April 24, 2026

ବ୍ଲକର ବିଭିନ୍ନ କ୍ଲଷ୍ଟରରେ ପ୍ରଥମ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ  

IMG-20250719-WA0035
Share

 

 

ଆଜି ଶନିବାର ପୂର୍ବାହ୍ନ ୧୦ଟାରେ ଅତାବିରା ବ୍ଳକ୍ ଅନ୍ତର୍ଗତ ଚଉଦ ଟି କ୍ଲଷ୍ଟର ରେ ସି.ଆର.ସି.ସି. ମାନଙ୍କ ତତ୍ତ୍ଵାବଧାନରେ ଚଳିତ ଶିକ୍ଷା ବର୍ଷର ପ୍ରଥମ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ସମସ୍ତ ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଶ୍ରେଣୀ ଦାୟିତ୍ୱରେ ଥିବା ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ । ଅତାବିରା କ୍ଲଷ୍ଟର ର ଏହି ବୈଠକ ସି.ଆର.ସି.ସି ନୃପ ଭୋଇ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକକୁ ପରିଦର୍ଶନରେ ଆସିଥିଲେ ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ଵନାଥ ସାହୁ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡକ୍ଟର ମୁରଲୀଧର ବେହେରା, ଗୋଷ୍ଠୀ ଶିକ୍ଷା ଅଧିକାରୀ ମଛିନ୍ଦ୍ର ମଲ୍ଲିକ ଏବଂ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ତ୍ତିକ ବାଗ । ଶିକ୍ଷା ପ୍ରଶାସନିକ ଅଧିକାରୀ ଗଣ ଏହି ବୈଠକରେ ଆଲୋଚିତ ବିଷୟ ଶ୍ରେଣୀ ଶିକ୍ଷାଦାନ ସମୟରେ ପ୍ରୟୋଗ କରି ପିଲାଙ୍କ ବିକାଶ ପାଇଁ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ସେହିପରି ବୁଗବୁଗା କ୍ଲଷ୍ଟର ର ବୈଠକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବୁଗବୁଗା ଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସି.ଆର.ସି.ସି ନନ୍ଦିଘୋଷ ସାଧନା କର୍ମୀ ଦାୟିତ୍ଵ ନିର୍ବାହ କରିଥିଲେ । ଏଥିରେ ଶିଶୁ ବାଟିକା ଓ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଶ୍ରେଣୀ ପରିଚାଳନା ର ବିଭିନ୍ନ ଦିଗ, ଜୁଲାଇ ମାସର ଶୈକ୍ଷିକ କ୍ୟାଲେଣ୍ଡର, ବହୁଶ୍ରେଣୀ ପାଠ ଯୋଜନା, ବିଦ୍ୟାଳୟ ବିକାଶ ଯୋଜନା,ବିଦ୍ୟାଳୟ ସୁରକ୍ଷା ଓ ନିରାପତ୍ତା ଯୋଜନା ସମ୍ପର୍କରେ ଆଲୋଚନା କରା ଯାଇଥିଲା ।

You may have missed