ଖବର ଆଜିର
ତାରିଖ ୧୯/୦୫/୨୦୨୩ ଶୁକ୍ରବାର ।
IPL 2023 : ବିରାଟ ଓ ଫାପ୍ ଡୁପ୍ଲେସିସ୍ଙ୍କ କମାଲ, ହାଇଦ୍ରାବାଦକୁ ୫ ୱିକେଟ୍ରେ ହରାଇଲା ବାଙ୍ଗାଲୋର ।
ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳାଫଳ ଗୁରୁବାର ଦିନ ପ୍ରକାଶ ପାଇଛି। ଏ ବର୍ଷ ରାଜ୍ୟରେ ପାସ୍ ହାର ରହିଛି ମୋଟ ୯୬.୪୦ ପ୍ରତିଶତ। ରିଚେକିଂ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀ ଆସନ୍ତା ୨୩ ତାରିଖରୁ ଆବେଦନ କରିପାରିବେ। ।
ପଶ୍ଚିମବଙ୍ଗ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା, ପଶ୍ଚିମବଙ୍ଗରୁ ହଟିଲା ଫିଲ୍ମ ଦ କେରଳ ଷ୍ଟୋରୀ ଉପରୁ କଟକଣା ।
ବାତ୍ୟା ମୋକା: ସହାୟତା ନେଇ ମିଆଁମାର ପହଞ୍ଚିଲା ଭାରତୀୟ ନୌସେନା ।
ଓଡ଼ିଶାକୁ ମିଳିଲା ‘ଜାତୀୟ ଜଳଶକ୍ତି ପୁରସ୍କାର-୨୦୨୨’: ଦେଶର ଦ୍ୱିତୀୟ ଶ୍ରେଷ୍ଠ ରାଜ୍ୟର ମାନ୍ୟତା ହାସଲ କଲା ଓଡ଼ିଶା ।
କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦ ବିବାଦ ଭିତରେ ପଦାରେ ପଡିଲା କଂଗ୍ରେସର ଦୋଷ ଦୁର୍ବଳତା । ମଲ୍ଲିକାର୍ଜୁନ ନୁହେଁ ବରଂ ସୋନିଆ କଲେ ସମାଧାନ ।
ବହୁ ବିଚାର ବିମର୍ଶ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସଦ୍ଦରମୈୟାଙ୍କୁ ମୁଖ୍ୟମନ୍ତ୍ରୀ ଓ କର୍ଣ୍ଣାଟକ ପିସିସି ସଭାପତି ଶିବକୁମାରଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ଚୟନ କରିଛି କଂଗ୍ରେସ । ।
ଭାରତ ମହାସାଗରରେ ବୁଡ଼ିଗଲା ଚୀନ ଜାହାଜ, ଲୋକଙ୍କ ଉଦ୍ଧାର ପାଇଁ ପହଞ୍ଚିଲା ଭାରତୀୟ ନୌସେନା ।
ନୂଆ ସଂସଦ ଭବନ ପ୍ରସ୍ତୁତ; ମେ ୨୮ରେ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ ।
ନ୍ୟୁୟର୍କ ପୋଲିସ୍ର ଟପ୍ ରାଙ୍କ୍ରେ ଭାରତୀୟ ବଂଶୋଦ୍ଭବ, କହିଲେ ସଫଳତାର ମନ୍ତ୍ର ।
ମୁଖ୍ୟମନ୍ତ୍ରୀଙ୍କ ‘ମୋ ସରକାର’ ସମୀକ୍ଷା: ଲୋକଙ୍କ ଫିଡ୍ବ୍ୟାକକୁ ଭିତ୍ତିକରି ଭଲ କାମ ପାଇଁ ପ୍ରଶଂସା ।
ବଢ଼ିଲା ‘ମୋ ବସ’ର କଳେବର: ଗଞ୍ଜାମ, ସମ୍ବଲପୁର ଏବଂ ଝାରସୁଗୁଡାର ନଅଟି ସହରରେ ଗଡିବ ‘ମୋ ବସ୍’ ।
୫୫୦୦୦ କର୍ମଚାରୀଙ୍କୁ ଛଟେଇ କରିବାକୁ ଘୋଷଣା କଲା ଟେଲିକମ କମ୍ପାନୀ ବିଟି ଗ୍ରୁପ ।
ଦେଶଦ୍ରୋହ ମାମଲାରେ ହାଇପରସୋନିକ୍ ମିଜାଇଲ ବୈଜ୍ଞାନିକଙ୍କୁ ଗିରଫ କଲା ରୁଷ, ଚିନ୍ତା ପ୍ରକଟ କଲେ ବୈଜ୍ଞାନିକ ।
ଇଟାଲୀରେ ଭୟାନକ ରୂପ ଧାରଣ କଲା ବନ୍ୟା, ବିଭିନ୍ନ ସ୍ଥାନରେ ୯ ମୃତ, ଫର୍ମୂଲା ୱାନ୍ ରେସ୍ ବାତିଲ ।
ରାଜ୍ୟର ପ୍ରତ୍ୟେକ ବ୍ଲକକୁ ମିଳିବ ଅତ୍ୟାଧୁନିକ ଆମ୍ବୁଲାନ୍ସ ସେବା: ୩୨୩ ଟି ଆମ୍ବୁଲାନ୍ସ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ।
IPS ସ୍ତରରେ ଅଦଳବଦଳ: ୫ଟି ଜିଲ୍ଲାର SP ବଦଳିଲେ, ୧୮ ଜଣଙ୍କୁ ମିଳିଲା ନୂଆ ଦାୟିତ୍ୱ।
ବନ୍ଦେ ଭାରତ ଲୋକାର୍ପଣ କାର୍ଯ୍ୟକ୍ରମରେ ଓଡ଼ିଶା ପାଇଁ ଆଉ ଦୁଇଟି ବନ୍ଦେ ଭାରତ ଏକ୍ସପ୍ରେସର ଚଳାଚଳ ଦାବି କଲେ ମୁଖ୍ୟମନ୍ତ୍ରୀ ।
ଓଡିଶାକୁ ମିଳିଲା ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ । ଭିଡ଼ିଓ କନଫରେନ୍ସ ଯୋଗେ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ।
ଚାକିରି ପାଇଁ ଜମି ଦୁର୍ନୀତି ମାମଲା, ଇଡିରେ ହାଜର ହେଲେ ରାବଡ଼ି ଦେବୀ ।
ଠକେଇରେ ଲିପ୍ତ ୩୬ ଲକ୍ଷ ହ୍ବାଟ୍ସଆପ୍ ଆକାଉଣ୍ଟ୍ ନିଷିଦ୍ଧ।
ଆସନ୍ତା ଜୁଲାଇରୁ ବିଦେଶରେ କ୍ରେଡିଟ୍ କାର୍ଡ ବ୍ୟବହାର କରିବା ମହଙ୍ଗା ହେବ। ଏଭଳି କାରବାର ଉପରେ ଲଗାଯାଇଥିବା ଉତ୍ସରୁ ଟିକସ ସଂଗ୍ରହ ବା ଟିସିଏସ୍ ହାର ୫%ରୁ ବୃଦ୍ଧି ପାଇ ୨୦% ହୋଇଯିବ।
ସୁପ୍ରଭାତ ,ଶୁଭ ସକାଳ ।