ପାତ୍ରପୁର ବ୍ଲକରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ।
ଚିକିଟି ଶୁଭଶ୍ରୀ ପ୍ରଧାନ,୧୮/୦୮/୨୫,
ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଳକରେ ସୋମବାର ଦିନ ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ଆଜିର ଯୁଗ୍ମ ଅଭିଯୋଗ ଶୁଣାଣୀରେ ଗଞ୍ଜାମ ଜିଲ୍ଲାପାଳ ଭି କିର୍ତ୍ତୀଭାସନ , ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡଃ ଶ୍ରାବଣ ବିବେକ ଏମ୍ ଓ ବ୍ରହ୍ମପୁର ଉପ ଜିଲ୍ଲାପାଳ ଅଭିନାଶ କୁମାର ଉପସ୍ଥିତ ରହି ପାତ୍ରପୁର ବ୍ଳକର ବିଭିନ୍ନ ଅଭିଯୋଗ ଶୁଣାଣୀ କରିଥିଲେ। ପ୍ରାୟ ୧୬୪ ଟି ଅଭିଯୋଗ ପଞ୍ଜିକରଣ ହୋଇଥିବା ବେଳେ ସେଥିରେ ୧୧୭ ଟି ବ୍ୟକ୍ତିଗତ ଅଭିଯୋଗ ରହିଥିଲା ୨୬ ଟି ସାମୁହିକ ଅଭିଯୋଗ ପଞ୍ଜିକରଣ ହୋଇଥିବା ବେଳେ।ସେଥି ମଧ୍ୟରୁ ୨୧ଟି ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିଲା। ପାଞ୍ଚ ଜଣଙ୍କୁ ମଧୁବାବୁ ଭତ୍ତା ପ୍ରଦାନ କରାଯାଇଥିବା ବେଳେ ଜଣେ ଦିବ୍ୟାଙ୍ଗଙ୍କୁ ଟ୍ରାଇ ସାଇକେଲ ଓ ଦୁଇ ଜଣ ଦୃଷ୍ଟିହୀନଙ୍କୁ ସରକାରୀ ବସ୍ ପାସ୍ ପ୍ରଦାନ କରାଯାଇଥିଲା। ୬ ଜଣ ହିତାଧିକାରୀଙ୍କୁ ଜିଲ୍ଲାପାଳ ନୂତନ ରାସନ୍ କାର୍ଡ ପ୍ରଦାନ କରିଥିଲେ। ଆଜିର ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ବ୍ଲକ ଓ ଜିଲ୍ଲା ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ। ଅଭିଯୋଗ ଶୁଣାଣି ସାରି ଜରଡା ପଂଚାୟତ ଗସ୍ତ କରି ସୁବର୍ଣ୍ଣପୁରରେ ନିର୍ମାଣାଧୀନ ଅଙ୍ଗନୱାଡି କେନ୍ଦ୍ର ଦେଖି ବିଦ୍ୟାଳୟର ପିଲାମାନଙ୍କ ଶିକ୍ଷା ଦକ୍ଷତା ପରଖିଥିଲେ। ଜରଡା ଜେ ନାବନ୍ଧ ବିଦ୍ୟାଳୟ , କଲ୍ୟାଣ ମଣ୍ଡପ ,ଜଗନ୍ନାଥ ମନ୍ଦିର ଓ ଗୁରୁବାର ହାଟ ପରିଦର୍ଶନ କରିଥିଲେ।
