March 8, 2026

୨୪ ଟିକିଆ ହାତୀପଲଙ୍କ ଉପଦ୍ରବ: ବସଷ୍ଟାଣ୍ଡ ବୁଲିଲେ, ଘର ଭାଙ୍ଗିଲେ।

IMG-20250519-WA0078
Share

 

ପାଟଣା ( ଦେବାଶିଷ ଦାଶ )

ସପ୍ତାହେ ହେଲା ପାଟଣା ବନାଞ୍ଚଳରେ ଉପଦ୍ରବ ଜାରି ରଖିଥିବା ୨୪ ଟିକିଆ ହାତୀପଲ ୪ ଦିନ କାଳ ଏରେଣ୍ଡେଇ ଇଲାକାରେ ଡେରା ପକାଇ ବ୍ୟାପକ ଖରାଟିଆ ଧାନ ଚାଷ ନଷ୍ଟ କରିବା ପରେ ଗତକାଲି ସନ୍ଧ୍ୟାରେ ସେଠାରୁ ପାଟଣା ବଜାର ମୁହାଁ ହୋଇଥିଲେ। ପ୍ରଥମେ ଏହି ହାତୀପଲ ଲକ୍ଷ୍ମୀ ବସଷ୍ଟାଣ୍ଡରେ ପଶିବାରୁ ଜନବସତି ଓ ଦୋକାନ ବଜାର ଥିବା ଏହି ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହେବା ସହ ଲୋକମାନେ ବାଣ ଫୁଟାଇ ଏହି ହାତୀପଲଙ୍କୁ ଘଉଡ଼ାଇ ଦେଇଥିଲେ। ହାତୀ କେବଳ ବସ ଷ୍ଟାଣ୍ଡର ଫାଟକ ଭାଙ୍ଗି ଥିବାବେଳେ ଷ୍ଟାଣ୍ଡରେ ବସ ଗୁଡିକ ସୁରକ୍ଷିତ ଅଛି। ପରେ ପରେ ହାତୀପଲ ସାଧୁପଡା ଠାକୁରାଣୀ ଶାଳ ଦେଇ ଏକାଧିକ ଦଳରେ ବିଭକ୍ତ ହୋଇ ମନଇଚ୍ଛା ଯୁଆଡେ ଇଚ୍ଛା ଯାଇ ଅଘଟଣ ଘଟାଇଛନ୍ତି। ଏହି ହାତୀପଲ ମାଧପୁର ଗ୍ରାମର କ୍ଷୀରୋଦ ନାଏକ, ଶ୍ୟାମ ମୁଣ୍ଡା, ବାଉଁଶ ରାଣୀ ମୁଣ୍ଡା ଓ ବାସନ୍ତୀ ମୁଣ୍ଡାଙ୍କ ଆବାସ ଘର ଭାଙ୍ଗିବା ସହ ପୁଟୁଳିଆ ଗ୍ରାମର ପୁଷ୍ପ ମଞ୍ଜରୀ ମହାନ୍ତ ଓ ସରସ୍ୱତୀ ମହାନ୍ତଙ୍କ ଘର ଭାଙ୍ଗିଛନ୍ତି। ପରେ ପରେ ଗୋବୋରାବେଡା ବିଦ୍ୟାଳୟ ପାଚେରୀ ଓ ଫାଟକ ଭାଙ୍ଗିଛନ୍ତି। ଏହି ହାତୀପଲ ଆଜି ଦିନବେଳା ଦହିବାହାଳି ଡ୍ୟାମ ପାଖରେ ଡେରା ପକାଇଥିବା ବେଳେ ସନ୍ଧ୍ୟାରେ ଭରାଣ୍ଡିଆ ହୋଇ କାଠବାରୀ ମୁହାଁ ହୋଇଛନ୍ତି। ଗତକାଲି ଏହି ହାତୀପଲଙ୍କ ଉପରେ ନଜର ରଖିବା ପାଇଁ ସହକାରୀ ବନ ସଂରକ୍ଷକ ସୁଦୀପ୍ତ ପଣ୍ଡା, ବନାଞ୍ଚଳ ଅଧିକାରୀ ବନବିହାରୀ ସର୍ଦ୍ଦାର, ବନପାଳ ପିଅନ ନାଏକ, ବନରକ୍ଷୀ ତାପସ୍ୱିନୀ ନାଏକ, ପାଟଣା ବନ ବିଭାଗର ୨୦ କର୍ମଚାରୀଙ୍କ ସହ ସଦର ରେଞ୍ଜ, ବିଜେପି ରେଞ୍ଜ ଓ ଚମ୍ପୁଆ ରେଞ୍ଜର ବହୁ କର୍ମଚାରୀ ମଧ୍ୟ ସାମିଲ ଥିଲେ।