ଅବ୍ୟବସ୍ଥା ମଧ୍ୟରେ ଚାଲିଛି ଖୋର୍ଦ୍ଧା ତହସିଲ କାର୍ଯ୍ୟାଳୟ ତାକୁ ପଚାରିବାକୁ କେହି ନାହାନ୍ତି

ଖୋର୍ଦ୍ଧା-19/7-(ପ୍ରିୟଙ୍କା ମହାପାତ୍ର)ବହୁ ଅବ୍ୟବସ୍ଥା ମଧ୍ୟ ଦେଇ ଚାଲିଛି, ଖୋର୍ଦ୍ଧା ତହସିଲ କାର୍ଯ୍ୟାଳୟ l ବିନା ହାତ ଗୁଞ୍ଜା ରେ କୌଣସି କାର୍ଯ୍ୟ ହେଉ ନଥିବା ନେଇ ସାଧାରଣ ରେ ଅଭିଯୋଗ ହେଉଛି l ଜ଼ିଲ୍ଲା ସଦର ମହକୁମା ରେ ଅବସ୍ଥିତ ଖୋର୍ଦ୍ଧା ତହସିଲ କାର୍ଯ୍ୟାଳୟ ଟି ହେଉଛି ବହୁ ପୁରାତନ l ଦୈନନ୍ଦିନ ବହୁ ସଂଖ୍ୟା ରେ ସାଧାରଣ ଲୋକେ ବିଭିନ୍ନ କାର୍ଯ୍ୟ ନେଇ ଖୋର୍ଦ୍ଧା ତହସିଲ କାର୍ଯ୍ୟାଳୟ କୁ ଆସୁଥିବାବେଳେ ଉପଯୁକ୍ତ ସେବା ନପାଇ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l ଏପରିକି ଠିକ ସମୟରେ ଜମି ପଟ୍ଟା,ଜମି ଚି଼ହ୍ନଟ, ଜମିର କିସମ ପରିବର୍ତ୍ତନ,ଉତ୍ତରାଧିକାରୀ, ସ୍ଥାୟୀବାସିନ୍ଦା, ଜାତି ପ୍ରମାଣ ପତ୍ର ପ୍ରଭୃତି ପାଇବାରୁ ବଞ୍ଚିତ ହେଉଛନ୍ତି l ମଧ୍ୟସ୍ଥି ଙ୍କ ଦ୍ୱାରା ହାତ ଗୁଞ୍ଜା ଦେଇ ଏ ସମସ୍ତ କାର୍ଯ୍ୟ ସୁଚାରୁରୂପେ ହୋଇଯାଉଥିବା ବେଳେ, ବିନା ହାତ ଗୁଞ୍ଜା ରେ କୌଣସି କାର୍ଯ୍ୟ ଦୀର୍ଘ ଦିନ ଧରି ହେଉନଥିବା ଯୋଗୁଁ ସାଧାରଣ ରେ ତୀବ୍ର ଅସନ୍ତୋଷ ଦେଖାଦେଇଛି l ଏପରିକି ଖୋର୍ଦ୍ଧା ତହସିଲ କାର୍ଯ୍ୟାଳୟ ର କିଛି ଅସାଧୁ କର୍ମଚାରୀ ଦଲାଲ ମାନଙ୍କ ଦ୍ୱାରା ସାଧାରଣଲୋକ ମାନଙ୍କୁ ଶୋଷଣ କରୁଛନ୍ତି l ଖୋର୍ଦ୍ଧା ତହସିଲ କାର୍ଯ୍ୟାଳୟ ର କିଛି ଅସାଧୁ କର୍ମଚାରୀ ଦୀର୍ଘ ଦିନ ଧରି ନିଜ ସିଟ ମାଡି ବସିଥିବାବେଳେ ଆଉ କିଛି କର୍ମଚାରୀ ଖୋର୍ଦ୍ଧା ତହସିଲ ରେ ପୂର୍ବରୁ କାର୍ଯ୍ୟ କରି ଅନ୍ୟତ୍ର ବଦଳି ହୋଇ ସେଠାରେ କିଛି ଦିନ କାର୍ଯ୍ୟକରିବା ପରେ, ଉପରିସ୍ଥ ଅଧିକାରୀ ଙ୍କୁ ହାତ କରି ପୁନର୍ବାର ଖୋର୍ଦ୍ଧା ତହସିଲ କୁ ବଦଳି ହୋଇ ଆସି ବହୁ ଦୁର୍ନୀତି ରେ ଲିପ୍ତ ଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି l ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେବା ସହିତ ସାଧାରଣ ଲୋକେ ଧାର୍ଯ୍ୟ ସମୟ ସୀମା ମଧ୍ୟରେ ବିନା ହାତ ଗୁଞ୍ଜା ରେ ଖୋର୍ଦ୍ଧା ତହସିଲ କାର୍ଯ୍ୟାଳୟ ରୁ ଯେପରି ଉପଯୁକ୍ତ ସେବା ପାଇ ପାରିବେ ସେଥିପ୍ରତି ଦୃଷ୍ଟି ଦେବା ସହିତ, ତିନି ବର୍ଷ ରୁ ଉର୍ଦ୍ଧ୍ୱ ସମୟ ଧରି ଖୋର୍ଦ୍ଧା ତହସିଲ କାର୍ଯ୍ୟାଳୟ ରେ ନିଜର ଆଧିପତ୍ୟ ଜାହିର କରୁଥିବା ସେହି ଦୁର୍ନୀତି ଗ୍ରସ୍ତ କର୍ମଚାରୀ ଓ ଅଧିକାରୀ ମାନଙ୍କୁ ଅନ୍ୟତ୍ର ବଦଳି କରାଯିବାକୁ ସାଧାରଣ ରେ ଦାବୀ ହେଉଛନ୍ତି l
