September 16, 2026

ବ୍ରହ୍ମଗିରିରେ ଭି କେ ପାଣ୍ଡିଆନ ….

vkp
Share

ପୁରୀଜିଲ୍ଲା ବ୍ରହ୍ମଗିରି ରେ ବିଜୁ ଜନତା ଦଳ ବିଧାୟକ ପ୍ରାର୍ଥୀ ଉମାକାନ୍ତ ସାମନ୍ତରାୟ, ପୁରୀ ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ ଙ୍କୁ ଯୋଡିଶଙ୍ଖ ରେ ଭୋଟ ଦେଇ ଜିତାଇବା ପାଇଁ ଭି କେ ପାଣ୍ଡିଆନ ବ୍ରହ୍ମଗିରି ଜନତାଙ୍କୁ ନିବେଦନ କରିଛନ୍ତି l ଦିନ 12ଟା ତିରିଶି ରେ କେରାଣ୍ଡିଆ ସଭାସ୍ଥଳରେ ହେଲିକ୍ୟାପଟର ରେ ଉମାକାନ୍ତ ସାମନ୍ତରାୟ, ଅରୂପ ପଟ୍ଟନାୟକ ଓ ଭି କେ ପାଣ୍ଡିଆନ ଓହ୍ଲାଇଥିଲେ l ସେଠାରେ ଜିଲ୍ଲାପରିଷଦ ଅଧକ୍ଷାଙ୍କ ପ୍ରତିନିଧି ବିଦ୍ୟାଧର ସ୍ୱାଇଁ, ରାଜ୍ୟ ଉପସଭାପତି ଜୟନ୍ତ କୁମାର ମହାନ୍ତି ମହାପ୍ରଭୁଙ୍କ ଖଣ୍ଡୁଆ ଏବଂ ଫୁଲମାଳ ପକାଇ ସମ୍ମାନିତ କରିବା ସହିତ ମଞ୍ଚସ୍ଥଳ କୁ ପାଛୋଟି ଆଣିଥିଲେ l ପାଣ୍ଡିଆନ ଜନତାଙ୍କ ସହିତ କଥାହୋଇ ସେଲ୍ଫି ନେଇଥିଲେ l ପରେପରେ ମଞ୍ଚ ଉପରକୁ ଯାଇ ବିଜୁ ଜନତା ଦଳର ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ନିବେଦନ କରିଥିଲେ l
(ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ)