March 8, 2026

ଡାକୁଛି ବିପଦ। ରାସ୍ତା ମଝିରେ ଟ୍ରାନ୍ସଫର୍ମର।

IMG-20250519-WA0059
Share

ଡାକୁଛି ବିପଦ। ରାସ୍ତା ମଝିରେ ଟ୍ରାନ୍ସଫର୍ମର। ମୁଣ୍ଡ ଉପରେ ଝୁଲୁଛି ବିଦ୍ୟୁତ ତାର। ଶୋଇପଡ଼ିଲାଣି ଅନେକ ବିଦ୍ୟୁତ ଖୁମ୍ବ। ବର୍ଷ ବର୍ଷ ଧରି ଅଭିଯୋଗ ପରେ ମଧ୍ୟ୍ୟ ଟିପିଡବ୍ଲୁଡିଓଏଲ ଏହାର ରକ୍ଷଣା ବେକ୍ଷଣ କାର୍ଯ୍ୟକୁ ନିଜର ନିଜର ଉତ୍ତର ଦାୟିତ୍ୱ ବୋଲି ଜାଣି ପାରିନି। ଏଣୁ ବିଭାଗୀୟ ଦକ୍ଷତାକୁ ନେଇ କେବଳ ପ୍ରଶ୍ନ ଉଠିନାହିଁ ବରଂ ଆସନ୍ନ ଦୁର୍ଘଟଣା କୁ ଏଡାଇବାକୁ ବିଭାଗୀୟ ତତ୍ପରତା ଦେଖାଦେବା ଉଚିତ ବୋଲି ଏବେ ଜନମତ ସୃଷ୍ଟି ହୋଇଛି।

ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ପଡିଆବାହାଲ ବିଦ୍ୟୁତ ସବଷ୍ଟେସନ ଅନ୍ତର୍ଗତ ବାହାମ ପଞ୍ଚାୟତର ନୁଆଁକଣ୍ଟା ଗ୍ରାମରେ। ଗ୍ରାମବାସୀଙ୍କ ଏହା ବର୍ଷ ବର୍ଷର ଅଭିଯୋଗ। ଅଭିଯୋଗକୁ କିନ୍ତୁ ଖାତିର କରୁନି ଟିପିଡବ୍ଲୁଡିଓଏଲ। ଫଳରେ ଗାଁରେ କେବଳ ଅଶାନ୍ତି ବଢ଼ୁନି ବରଂ ଆସନ୍ନ ଦୁର୍ଘଟଣା ଭୟରେ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଜନ ମାନସରେ ଲୁଚି ରହିଥିବା ଏଭଳି ଦୃଶ୍ୟ ସାମ୍ନାକୁ ଆସିବା ପରେ ଏବେ ଦେଖିବାକୁ ବାକି ରହିଲା ଟିପିଡବ୍ଲୁଡିଓଏଲ କରୁଛି କଣ?