April 24, 2026

ପିପୁଲ୍ସ କଲେଜରେ ଆଇସିସି ପକ୍ଷରୁ ସଚେତନତା କର୍ମଶାଳା 

IMG-20250719-WA0052
Share

ବୁଗୁଡା : ତା ୧୯/୦୭/୨୫ : ସ୍ଥାନୀୟ ପିପୁଲ୍ସ କଲେଜରେ ଇଣ୍ଟରନାଲ୍ କମ୍ପ୍ଲିଆଣ୍ଟସ୍ କମିଟି (ଆଇସିସି) ପକ୍ଷରୁ ଯୌନ ଉତ୍ପୀଡନ ନିରୋଧ ସଚେତନତା କର୍ମଶାଳା ଅଧ୍ଯକ୍ଷ ଡ.ପୁରୁଷୋତ୍ତମ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ କମିଟି ସଂଯୋଜିକା ଅଧ୍ଯାପିକା କ୍ରିଷ୍ଣା କୁମାରୀ ବାର୍ଗୀ କର୍ମଶାଳାର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଅଭିଯୋଗକାରୀଙ୍କ ନାମ ଗୋପନ ରଖାଯିବା, ଯୌନ ଉତ୍ପୀଡନ ଭଳି କାର୍ଯ୍ୟରୁ ନିବୃତ୍ତ ରହିବା ନିମନ୍ତେ ସଚେତନତା ସୃଷ୍ଟି ଦିଗରେ ପଦକ୍ଷେପ ଗ୍ରହଣ କରିବା ସମ୍ପର୍କେ ଆଲୋଚନା କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଇଣ୍ଟରନାଲ୍ କମ୍ପ୍ଲିଆଣ୍ଟସ୍ କମିଟିର ଅଧ୍ଯାପକ ପବିତ୍ର ଖଣ୍ଡୁଆଳ ଓ ବିଜେନ୍ଦ୍ର ଆଚାର୍ଯ୍ୟ, ଅଧ୍ୟାପିକା ରଶ୍ମିତା ପଟ୍ଟନାୟକ, ଭି.ସନ୍ତୋଷୀ ରାଜୁ, ଶୁଭ୍ରକେଶୀ ବଡମୁଣ୍ଡି ଓ ସସ୍ମିତା ସାମନ୍ତରା , ଡେମୋନଷ୍ଟେଟର୍ ଯସ୍ମିନ ସାହୁ ଓ ଆସିଷ୍ଟାଣ୍ଡ ଲାଇବ୍ରେରିଆନ୍ ରଶ୍ମିତା ମିଶ୍ର, ଛାତ୍ରୀ ରୂପାଲି ପାତ୍ର, ବିଜୟଲକ୍ଷ୍ମୀ ବେହେରା ଓ ପ୍ରୀତିମୟୀ ନାୟକଙ୍କ ସମେତ କଲେଜର ସମସ୍ତ ଅଧ୍ଯାପକ, ଅଧ୍ୟାପିକା, କର୍ମଚାରୀ ଏବଂ ଛାତ୍ରୀ ଯୋଗ ଦେଇଥିଲେ।

You may have missed