July 19, 2026

ବେଗୁନିଆ ସିକୋ ଗାଁରେ ଅଘଟଣ : ନିର୍ମାଣଧୀନ ଘରର ଛାତ ଭୁଶୁଡ଼ି ୫ ଆହତ, ୨ ଗୁରୁତର

IMG-20260719-WA0005
Share

 

 

ଖୋର୍ଦ୍ଧା: (ପ୍ରିୟଙ୍କା ମହାପାତ୍ର)ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବେଗୁନିଆ ବ୍ଲକର ସିକୋ ଗ୍ରାମରେ ରବିବାର ଏକ ଅଭାବନୀୟ ଅଘଟଣ ଘଟିଛି। ସରକାରଙ୍କ ଅନ୍ତୋଦୟ ଗୃହ ଯୋଜନାରେ ନିର୍ମାଣଧୀନ ଘରର ଛାତ ପକାଯାଉଥିବା ବେଳେ ହଠାତ୍ ପଥର କାନ୍ଥ ଦବିଯିବା ସହ ଛାତ ଭୁଶୁଡ଼ି ପଡ଼ିଥିଲା। ଏହି ଦୁର୍ଘଟଣାରେ ଘର ମାଲିକ ମଞ୍ଜୁଲତା ନାୟକ, ତାଙ୍କ ପୁଅ, ଜଣେ ମିସ୍ତ୍ରୀ ଏବଂ ଦୁଇଜଣ ଶ୍ରମିକ ଆହତ ହୋଇଛନ୍ତି।

ଘଟଣା ସମ୍ପର୍କରେ ଖବର ପାଇ ରଣପୁର ଅଗ୍ନିଶମ ବିଭାଗର କର୍ମଚାରୀ ଏବଂ ସ୍ଥାନୀୟ ଗ୍ରାମବାସୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଭସ୍ମାବଶେଷ ତଳୁ ଆହତମାନଙ୍କୁ ଉଦ୍ଧାର କରିଥିଲେ। ପରେ ସମସ୍ତଙ୍କୁ ଚିକିତ୍ସା ପାଇଁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା।

ସେମାନଙ୍କ ମଧ୍ୟରୁ ଘର ମାଲିକ ମଞ୍ଜୁଲତା ନାୟକ ଓ ମିସ୍ତ୍ରୀଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଉନ୍ନତ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।

ନିର୍ମାଣଧୀନ ଘରର ଛାତ କିପରି ଭୁଶୁଡ଼ି ପଡ଼ିଲା, ସେନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ତଦନ୍ତ କରାଯାଉଥିବା ଜଣାପଡ଼ିଛି।