March 10, 2026

ଭିଜିଲାନ୍ସ ଜାଲ ରେ ଦୁଇ ପୋଲିସ ବାବୁ

IMG-20230719-WA0029
Share

ଭିଜିଲାନ୍ସ ଜାଲ ରେ ଦୁଇ ପୋଲିସ ବାବୁ

ଭୁବନେଶ୍ୱର (ସମୀର ରଞ୍ଜନ ନାୟକ) ଆଜି ଭିଜିଲାନ୍ସ ଜାଲ ରେ ପଡି ଛନ୍ତି ଦୁଇ ପୋଲିସ ବାବୁ l ପ୍ରପ୍ତ ସୂଚନା ଅନୁଯାଇ l ଚାନ୍ଦିପୁର ଥାନା ଆଇଆଇସି ଗଣେଶ୍ୱର ପ୍ରଧାନ ଓ ଏଏସ୍ଆଇ ପ୍ରଦୀପ ମହାନ୍ତି ସ୍ଥାନୀୟ ଅଞ୍ଚଳର ଜଣେ ମଦ ବ୍ୟବସାୟୀଙ୍କୁ ମାସିକିଆ ବଟି ବାବଦକୁ ୫୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ସେମାନେ ମଦ ବ୍ୟବସାୟୀଙ୍କୁ ଧମକାଉ ଥିଲେ। ଏନେଇ ଭିଜିଲାନ୍ସ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ। ମଦ ବ୍ୟବସାୟୀଙ୍କ ଅଭିଯୋଗ କ୍ରମେ ଦୁଇ ପୁଲିସ ବାବୁଙ୍କ ଧରିବା ପାଇଁ ଭିଜିଲାନ୍ସ ବିଭାଗ ରୂପରେଖ ପ୍ରସ୍ତୁତ କରିଥିଲା। ଆଜି ଅପରାହ୍‌ଣରେ ଅଭିଯୋଗକାରୀଙ୍କ ଠାରୁ ଉଭୟ ଗଣେଶ୍ବର ପ୍ରଧାନ ଓ ପ୍ରଦୀପ ମହାନ୍ତି ୫୦ ହଜାର ଟଙ୍କା ଲାଞ୍ଚ ନେଇଥିଲେ। ଲାଞ୍ଚ ନେବାର ଅଳ୍ପ ସମୟ ପରେ ଭିଜିଲାନ୍ସ ବିଭାଗର କର୍ମଚାରୀମାନେ ମାଡିବସିଥିଲେ । ତେବେ ଉଭୟ ଶ୍ରୀ ପ୍ରଧାନ ଓ ଶ୍ରୀ ମହାନ୍ତି ନେଇଥିବା ଲାଞ୍ଚ ଘଟଣାସ୍ଥଳରୁ ମିଳିଥିଲା। ଏହା ପରେ ଭିଜିଲାନ୍ସ ଟିମ୍‌ କାର୍ଯ୍ୟାଳୟ ଓ ସେମାନଙ୍କର ନିବାସରେ ଚଢ଼ଉ ଜାରି ରହିଥିଲା ଏହି ଖବର ଲେଖା ହେବା ପର୍ଯ୍ୟନ୍ତ