୍ଷ ନେଇଗଲେ ଠକ

 

ବାଲେଶ୍ଵର ଖନ୍ତାପଡାରେ ବିଦ୍ୟୁତ୍ ଆଘାତରେ ଚାଲିଗଲା ଯୁବକଙ୍କ ଜୀବନ

 

ପୁଣିଥରେ ବର୍ଷାରେ ଭୁଶୁଡ଼ିଲା ମାଲକାନଗିରି ବିମାନବନ୍ଦର ପାଚେରି।

 

ମାଲକାନଗିରି ପୋଟେରୁ ଓ କାଙ୍ଗୋରୁକୋଣ୍ଡା ପୋଲ ଉପରେ ୪ ଫୁଟ୍ ପାଣି, ଯାତାୟତ ଠପ୍

 

ମମତା ବାନାର୍ଜୀ କହିଲେ, ବିଜେପି ଶାସିତ ରାଜ୍ୟର ବଙ୍ଗାଳି କର୍ମଜୀବୀ ଓ ଶ୍ରମିକମାନେ ନିଜ ରାଜ୍ୟକୁ ଫେରିଆସିଲେ ମାସକୁ ୫ ହଜାର ଦେବି।

 

ଭୋଟ ଚୋରି ଅଭିଯୋଗରେ ରାହୁଲଙ୍କୁ ନିର୍ବାଚନ କମିସନଙ୍କ ବାର୍ତ୍ତା, ୭ ଦିନ ମଧ୍ୟରେ ସତ୍ୟପାଠ ଦିଅ, ନଚେତ୍‌ କ୍ଷମା ମାଗ

 

ପୋଡା ଖାଇବା ତେଲରେ ଉଡ଼ିବ ବିମାନ, ଇଣ୍ଡିଆନ ଅଏଲ ତରଫରୁ ଆରମ୍ଭ ହେଲା ଚେଷ୍ଟା

 

ଦେଶର ବିଭିନ୍ନ ସ୍ଥାନରେ ଖରାପ ରାସ୍ତା ସତ୍ତ୍ବେ ଟୋଲ ଟାକ୍ସ ନିଆଯାଉଛି ବୋଲି ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

 

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସାଉଥ୍‌ ବ୍ଲକ୍‌ ଛାଡ଼ିବାକୁ ପ୍ରସ୍ତୁତ: ନୂଆ ସେଣ୍ଟ୍ରାଲ ଭିଷ୍ଟା ଠିକଣାକୁ ସ୍ଥାନାନ୍ତର ହେବ

 

ଯୁଦ୍ଧ ବନ୍ଦ ପାଇଁ ଜେଲେନସ୍କି ଅନୁରୋଧ କଲେ। ଏବେ ଟ୍ରମ୍ପ ଓ ପୁଟିନଙ୍କ ସହ ଆଲୋଚନା କରିବେ।

=======================

ବିଶ୍ୱ ଫଟୋଗ୍ରାଫି ଦିବସ

ଆଜି ସଂସ୍କୃତ ଦିବସ

ବିଶ୍ୱ ମାନବିକତା ଦିବସ

 

ଆଜି ଜନ୍ମଦିନ: ଶଙ୍କର ଦୟାଲ ଶର୍ମା, ସତ୍ୟ ନାଦେଲା, ବିଲ କ୍ଲିଣ୍ଟନ, ସୁଧା ମୂର୍ତ୍ତି, ସତ୍ୟ ନାରାୟଣ ରାଜଗୁରୁ (ଲେଖକ, ପାରଳାଖେମୁଣ୍ଡି)

 

ଇତିହାସରେ ଆଜି: (୧୯୪୯) କଟକ ବଦଳରେ ଭୁବନେଶ୍ୱର ରାଜଧାନୀ ଘୋଷଣା/ (୧୮୪୮) କାଲିଫର୍ଣ୍ଣିଆ ରେ ସୁନାଖଣି ସନ୍ଧାନ/ (୨୦୧୦) ଇରାକ ଛାଡିଲେ ଆମେରିକା ସେନା/ (୧୭୫୭) ଇଷ୍ଟ ଇଣ୍ଡିଆ କମ୍ପାନୀର ପ୍ରଥମ ମୁଦ୍ରା କଲିକତାରେ ପ୍ରଚଳିତ ହେଲା/ (୧୯୧୯) ଆଫଗାନିସ୍ତାନ ସ୍ୱାଧୀନ ହେଲା/ (୨୦୧୦) ଆମେରିକା ସେନା ଇରାକ ଛାଡିଲେ

=======================

*ବନ୍ଦେ ଉତ୍କଳ ଜନନୀ*

You may have missed